ETV Bharat / international

ଆମେରିକାକୁ ଗ୍ରାସିଛି କୋରୋନା; 24 ଘଣ୍ଟାରେ 55251 ପଜିଟିଭ, 992 ମୃତ - 992 new corona virus deaths in last 24 hrs, in usa

ଦୀର୍ଘଦିନର ବ୍ୟବଧାନ ପରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶରେ ବୃଦ୍ଧି ପାଇଛି କୋରୋନା ମୃତ୍ୟୁ ସଂଖ୍ୟା । ଥମୁନି ସଂକ୍ରମଣ । ଅଧିକ ପଢନ୍ତୁ...

ଆମେରିକାକୁ ଗ୍ରାସିଛି କୋରନା; 24 ଘଣ୍ଟାରେ 55,251 ପଜିଟିଭ, 992 ମୃତ

author img

By

Published : Jul 8, 2020, 11:08 AM IST

ୱାଶିଂଟନ: ଆମେରିକାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 55 ହଜାର 251ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 992 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟ । ତେବେ ପ୍ରତ୍ୟେକ ଦିନ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଦିର୍ଘ ଦିନ ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ସଂକ୍ରମଣ ସଂଖ୍ୟା ବୃଦ୍ଧି ସହ ବୁଧବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ଭାଇରସ ଦ୍ବାରା 29 ଲକ୍ଷ 93 ହଜାର 760 ଜଣ ସଂକ୍ରମଣ ହୋଇଥିବାବେଳେ, ଏଥିରେ ସମୁଦାୟ 1 ଲକ୍ଷ 31 ହଜାର 457 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 13 ଲକ୍ଷ 54 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 44 ପ୍ରତିଶତ ଅଟେ। ଏହା ବାଦ 16 ଲକ୍ଷ 08 ହଜାର ଲୋକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 52 ପ୍ରତିଶତ ଅଟେ।

ତେବେ ଆମେରିକାରେ ସବୁଠୁ ଅତ୍ୟଧିକ ପ୍ରଭାବିତ ହୋଇଥିବା ସହର ନ୍ୟୟର୍କରେ ସମୁଦାୟ 4 ଲକ୍ଷ 23 ହଜାର 493 ଟି ସଂକ୍ରମଣ ମାମଲା ରେକର୍ଡ ହୋଇଛି । ସେଥିମଧ୍ୟରୁ କେବଳ ନ୍ୟୁୟର୍କରେ 32 ହଜାର 243ଜଣଙ୍କର ମୃତ୍ୟୁ ଘଟିଛି । 71 ହଜାର 91 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାବାଦ ନ୍ୟୁଜର୍ସି, କାର୍ଲିଫର୍ଣ୍ଣିଆ, ମାସାଚୁଏଟସ, ଇଲିନୋଇସ ଆଦି ସହର ସର୍ବାଧିକ ପ୍ରଭାବିତ ଶ୍ରେଣୀରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.