ETV Bharat / international

ଦୁଇଟି ପ୍ରମୁଖ ସ୍ୱିଙ୍ଗ୍ ରାଜ୍ୟରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ବିଡେନ

ଆମେରିକାର ଦୁଇଟି ପ୍ରମୁଖ ସ୍ୱିଙ୍ଗ୍ ରାଜ୍ୟ ଫ୍ଲୋରିଡା ଏବଂ ପେନସିଲଭାନିଆରରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି । ଶନିବାର ଦିନ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସ-ସାଇନା କଲେଜ ସର୍ଭେରୁ ଜଣାପଡିଛି ଯେ ଏହି ରାଜ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ତୂଳନାରେ ବିଡେନଙ୍କ ଲୋକପ୍ରିୟତା ଅଧିକ ରହିଛି ।

author img

By

Published : Oct 4, 2020, 5:52 PM IST

  ଦୁଇଟି ପ୍ରମୁଖ ସ୍ୱିଙ୍ଗ୍ ରାଜ୍ୟରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ବିଡେନ
ଦୁଇଟି ପ୍ରମୁଖ ସ୍ୱିଙ୍ଗ୍ ରାଜ୍ୟରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ବିଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କୋରୋନାରେ ସଂକ୍ରମିତ ହେବା ପରେ ଏକ ନୂତନ ସର୍ଭେ ଟ୍ରମ୍ପଙ୍କୁ ଝଟକା ଦେଇଛି। ନୂତନ ସର୍ଭେ ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବିଡେନ୍ ରିପବ୍ଲିକାନ୍ ପାର୍ଟିର ଗଡ଼ ବୋଲି ବିବେଚନା କରାଯାଉଥିବା ରାଜ୍ୟମାନଙ୍କରେ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ।

ଏକ ନୂତନ ସର୍ଭେରୁ ଜଣାପଡିଛି ଯେ, ସେପ୍ଟେମ୍ବର 29 ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ତୀବ୍ର ବିତର୍କ ପରେ ଦୁଇଟି ପ୍ରମୁଖ ସ୍ୱିଙ୍ଗ୍ ରାଜ୍ୟ ଫ୍ଲୋରିଡା ଏବଂ ପେନସିଲଭାନିଆରରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି । ଶନିବାର ଦିନ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସ-ସାଇନା କଲେଜ ସର୍ଭେରୁ ଜଣାପଡିଛି ଯେ ଏହି ରାଜ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ତୂଳନାରେ ବିଡେନଙ୍କ ଲୋକପ୍ରିୟତା ଅଧିକ ରହିଛି ।

ପେନସିଲଭାନିଆରେ ଟ୍ରମ୍ପଙ୍କୁ 42% ସମର୍ଥନ ମିଳିଥିବା ବେଳେ ବିଡେନ 7 ପ୍ରତିଶତ ପଏଣ୍ଟ ହାସଲ କରି 49% ସମର୍ଥନ ହାସଲ କରିଛନ୍ତି। ସେହିପରି ଫ୍ଲୋରିଡାରେ ମଧ୍ୟ ପୂର୍ବତନ ଉପରାଷ୍ଟ୍ରପତି ବିଡେନ 47% ସମର୍ଥନ ହାସଲ କରିଥିବା ବେଳେ ଟ୍ରମ୍ପ 42% ସମର୍ଥନ ହାସଲ କରିଛନ୍ତି ।

ଉଭୟ ରାଜ୍ୟରେ ଟ୍ରମ୍ପ 2016 ନିର୍ବାଚନରେ ​​ବହୁମତ ହାସଲ କରି ବିଜୟୀ ହୋଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ବିତର୍କ ପୂର୍ବରୁ ଉଭୟ ସମର୍ଥନ ହାଲଲ କରିବାରେ ବିଶେଷ ନିକଟତର ହୋଇଥିଲେ । କିନ୍ତୁ ବିତର୍କ ପରେ ହୋଇଥିବା ସର୍ଭେରେ ବିଡେନ ଆଗୁଆ ରହିଛନ୍ତି ।

ତେବେ ଟ୍ରମ୍ପ ଏହି ବିତର୍କରେ ଜିତିଥିବା ଫ୍ଲୋରିଡା ଏବଂ ପେନସିଲଭାନିଆର କେବଳ 21% ଭୋଟର କହିଛନ୍ତି । ସେପଟେ ରାଷ୍ଟ୍ରପତିଙ୍କ ଆଚରଣକୁ 65% ଭୋଟର ନାପସନ୍ଦ କରିଛନ୍ତି। ଅତିରିକ୍ତ 48 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବିତର୍କ ପରେ ଟ୍ରମ୍ପଙ୍କୁ କମ୍ ସମର୍ଥନ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.