ETV Bharat / international

ଲକଡାଉନ କଡାକଡି କରିବାକୁ ମୁତୟନ ହେବେ ସଶସ୍ତ୍ର ବାହିନୀ - ଅଷ୍ଟ୍ରେଲିଆରେ କୋରୋନା ଭୂତାଣୁ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଛନ୍ତି ଯେ ବିଦେଶରୁ ଫେରୁଥିବା ନାଗରିକଙ୍କ ମଧ୍ୟରେ ଅଧିକାଂଶ କୋରୋନା ଆକ୍ରାନ୍ତ ଥିବା ଆଶଙ୍କା ସୃଷ୍ଟି ହୋଇଛି । ଏମାନଙ୍କ ସଂଖ୍ୟା ବର୍ତ୍ତମାନ ପଜିଟିଭ ମାମଲାର ଦୁଇ ତୃତୀୟାଂଶ ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ...

ଲକଡାଉନ କଡାକଡି କରିବାକୁ ମୁତୟନ ହେବେ ସଶସ୍ତ୍ର ବାହିନୀ

author img

By

Published : Mar 27, 2020, 10:46 PM IST

ସିଡନୀ: ଅଷ୍ଟ୍ରେଲିଆରେ କୋରୋନା ଭାଇରସ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏପର୍ଯ୍ୟନ୍ତ 3000 ରୁ ଅଧିକ ମାମଲା ସାମନାକୁ ଆସିଥିବାବେଳେ 13 ଜଣଙ୍କ ମୃତ୍ୟୁ ହୋଇସାରିଛି । ତେବେ ବର୍ତ୍ତମାନ ମୁଣ୍ଡବ୍ୟଥା ବଢାଇଛି ଦେଶକୁ ଫେରୁଥିବା ନାଗରିକଙ୍କ ସଂଖ୍ୟା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଛନ୍ତି ଯେ ବିଦେଶରୁ ଫେରୁଥିବା ନାଗରିକଙ୍କ ମଧ୍ୟରେ ଅଧିକାଂଶ କୋରୋନା ଆକ୍ରାନ୍ତ ଥିବା ଆଶଙ୍କା ସୃଷ୍ଟି ହୋଇଛି । ଏମାନଙ୍କ ସଂଖ୍ୟା ବର୍ତ୍ତମାନ ପଜିଟିଭ ମାମଲାର ଦୁଇ ତୃତୀୟାଂଶ ବୋଲି ସୂଚନା ରହିଛି । ଯାହାକି ଦେଶ ପାଇଁ ଏକ ବଡ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ଦେଶର ସମସ୍ତ ସୀମା ସିଲ ହେବା ପରେ ମଧ୍ୟ ଅନେକ ଲୋକ ପ୍ରବେଶ କରିସାରିଛନ୍ତି । ଯେଉଁମାନଙ୍କୁ ଏବେ ପ୍ରଥମେ ହୋଟେଲରେ ରଖାଯିବ । ପରେ ପରିସ୍ଥିତି ଦେଖି ସେମାନଙ୍କୁ ଘରକୁ ପଠାଯିବ ବୋଲି ସେ କହିଛନ୍ତି ।

ତେବେ ଏମାନଙ୍କ ପାଇଁ ଶନିବାର ମଧ୍ୟରାତ୍ରିରୁ ବଳପୂର୍ବକ କ୍ବାରେଣ୍ଟାଇନ ଲାଗୁ କରାଯିବ ବୋଲି ମରିସନ କହିଛନ୍ତି । ଏଥିପାଇଁ ସେନାର ସାହାଯ୍ୟ ନିଆଯିବ । ରାସ୍ତାରେ ସଶସ୍ତ୍ର ବାହିନୀ ମୁତୟନ ହେବେ । ଲୋକେ ଯେପରି ଆଇସୋଲେସନରେ ରହିବେ ଏବଂ ଲକଡାଉନର ନିୟମକୁ ପାଳନ କରିବେ ତାହା ସେନା ତଦାରଖ କରିବ । କଡାକଡି ଭାବେ ଲକଡାଉନ ନିୟମ ପାଳନ ହେବ । ବିଦେଶରୁ ଫେରୁଥିବା ସମସ୍ତ ନାଗରିକଙ୍କୁ ଏକୁଟିଆ ରଖାଯିବ । ସମସ୍ତଙ୍କ ପରୀକ୍ଷା କରାଯିବା ପରେ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରାଯିବ । ପରେ ଏହା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଦେଶରେ ଏହା ପ୍ରଥମ ଥର ଏପରି ହେବ କାରଣ ଆଗରୁ ସେନା କେବେ ହେଲେ କୌଣସି କାରଣରୁ ରାସ୍ତା ଉପରକୁ ଆସିବାର ନଜିର ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.