Mexico Truck Accident: ଓଲଟିଲା ଟ୍ରକ, ୫୩ ପ୍ରବାସୀ ମୃତ - ଟକ୍ସଟ୍ଲା ଗୁଟିଏରେଜରେ ଓଲଟିଲା ଟ୍ରକ
ଉତ୍ତର ଆମେରିକାର ମେକ୍ସିକୋରେ ବଡ଼ ଧରଣର ଟ୍ରକ ଦୁର୍ଘଟଣା । ଘଟଣାରେ ପ୍ରାୟ ୫୩ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ହୋଇଛନ୍ତି ଆହତ । ଅଧିକ ପଢନ୍ତୁ
ମେକ୍ସିକୋ (ଉତ୍ତର ଆମେରିକା): ଉତ୍ତର ଆମେରିକାର ଦକ୍ଷିଣାଞ୍ଚଳରେ ଥିବା ଦେଶ ମେକ୍ସିକୋର ଟକ୍ସଟ୍ଲା ଗୁଟିଏରେଜ (Tuxtla Gutierrez) ସହରରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । କେନ୍ଦ୍ରୀୟ ଆମେରିକୀୟ ପ୍ରବାସୀଙ୍କୁ ଟ୍ରକଟି ନେଇ ଯାଉଥିବା ସମୟରେ ଗୁରୁବାର ଓଲଟି ପଡିବାରୁ ପ୍ରାୟ ୫୩ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ହୋଇଛନ୍ତି ଆହତ । ସେମାନେ ଆମେରିକାର ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରୁଥିବା ଜଣାପଡ଼ିଛି ।
-
Lamento profundamente la tragedia ocasionada por la volcadura de un tráiler en Chiapas que transportaba migrantes centroamericanos. Es muy doloroso. Abrazo a los familiares de las víctimas.
— Andrés Manuel (@lopezobrador_) December 10, 2021 " class="align-text-top noRightClick twitterSection" data="
">Lamento profundamente la tragedia ocasionada por la volcadura de un tráiler en Chiapas que transportaba migrantes centroamericanos. Es muy doloroso. Abrazo a los familiares de las víctimas.
— Andrés Manuel (@lopezobrador_) December 10, 2021Lamento profundamente la tragedia ocasionada por la volcadura de un tráiler en Chiapas que transportaba migrantes centroamericanos. Es muy doloroso. Abrazo a los familiares de las víctimas.
— Andrés Manuel (@lopezobrador_) December 10, 2021
ଏହି ଦୁର୍ଘଟଣା ମେକ୍ସିକୋର ଚିଆପସ୍ (Chiapas) ରାଜ୍ୟର ଟକ୍ସଟ୍ଲା ଗୁଟିଏରେଜ ସହର ନିକଟରେ ଘଟିଛି । ତେବେ ଏ ସମ୍ପର୍କରେ ଚିଆପସ୍ର ନାଗରିକ ସୁରକ୍ଷା ଏଜେନ୍ସି (Civil Protection Agency)ର ମୁଖ୍ୟ ଲୁଇସ ମାନୁଏଲ ଗ୍ରେସିଆ କହିଛନ୍ତି ।
ଦୁର୍ଘଟଣା ଘଟିବା ପରେ କୋଳାହଳ ଓ କାନ୍ଦ ଶବ୍ଦ ଶୁଣିବା ପରେ ଘଟଣାସ୍ଥଳରେ ମେକ୍ସିକାନର ଅଧିକାରୀ ପହଞ୍ଚିଥିଲେ । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋରେ ମୃତଦେହଗୁଡ଼ିକ ରାସ୍ତା ଉପରେ ରଖାଯାଇଥିବା ଦେଖିବାକୁ ମିଳିଛି ।
ସେପଟେ ସୋସିଆଲ ମିଡ଼ିଆରେ ଟ୍ରକରେ ଥିବା ଜଣେ ପୀଡ଼ିତା ରକ୍ତାକ୍ତ ହୋଇ ଶିଶୁକୁ ଧରିଥିବା ବେଳେ ଅନ୍ୟ ଜଣେ କ୍ଷତାକ୍ତ ହୋଇ କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଯୁବକ, ମହିଳାଙ୍କ ସହିତ କିଛି ଶିଶୁ ମଧ୍ୟ ରହିଛନ୍ତି । ଦୁର୍ଘଟଣା ଘଟିବା ପରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଟ୍ବିଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏହି ମୃତକ ଓ ଆହତ ପ୍ରବାସୀ କେଉଁ ରାଷ୍ଟ୍ରର ନାଗରିକ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ କିଛି ପ୍ରବାସୀ ପଡୋଶୀ ରାଷ୍ଟ୍ର ଗୁଏଟାମାଲାର ବୋଲି କହିଛନ୍ତି । ଟ୍ରକରେ ଅଧିକ ସଂଖ୍ୟାରେ ପ୍ରବାସୀମାନ ଯାତ୍ରା କରୁଥିବା ବେଳେ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ପ୍ରାୟ ୧୦୭ ଜଣ ପ୍ରବାସୀ ଯାତ୍ରା କରୁଥିବା ବେଳେ ୮ରୁ ୧୦ ଜଣ ଶିଶୁ ଥିଲେ । ଦୁର୍ଘଟଣାଗ୍ରସ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।