ETV Bharat / international

ଆମେରିକାରେ ଏପ୍ରିଲ 19ରୁ ଯୁବବର୍ଗ ନେବେ କୋଭିଡ୍ ଟିକା - corona upadte

ହ୍ବାଇଟ୍ ହାଉସରେ ଦେଇଥିବା ମନ୍ତବ୍ୟରେ ବାଇଡେନ କହିଛନ୍ତି, "19 ଏପ୍ରିଲରୁ ବିଳମ୍ବ ନକରି, 18 ବର୍ଷରୁ ଅଧିକ ଯୁବବର୍ଗ ପ୍ରତ୍ୟେକ ବ୍ୟକ୍ତି ଟୀକାକରଣ ପାଇବାକୁ ଯୋଗ୍ୟ ହେବେ। ଆଉ ଦ୍ୱନ୍ଦ୍ୱପୂର୍ଣ୍ଣ କୌଣସି ନିୟମ ନାହିଁ କି ପ୍ରତିବନ୍ଧକ ନାହିଁ।" ଅଧିକ ପଢନ୍ତୁ...

ଆମେରିକାରେ ସମସ୍ତ ଯୁବବର୍ଗ ଏପ୍ରିଲ 19ରୁ ନେବେ କୋଭିଡ୍ ଟିକା

author img

By

Published : Apr 7, 2021, 7:24 AM IST

ୱାସିଂଟନ୍: ଆମେରିକାରେ ଟୀକାକରଣକୁ ନେଇ ବାଇଡେନଙ୍କ ନୂଆ ନିୟମ। 18 ରୁ ଉର୍ଦ୍ଧ୍ବ ସମସ୍ତ ଯୁବପୀଢି ଟିକା ନେଇପାରିବେ। ଏନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି। ଆମେରିକାର ସମସ୍ତ ଯୁବବର୍ଗ ଏପ୍ରିଲ 19 ସୁଦ୍ଧା କୋଭିଡ୍ ଟିକା ପାଇବାକୁ ଯୋଗ୍ୟ।

ହ୍ବାଇଟ୍ ହାଉସରେ ଦେଇଥିବା ମନ୍ତବ୍ୟରେ ବାଇଡେନ କହିଛନ୍ତି, "19 ଏପ୍ରିଲରୁ ବିଳମ୍ବ ନକରି, 18 ବର୍ଷରୁ ଅଧିକ ଯୁବବର୍ଗ ପ୍ରତ୍ୟେକ ବ୍ୟକ୍ତି ଟୀକାକରଣ ପାଇବାକୁ ଯୋଗ୍ୟ ହେବେ। ଆଉ ଦ୍ୱନ୍ଦ୍ୱପୂର୍ଣ୍ଣ କୌଣସି ନିୟମ ନାହିଁ କି ପ୍ରତିବନ୍ଧକ ନାହିଁ।"

ତେବେ ବାଇଡେନ୍ କୋରୋନା ଭାଇରସ ଟୀକାକରଣର ଗତିକୁ ନେଇ ଆଶାବାଦୀ ଥିବା ବେଳେ ସେ ଆମେରିକୀୟମାନଙ୍କୁ ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ଟିକା ଆସିଛି ସତ ହେଲେ ଏବେ ବି ଆମେ ମହାମାରୀର ମହାଦଶାରୁ ବାହାରି ପାରିନେ। ତେଣୁ ଆମକୁ ଆହୁରି ଅନେକ କାମ କରିବାକୁ ପଡିବ। ଏହି ଜୀବାଣୁ ବିରୋଧରେ ଆମେ ଜୀବନ ଏବଂ ମୃତ୍ୟୁ ଦୌଡ଼ରେ ରହି ଲଢେଇ ଜାରି ରଖିଛେ।

କୋରୋନା ଦ୍ବିତୀୟ ଲହୀର ଅତ୍ୟନ୍ତ ମାରାତ୍ମକ। ଏହି ନୂତନ ଭାଇରସ ଖୁବ୍ ଶୀଘ୍ର ବିସ୍ତାର ହେଉଛି ଅତ୍ୟନ୍ତ ଘାତକ ସାଜୁଛି। ହେଲେ କୋଭିଡ -19 ର ପରିବର୍ତ୍ତନକୁ କେହି ଭୟ କରିବା ଉଚିତ୍ ନୁହେଁ। କାରଣ ଟିକା ସମସ୍ତଙ୍କ ଉପରେ କାମ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାଇରସ କବଳରୁ ବର୍ତ୍ତିବା ପାଇଁ ଆମେରିକୀୟମାନଙ୍କୁ ହାତ ଧୋଇବା, ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ପାଇଁ କହିଛନ୍ତି ବାଇଡେନ୍।

19 ଏପ୍ରିଲରେ ସମସ୍ତ ଯୋଗ୍ୟ ଯୁବପୀଢିଙ୍କ ସହ ଦେଶର ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ କରିବାକୁ ଅନୁରୋଧ କରିଛନ୍ତି ବାଇଡେନ୍। ଆମେରିକାର ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପ୍ରଶାସନ ପ୍ରଥମ 100 ଦିନ ମଧ୍ୟରେ 200 ମିଲିୟନ ଡୋଜ ଟିକା ବଣ୍ଟନ କରିବାର ନୂତନ ଲକ୍ଷ୍ୟ ରଖିଛି। ହେଲେ ଜୀବାଣୁ ବିସ୍ତାରକୁ ରୋକିବାକୁ ପର୍ଯ୍ୟାପ୍ତ ସମୟ ଲାଗିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.