ETV Bharat / international

ଆମେରିକାରେ 24 ଘଣ୍ଚାରେ 42611 ଊର୍ଦ୍ଧ୍ବ କୋରୋନା ପଜିଟିଭ, କମୁଛି ମୃତ୍ୟୁ ସଂଖ୍ୟା

author img

By

Published : Jul 6, 2020, 12:23 PM IST

ଆମେରିକାରେ କୋରୋନାରେ ତାଣ୍ଡବ । ଥମୁନି ସଂକ୍ରମଣ ସଂଖ୍ୟା । ସମୁଦାୟ 28 ଲକ୍ଷ 88 ହଜାର 730ଟି ପଜିଟିଭ ମାମଲା ରିପୋର୍ଟ । ଅଧିକ ପଢନ୍ତୁ...

24 ଘଣ୍ଚାରେ 42611 ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ

ଓ୍ବାଶିଂଟନ: ଜାନୁଆରୀରେ ବ୍ୟାପିଥିବା କୋରୋନା ସଂକ୍ରମଣ ପ୍ରକୋପ ଏବେବି ଜାରି ରହିଛି । ଏଥିରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ ବର୍ତ୍ତମାନ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି କୋରୋନା । ପୂର୍ବରୁ ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ, ଏବେ ଏଥିରେ କ୍ରମଶଃ ହ୍ରାସ ପାଇଛି । ହେଲେ ଥମୁନି ସଂକ୍ରମଣ ସଂଖ୍ୟା ।

ଜନ ହପକିନ୍ସ ୟୁନିଭର୍ସିଟିର ସୂଚନା ମୁତାବକ, ଗତ 24 ଘଣ୍ଟାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶରେ 42 ହଜାର 611ରୁ ଊର୍ଦ୍ଧ୍ବ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ 234 ଜଣଙ୍କର ଜୀବନ ଯାଇଛି ।

ସୋମବାର ସକାଳ ସୁଦ୍ଧା ଦେଶରେ 28 ଲକ୍ଷ 88 ହଜାର 730ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ 1 ଲକ୍ଷ 29 ହଜାର 947 ଜଣଙ୍କର ଜୀବନ ମଧ୍ୟ ଯାଇଛି । ସଂକ୍ରମିତଙ୍କ ମଧ୍ୟରୁ 12 ଲକ୍ଷ 85 ହଜାର ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ବର୍ତ୍ତମାନ 15 ଲକ୍ଷ 63 ହଜାର ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ଦେଶର ସବୁଠୁ ବଡ ସହର ନ୍ୟୁୟର୍କ, ନୁଜର୍ସି ଓ କାର୍ଲିଫର୍ଣ୍ଣିଆ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.