ETV Bharat / international

ଆମେରିକାରେ ଗତ 24 ଘଣ୍ଟାରେ କୋରୋନା ନେଲା 776 ମୁଣ୍ଡ

ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 776 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

author img

By

Published : May 11, 2020, 11:38 AM IST

_corona
ଆମେରିକାରେ ଗତ 24 ଘଣ୍ଟାରେ କୋରୋନା ନେଲା 776 ମୁଣ୍ଡ

ୱାସିଂଟନ: ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ କାରଣରୁ ଗତ 24 ଘଣ୍ଟାରେ ଆମେରିକାରେ 776 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,43,937କୁ ବୃଦ୍ଧି ପାଇଛି। ଏଥିସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 80,472 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2,38,000 ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ସଂକ୍ରମିତ ଆମେରିକାରେ ଅଛନ୍ତି । ଏଠାରେ 13 ଲକ୍ଷରୁ ଅଧିକ ଲୋକ କୋରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ନିଆରେ ସର୍ବାଧିକ ସଂଖ୍ୟକ ମାମଲା ଦେଖାଯାଉଛି।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.