ଓ୍ବାଶିଂଟନ: ଦୀର୍ଘ 4 ରୁ 5 ମାସ ଉର୍ଦ୍ଧ୍ବ ହେବାକୁ ବସିଲାଣି, ହେଲେ ଆମେରିକାରେ ଥମୁନି କୋରୋନା ଝଡ । ଯେଉଁଥିରେ ଗଲାଣି ଲକ୍ଷାଧିକ ଜୀବନ । ଆଉ ପ୍ରତ୍ୟେକ ଦିନ 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଯାହାକୁ ମିଶାଇ 40 ଲକ୍ଷ ଅଭିମୁଖେ ପଜିଟିଭ ସଂଖ୍ୟା ।
ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 66 ହଜାର ରୁ ଉର୍ଦ୍ଧ୍ବ ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଦୀର୍ଘ 2 ମାସ ପରେ ପୁଣି କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ଦିନରେ 1111 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦେଶରେ ଏତେ ସଂଖ୍ୟାକ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟକୁ ଦେଖିଲେ ଲାଗୁଛି ଯେପରି କୋରୋନା ଏଠାରେ ଆଡ୍ଡା ଜମାଇ ବସିଛି ।
ତେବେ ବୁଧବାର ସକାଳ ସୁଦ୍ଧା ଆମେରିକାରେ ମୋଟ 3 ଲକ୍ଷ 902 ହଜାର 58 ଟି କୋରୋନା ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି । ଏଥିରେ 1 ଲକ୍ଷ 41 ହଜାର 995 ଜଣଙ୍କର ମୃତ୍ୟୁ ହୋଇଛି । ସେହପରି 18 ଲକ୍ଷ 85 ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ 19 ଲକ୍ଷ 97 ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି ।