ETV Bharat / international

ଆମେରିକାରେ 24 ଘଣ୍ଟାରେ 71,967 ସଂକ୍ରମିତ, 1200 ମୃତ - america corona update

ଆମେରିକାରେ ପୁଣି କୋରୋନାରେ ମୃତ୍ୟୁର ତାଣ୍ଡବ । ଦୀର୍ଘ ଦିନର ବ୍ୟବଧାନ ପରେ ଏକ ହଜାରରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଆମେରିକାରେ 24 ଘଣ୍ଟାରେ 71,967 ସଂକ୍ରମିତ, 1200 ମୃତ

author img

By

Published : Jul 23, 2020, 11:48 AM IST

ଓ୍ବାଶିଂଟନ: ଦୀର୍ଘ 2 ମାସ ପରେ ପୁଣି ଆମେରିକାରେ ବୃଦ୍ଧି ପାଇଛି କୋରୋନା ମୃତ୍ୟୁ ସଂଖ୍ୟା । ଲାଗୁଛି ଯେପରି ଦେଶର ପିଛା ଛାଡୁନି କୋରୋନା । କେତବେଳେ ସଂକ୍ରମଣ ସଂଖ୍ୟାରେ ଅହେତୁକ ଭାବେ ବୃଦ୍ଧି ପାଉଥିବାବେଳେ, ଆଉ କେବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି ।

ଜନ ହପକିନ୍ସ ୟୁନିଭର୍ସିଟି ମୁତାବକ ଗତ 24 ଘଣ୍ଟାରେ ଦେଶରେ 71 ହଜାର 967ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 1200 ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ଗୁରୁବାର ସକାଳ ସୁଦ୍ଧା 39 ଲକ୍ଷ 70 ହଜାର 906ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ସେହିପରି ଏଥିରେ 1 ଲକ୍ଷ 43 ହଜାର 190 ଜଣଙ୍କର ମୃତ୍ୟୁ ହୋଇଛି ।

19 ଲକ୍ଷ 39 ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ, 20 ଲକ୍ଷ 14 ହଜାରଟି ମାମଲା ଆକ୍ଟିଭ ରହିଛି । ତେବେ ଆମେରିକାର ସବୁଠୁ ପ୍ରଭାବିତ ଦେଶ ମଧ୍ୟରେ ନ୍ୟୁୟର୍କ ରହିଛି । ଯେଉଁଠି ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 36 ହଜାର 576 ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେଥିରୁ 32 ହଜାର 558 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 72 ହଜାର 386 ଜଣ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.