ETV Bharat / international

ଜେନେଭାରେ ପୁଟିନ-ବାଇଡେନ ଭେଟ - ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷର ରାଷ୍ଟ୍ରପତି ଭାଲଦିମିର୍ ପୁଟିନ ଜେନେଭାରେ ଏକ ସମ୍ମିଳନୀ କରିବେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ସ୍ବିଜରଲ୍ୟାଣ୍ଡର ଜେନେଭା ସହରରେ ପୁଟିନଙ୍କ ସହ ରାଷ୍ଟ୍ରପତି ଜୋ ବାଇଡେନ ସାକ୍ଷାତ କରିବେ । ଅଧିକ ପଢନ୍ତୁ...

ଜେନେଭାରେ ପୁଟିନ-ବାଇଡେନ ଭେଟ
ଜେନେଭାରେ ପୁଟିନ-ବାଇଡେନ ଭେଟ
author img

By

Published : May 25, 2021, 12:34 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷର ରାଷ୍ଟ୍ରପତି ଭାଲଦିମିର୍ ପୁଟିନ ଜେନେଭାରେ ଏକ ସମ୍ମିଳନୀ କରିବେ। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ସ୍ବିଜରଲ୍ୟାଣ୍ଡର ଜେନେଭା ସହରରେ ପୁଟିନଙ୍କ ସହ ରାଷ୍ଟ୍ରପତି ଜୋ ବାଇଡେନ ସାକ୍ଷାତ କରିବେ । ଆମେରିକା ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ରୁଷ ପ୍ରତିପକ୍ଷ ନିକୋଲାଇ ପତ୍ରୁଶେଭଙ୍କ ସହ ଆଲୋଚନା କରିବା ପରେ ଏହି ରିପୋର୍ଟ ଆସିଛି ।

ହ୍ବାଇଟ ହାଉସ ସୋମବାର ଏକ ବିବୃତ୍ତିରେ କହିଛି ଯେ ଆମେରିକା-ରୁଷ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ପାଇଁ ପରାମର୍ଶଦାତାଙ୍କ ବୈଠକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା । ଅନେକ ପାର୍ଥକ୍ୟ ଥିବା ସତ୍ତ୍ବେ ସାକ୍ଷାତକାର ଗଠନମୂଳକ ଥିବା ବିବୃତ୍ତିରେ କୁହାଯାଇଛି । ରଣନୀତିକ ସ୍ଥିରତା ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବା ସହିତ ଦୁଇ ଅଧିକାରୀ ପାରସ୍ପରିକ ସ୍ବାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଅତୀତରେ ୱାଶିଂଟନ୍ ଏବଂ ମସ୍କୋ ମଧ୍ୟରେ ସମ୍ପର୍କ ପ୍ରତିକୂଳ ଥିଲା । ତେବେ ୟୁକ୍ରେନ, ସାଇବର ନିରାପତ୍ତା, ମାନବିକ ଅଧିକାର ଏବଂ ଆମେରିକାର ନିର୍ବାଚନରେ ହସ୍ତକ୍ଷେପ ସହ ଉଭୟ ପକ୍ଷର ସ୍ପଷ୍ଟ ମତଭେଦ ରହିଛି । ଗତ ସପ୍ତାହରେ ଆଇସଲ୍ୟାଣ୍ଡରେ ସାକ୍ଷାତ ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ରୁଷର ପ୍ରତିପକ୍ଷ ସରୋଜ ଲାଭ୍ରୋଭ ଦୁଇ ଦେଶର ତିକ୍ତ ସମ୍ପର୍କ ମଧ୍ୟରେ ଗୁରୁତର ପାର୍ଥକ୍ୟ ଥିବା ସ୍ବୀକାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.