ETV Bharat / international

ଆମେରିକାରେ ଗତ 24 ଘଣ୍ଟାରେ 54904 ସଂକ୍ରମିତ, 616 ମୃତ

author img

By

Published : Jul 4, 2020, 10:41 AM IST

ଆମେରିକାରେ କୋରୋନାର ଝଡ । ମୃତ୍ୟୁ ପରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ମାମଲା । ପ୍ରତିଦିନ ଭାଙ୍ଗୁଛି ସର୍ବାଧିକ ରେକର୍ଡ । ଅଧିକ ପଢନ୍ତୁ....

ଆମେରିକାରେ ଗତ 24 ଘଣ୍ଟାରେ 54904ସଂକ୍ରମିତ, 616 ମୃତ

ୱାଶିଂଟନ: ଆମେରିକାର କୋରୋନା ସଙ୍କଟ ଥମିବାର ନାଁ ନେଉନାହିଁ । ଦେଶରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 54 ହଜାରରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମଣ ସାମ୍ନାକୁ ଆସିଛି । ଏହାର ଗୋଟେ ଦିନ ପୂର୍ବରୁ 57 ହଜାର ସର୍ବାଧିକ ମାମଲା ରିପୋର୍ଟ ହୋଇଥିଲା।

ଯଦିଓ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ବ୍ରାଜିଲରେ ବିଶ୍ବର ସର୍ବାଧିକ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ଘଟୁଛି । ଜନ ହପକିନ୍ସ ରିପୋର୍ଟ ମୁତାବକ, ଶୁକ୍ରବାର ଆମେରିକାରେ 54 ହଜାର 904 ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ, ଏଥିରେ 616 ଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 27 ଲକ୍ଷ 93 ହଜାର 435କୁ ବୃଦ୍ଧି ପାଇଛି। ସମୁଦାୟ 1 ଲକ୍ଷ 29 ହଜାର 432 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 12 ଲକ୍ଷ 35 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 41 ପ୍ରତିଶତ ଅଟେ। 15 ଲକ୍ଷ 22 ହଜାର ଲୋକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 54 ପ୍ରତିଶତ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.