ETV Bharat / international

ଆମେରିକାରେ 24 ଘଣ୍ଟାରେ 50 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ, ଫିକା ପଡିଲା ସ୍ବାଧୀନତା ଦିବସ - 50 thousand above corona cases reported in last 24 hrs in usa

ଆମେରିକାରେ ବର୍ତ୍ତମାନ ସୁଦ୍ଧା 28 ଲକ୍ଷ 39 ହଜାର 436 କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 1 ଲକ୍ଷ 29 ହଜାର 676ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ 24 ଘଣ୍ଟାରେ 50ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ, ଫିକା ପଡିଲା ସ୍ବାଧୀନତା ଦିବସ

author img

By

Published : Jul 5, 2020, 12:11 PM IST

ଓ୍ବାଶିଂଟନ: ଆମେରିକାର ନ୍ୟୁୟର୍କ ଓ ଫ୍ଲୋରିଡା ସମେତ 50ଟି ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ମାମଲା ଅହେତୁକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଶ୍ବର ଶକ୍ତିଶାଳୀ ଦେଶ ଏକ ଭୟଙ୍କର ସ୍ଥାନ ଭାବେ ପରିଚିତ ହୋଇଛି । ଏହି ଅବସରରେ ଦେଶର ସ୍ବାଧୀନତା ଦିବସ ମଧ୍ୟ ଫିକା ପଡିଛି ।

ଜନ ହପକିନ୍ସ ୟୁନିଭର୍ସିଟିର ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 50 ହଜାରରୁ ଉର୍ଦ୍ଧ୍ବ ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆମେରିକାରେ 28 ଲକ୍ଷ 39 ହଜାର 436 କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏଥିରେ 1 ଲକ୍ଷ 29 ହଜାର 676ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଶନିବାର ଫ୍ଲୋରିଡାଠାରେ 11 ହଜାର 445ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଏହା ପରେ ରାଜ୍ୟରେ ମୋଟ ସଂକ୍ରମଣ ମାମଲା 1 ଲକ୍ଷ 90 ହଜାରକୁ ବୃଦ୍ଧି ପାଇଛି । ନ୍ୟୁୟର୍କରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 32 ହଜାର 157 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ 70 ହଜାର 877 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ତେବେ ଜୁଲାଇ 4ରେ ଆମେରିକାର ସ୍ବାଧୀନତା ଦିବସକୁ ଫିକା କରିଦେଇଛି କୋରୋନା ଭାଇରସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.