ETV Bharat / international

ପ୍ରଥମ ଥର ଭର୍ଚୁଆଲ ବୈଠକରେ ସାମ୍ନାସାମ୍ନି ହେବେ ବାଇଡେନ-ଜିନପିଙ୍ଗ

author img

By

Published : Oct 7, 2021, 9:19 AM IST

ଚଳିତ ବର୍ଷ ଶେଷ ସୁଦ୍ଧା ଭର୍ଚୁଆଲ ଯୋଗେ ବୈଠକ କରିବେ ବାଇଡେନ ଓ ଜିନପିଙ୍ଗ । ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ବର୍ଷ ଶେଷ ସୁଦ୍ଧା ଭର୍ଚୁଆଲ ବୈଠକ କରିବେ ବାଇଡେନ-ଜିନପିଙ୍ଗ !

ୱାଶିଂଟନ: ଭେଟାଭେଟି ହେବେ ବାଇଡେନ ଓ ସି ଜିନପିଙ୍ଗ । ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ରାଷ୍ଟ୍ରପତି ବାଇଡେନ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଭର୍ଚୁଆଲ ଯୋଗେ ବୈଠକ କରିପାରନ୍ତି । ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ସାମ୍ଭାବ୍ୟ ବୈଠକ ନେଇ ବାଇଡେନ ଓ ଜିନପିଙ୍ଗ ନୀତିଗତ ଚୁକ୍ତି କରିଛନ୍ତି । ବୁଧବାର ଜଣେ ବରିଷ୍ଠ ଅଧିକାରୀ CNBC ନ୍ୟୁଜକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

CNBC ଅନୁଯାୟୀ, ଏହି ବୈଠକ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦୀତା ମ୍ୟାନେଜ କରିବାରେ ସହାୟକ ହେବ । ଜୁରିକ ଠାରେ ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଜ୍ୟାକ୍ ସୁଲିବନଙ୍କ ଚୀନର ଟପ୍ କୁଟନୀତିଜ୍ଞ ୟାଙ୍ଗ ଜିଏଚିଙ୍କ ସହ ସାକ୍ଷାତକାର ପରେ ବାଇଡେନ-ଜିନପିଙ୍ଗଙ୍କ ସାମ୍ଭାବ୍ୟ ଭର୍ଚୁଆଲ ବୈଠକ ଘଟଣା ସାମ୍ନାକୁ ଆସିଛି । ବାଇଡେନ ରାଷ୍ଟ୍ରପତି ହେବା ପରଠାରୁ ଚୀନ ନେତାଙ୍କ ସହ କେବେ ଭର୍ଚୁଆଲ ଯୋଗେ କଥା ହୋଇନାହାନ୍ତି । କେବଳ ଦୁଇ ନେତା ଫୋନ ଯୋଗେ ଦୁଇଥର ବର୍ତ୍ତାଳାପ କରିଛନ୍ତି ।

ସେପ୍ଟେମ୍ବର ୯ ତାରିଖରେ ବାଇଡେନ ଓ ସି ଜିନପିଙ୍ଗ ଫୋନରେ କଥା ହୋଇଥିଲେ । ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିଥିଲା । ଆମେରିକା ଓ ଚୀନ ମିଳିତ ଭାବେ ମହତ୍ବପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ ଚ୍ୟାଲେଞ୍ଜ ଏବଂ ସମ୍ପର୍କରେ ସୃଷ୍ଟି ହେଉଥିବା ଆଶଙ୍କା ପରିଚାଳନା ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.