ୱାସିଂଟନ୍: ଆମେରିକାରେ ରାଜ୍ କରୁଛି କିଲର କୋରୋନା। ସଂକ୍ରମଣରେ ଶିଖର ଛୁଇଁଥିବା ଏହି ଶକ୍ତିଶାଳୀ ରାଷ୍ଟ୍ରରେ ପୁଣି ମୁଣ୍ଡ ଉଠେଇଲାଣି ଭାଇରସର ବିସ୍ତାର। ଗତ କିଛିଦିନ ହେବ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି।
ମହାମାରୀ ଠାରୁ ଗତ ମାସରେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପୁଣି ମାମଲା ଆକାଶ ଛୁଆଁ। 24 ଘଣ୍ଟାରେ ଦେଶରେ 68,428 ମାମଲା ରେକର୍ଡ କରାଯାଇଛି ଓ 974 ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସର୍ବମୋଟ ମାମଲା ଏବେ 35 ଲକ୍ଷ 60 ହଜାର 364 ରେ ପହଁଞ୍ଚିଛି ଓ ମୃତ୍ୟୁ ସଂଖ୍ୟା 1,38,201 ଛୁଇଁଛି ବୋଲି ଜହନ ହପକିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଜନ୍ ହପକିନ୍ସ ର ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ 13.5 ନିୟୁତରୁ ଅଧିକ ଲୋକ ମହାମାରୀ ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ 7.5 ନିୟୁତରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 582,000 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।
କୋରୋନା ସଂକ୍ରମଣର ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ଅନୁସରଣ କରୁଛି ବ୍ରାଜିଲ। ଏହାପରେ ତୃତୀୟ ସ୍ଥାନରେ ରହିଛି ଭାରତ। ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ କୋଭିଡ୍ ଚିକିତ୍ସା ଜାରି ରହିଥିବାବେଳେ ସେ ହାଇଡ୍ରୋକ୍ସିକ୍ଲୋରୋକୁଇନ ମେଡିସିନ ସେବନ କରୁଛନ୍ତି। ଗତ କିଛିଦିନ ତଳେ ସେ ପୁନର୍ବାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।