ETV Bharat / international

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ 14 ବର୍ଷ ଜେଲ୍, ପତ୍ନୀଙ୍କୁ ବି ସଜା - EX PAK PM IMRAN KHAN

ଅଲ୍-କାଦିର ଟ୍ରଷ୍ଟ ଘୋଟାଲା ମାମଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ 14 ବର୍ଷ ଓ ପତ୍ନୀ ବୁଶରା ବିବିଙ୍କୁ 7 ବର୍ଷ ଜେଲ ।

IMRAN AND WIFE SENTENCE PRISON
IMRAN AND WIFE SENTENCE PRISON (PTI)
author img

By ETV Bharat Odisha Team

Published : Jan 17, 2025, 8:47 PM IST

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା । ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଖାଲି ଇମ୍ରାନ ନୁହେଁ, ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନୀ କୋର୍ଟ। ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଇମ୍ରାନଙ୍କ ନାଁରେ କ'ଣ ରହିଛି ମାମଲା?

ଅଲ୍-କାଦିର ଟ୍ରଷ୍ଟ କେୟାରର 190 ମିଲିୟନ ପାଉଣ୍ଡ ଟଙ୍କା ହେରଫେର କରିଥିବା ନେଇ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାଁରେ ରହିଛି ଅଭିଯୋଗ । ଯାହାକୁ ନେଇ ଇମ୍ରାନଙ୍କୁ 14 ବର୍ଷ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଚାରପତି ନସିର ଜାଭେଦ ରାନା ଏହି ରାୟ ଶୁଣାଇଛନ୍ତି । ତେବେ ଇମ୍ରାନ ନିଜ କ୍ଷମତାର ଦୁରୁପଯୋଗ କରିଥିବା ନେଇ ଏହି ମାମଲାରେ ଦର୍ଶାଯାଇଛି ।

ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (NAB) ଡିସେମ୍ବର 2023 ରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ 6 ଜଣଙ୍କ ବିରୁଦ୍ଧରେ ମାମଲା ହୋଇଥିଲା । ସେମାନଙ୍କ ନାଁରେ 190 ମିଲିୟନ ପାଉଣ୍ଡ ଟଙ୍କା ଘୋଟାଲା ଅଭିଯୋଗ ରହିଥିଲା ।

ଏହା ବି ପଢନ୍ତୁ...ତୋଶଖାନା ଘୋଟାଲା ମାମଲାରେ ଇମ୍ରାନ ଓ ପତ୍ନୀଙ୍କୁ ବଡ ଆଶ୍ବସ୍ତି, ଦଣ୍ଡାଦେଶରେ ଜାରି ହେଲା ସ୍ଥଗିତାଦେଶ - Toshakhana case - TOSHAKHANA CASE

ଇମ୍ରାନଙ୍କ ନାଁରେ ଏକାଧିକ ମାମଲା:

ପୂର୍ବରୁ ତୋଷଖାନା ମାମଲାରେ ଉଭୟ ଇମ୍ରାନ ଓ ତାଙ୍କ ପତ୍ନୀ ଦୋଷୀ ସାବ୍ୟସ୍ତ ହେବା ସହ 14ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଥିଲେ । ଗତବର୍ଷ ଏପ୍ରିଲ ମାସରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। କ୍ଷମତାରୁ ହଟିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ମାମଲା ଦାଏର କରାଯାଇଥିଲା। ପାକିସ୍ତାନ ଆକାଉଣ୍ଟବିଲିଟି କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 14ବର୍ଷ ଜେଲ ଦଣ୍ଡାରେ ଦଣ୍ଡିତ କରିଥିଲେ । ଇମ୍ରାନ ଏକାଧିକ ମାମଲାରେ ମଧ୍ୟ ଛନ୍ଦି ହୋଇଛନ୍ତି । ତେବେ ଅଲ୍-କାଦିର ବିଶ୍ୱବିଦ୍ୟାଳୟ ପ୍ରୋଜେକ୍ଟ ଟ୍ରଷ୍ଟ ଦୁର୍ନୀତି ମାମଲାରେ ପାକିସ୍ତାନୀ କୋର୍ଟ ଏହି ଦମ୍ପତିଙ୍କୁ ଦଣ୍ଡାଦେଶ ଶୁମାଇଛନ୍ତି ।

ଏହା ବି ପଢନ୍ତୁ...ପାକିସ୍ତାନ ନିର୍ବାଚନ: ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ଇମ୍ରାନଙ୍କ 'ବିଜୟ ଭାଷଣ', PMLN-PPP ମେଣ୍ଟ ପାଇଁ ନଓ୍ୱାଜଙ୍କ ଉଦ୍ୟମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.