ETV Bharat / international

ଆମେରିକାରେ କୋରୋନା ଝଡ, 24 ଘଣ୍ଟାରେ ଗଲା 1127 ମୁଣ୍ଡ

author img

By

Published : May 24, 2020, 11:03 AM IST

24 ଘଣ୍ଟାରେ ଆମେରିକାରେ 1127 ଜଣ କୋରୋନାରେ ପ୍ରାଣ ହରାଇଥିବା ଜନ୍ସ ହପକିନ୍ସ ପକ୍ଷରୁ ସୂଚନା ମିଳିଛି । ଏହାଛଡା ଆମେରିକାରେ ବର୍ତ୍ତମାନ ସୁଦ୍ଧା ମୋଟ 16 ଲକ୍ଷରୁ ଅଧିକ ଲୋକ କୋରୋନାରେ ପ୍ରଭାବିତ ହୋଇଛନ୍ତି ।

corona update
ଆମେରିକାରେ କୋରୋନା ଝଡ

ଓ୍ବାଶିଂଟନ: ଆମେରିକାକୁ ନାକରେ କନ୍ଦାଇଲାଣି କୋରୋନା । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ କୋରୋନାରେ ବିଶ୍ବରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ବିଭିନ୍ନ ଦେଶରେ ଗୋଟିଏ ଦିନର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ଆମେରିକାର ଗୋଟିଏ ଦିନର କୋରୋନା ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ପ୍ରତ୍ୟେକ ଦିନ ଆମେରିକାରେ ହଜାରରୁ ଅଧିକ କୋରୋନାରେ ପ୍ରାଣ ହରାଉଛନ୍ତି । ଏହି କ୍ରମରେ 24 ଘଣ୍ଟାରେ ଆମେରିକାରେ 1127 ଜଣ ଲୋକ କୋରୋନାରେ ପ୍ରାଣ ହରାଇଥିବା ଜନ୍ସ ହପକିନ୍ସ ପକ୍ଷରୁ ସୂଚନା ମିଳିଛି । ଏହାଛଡା ଆମେରିକାରେ ବର୍ତ୍ତମାନ ସୁଦ୍ଧା ମୋଟ 16 ଲକ୍ଷରୁ ଅଧିକ ଲୋକ କୋରୋନାରେ ପ୍ରଭାବିତ ହୋଇଛନ୍ତି ।

ୱାର୍ଲ୍ଡମିଟର ଅନୁଯାୟୀ, ରବିବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 16,66,828କୁ ବୃଦ୍ଧି ପାଇଛି । ଏଥିସହ 98 ହଜାର 683 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ 4,46,914 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11,21,231 କୋରୋନା ଆକ୍ରାନ୍ତ ଆକ୍ଟିଭ ରହିଛନ୍ତି ।

ଆମେରିକାର ନ୍ୟୁୟର୍କରେ ସର୍ବାଧିକ 3 ଲକ୍ଷ 67 ହଜାର 936ଟି ମାମଲା ରହିଛି । କେବଳ ନ୍ୟୁୟର୍କରେ 29 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପରେ ନ୍ୟୁଜର୍ସିରେ 1 ଲକ୍ଷ 54 ହଜାର 349 କୋରୋନା ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ପ୍ରାୟ 11 ହାଜର ଲୋକଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.