ବ୍ରାସିଲିଆ: କ୍ବାରେନଣ୍ଟାଇନରେ ରହିବାକୁ ନାପସନ୍ଦ କରୁଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟରା ବାଲସନାରୋ । କୋଭିଡ ଟେଷ୍ଟ ପଜିଟିଭ ପରେ ସେ ଗତ ସପ୍ତାହ ଧରି କ୍ବାରେନଣ୍ଟାଇନରେ ରହିଛନ୍ତି । ଆଜି ପୁଣି ଥରେ ଟେଷ୍ଟ କରି ତୁରନ୍ତ ଏହି କ୍ବାରେନଣ୍ଟାଇନରୁ ମୁକ୍ତି ହେବାକୁ ବାଲସନାରୋ ଚାହୁଁଥିବା ଏକ ରିପୋର୍ଟରେ କୁହାଯାଇଛି ।
ସୋମବାର ବାଲସନାରୋ ଫୋନ ଯୋଗେ ଏକ ଗଣାମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇଥିଲେ । ସେ କହିଥିଲେ ପ୍ରତିଦିନ ଘରେ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏମିତି ବିଚ୍ଛନ୍ନ ରହିବା ଅତ୍ୟନ୍ତ ଭୟଙ୍କର । ତେଣୁ ମଙ୍ଗଳବାର(ଆଜି) ପୁଣି ଥରେ ସେ କୋଭିଡ ଟେଷ୍ଟ କରିବେ ବୋଲି କହିଥିଲେ । ଏହି ରିପୋର୍ଟ କିଛି ସମୟରେ ମଧ୍ୟରେ ଆସିଯିବ ।
ମହାମାରୀ କୋରୋନାକୁ ନେଇ ପ୍ରଥମେ ରାଷ୍ଟ୍ରପତି ବାଲସନାରୋ ଆଦୌ ମଧ୍ୟ ଗୁରୁତର ସହ ନେଉଥିଲେ । ଏପରିକି ଗଭର୍ଣ୍ଣରଙ୍କ ଦ୍ବାରା ଲାଗୁ କରାଯାଉଥିବା କଣ୍ଟେନମେଣ୍ଟ ଜୋନକୁ ମଧ୍ୟ ସମାଲୋଚନା କରୁଥିଲେ।
ଏହି ଇଣ୍ଟରଭ୍ୟୁରେ ବାଲସନାରୋ କହିଥିଲେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କୌଣସି ଜ୍ବର କିମ୍ବା ଶ୍ବାସକ୍ରିୟା ଜନିତ ସମସ୍ୟା ମଧ୍ୟ ନାହିଁ । ସେ ଖାଦ୍ୟର ସାଦ୍ୟ ମଧ୍ୟ ଠିକ ଭାବେ ବାରି ପାରୁଛନ୍ତି । ତେଣୁ ତାଙ୍କ ଠାରେ କୋଭିଡର ସାମାନ୍ୟ ଲକ୍ଷଣ ରହିଥିବା ସେ କହିଥିଲେ । ଏହା ସହ ସେ କହିଥିଲେ, ଯଦି କୋଭିଡ ରିପୋର୍ଟ ପଜିଟିଭ ବି ଆସେ, ତଥାପି ବି ସେ କାମକୁ ଫେରିବେ ବୋଲି ରୋକଠୋକ କହିଦେଇଛନ୍ତି । ଯଦି ଅନ୍ୟ କୌଣସି ଉପାୟ ଅଛି, ତେବେ ସେ ଅପେକ୍ଷା କରିପାରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।
ସୂଚନାଯୋଗ୍ୟ, ସମଗ୍ର ବିଶ୍ବରେ କୋରୋନା ଦ୍ବାରା ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ବ୍ରାଜିଲ ଦ୍ବିତୀୟରେ ରହିଛି । ଏଠାରେ 72 ହଜାର ଅଧିକ ଲୋକଙ୍କୁ ଜୀବନ କୋରୋନା ନେଇସାରିଲାଣି । 1.8 ମିଲିୟନ ଲୋକେ ସଂକ୍ରମିତ ହୋଇଛନ୍ତି ।