ETV Bharat / international

ଆମେରିକାରେ କୋରୋନା ତାଣ୍ଡବ, 30 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - ଆମେରିକାରେ କୋରୋନା ତାଣ୍ଡବ

ଆମେରିକାରେ ପ୍ରଥମେ ମୃତ୍ୟୁର ବିଭିଷିକା ପରେ ଏବେ ସଂକ୍ରମଣର ଝଡ ବଢିବାରେ ଲାଗିଛି । ଯାହାକୁ ନେଇ ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ସଂଖ୍ୟା 30 ଲକ୍ଷ 54 ହଜାର 699କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

ଆମେରିକାରେ କୋରୋନା ତାଣ୍ଡବ, 24 ଘଣ୍ଟାରେ 61 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ

author img

By

Published : Jul 9, 2020, 11:46 AM IST

ୱାଶିଂଟନ: ଆମେରିକାରେ ପ୍ରତିଦିନ କୋରୋନା ଭାଇରସ ରେକର୍ଡ ଭାଙ୍ଗୁଛି। ଗତ 2 ମାସ ତୁଳନାରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ହେଲେ ମୃତ୍ୟୁ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ତେବେ ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବିକ, ବୁଧବାର ଆମେରିକାରେ ସର୍ବାଧିକ 61 ହଜାର ନୂଆ ମାମଲା ରିପୋର୍ଟ ହୋଇଛି । ଏଥିରେ 881 ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଆମେରିକା ଥିବାବେଳେ, ବର୍ତ୍ତମାନ ବ୍ରାଜିଲରେ ବିଶ୍ବର ସର୍ବାଧିକ ମୃତ୍ୟୁ ଘଟୁଛି।

ସୂଚନା ମୁତାବକ, ଗୁରୁବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 30 ଲକ୍ଷ 54 ହଜାର 699କୁ ବୃଦ୍ଧି ପାଇଛି। ଏଥିରେ ସମୁଦାୟ 1 ଲକ୍ଷ 32 ହଜାର 300 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 13 ଲକ୍ଷ 92 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 44 ପ୍ରତିଶତ ଅଟେ। 16 ଲକ୍ଷ 31 ହଜାର ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 52 ପ୍ରତିଶତ ଅଟେ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ 4 ଲକ୍ଷ 24 ହଜାର 263ଟି ମାମଲା ରହିଛି। ନ୍ୟୁୟର୍କରେ କେବଳ 32 ହଜାର 251 ଜଣଙ୍କର ମୃତ୍ୟୁ ହୋଇଛି।ଏଥିରେ 71 ହଜାର 185 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପରେ, କାଲିଫର୍ଣ୍ଣିଆରେ 2 ଲକ୍ଷ 96 ହଜାର 75ଟି ସଂକ୍ରମଣ ମାମଲା ରହିଥିବାବେଳେ, 6 ହଜାର 713 ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ନ୍ୟୁ ଜର୍ସି, ଟେକ୍ସାସ, ମାସାଚୁସେଟ୍ସ, ଇଲିନୋଇସ ଓ ଫ୍ଲୋରିଡା ମଧ୍ୟ ଅଧିକ ପ୍ରଭାବିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.