ETV Bharat / international

ବୁର୍କିନା ଫାସୋରେ ଆତଙ୍କୀ ଆକ୍ରମଣ, 160 ଯବାନ ଶହୀଦ - Burkina Faso militant attacks

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ 160 ଯବାନଙ୍କର ମୃତ୍ୟୁ ହେଲାଣି । ଅଧିକ ପଢନ୍ତୁ...

ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ
ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ
author img

By

Published : Jun 7, 2021, 9:57 AM IST

ନାଇଜେରିଆ: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ 160 ଯବାନଙ୍କର ମୃତ୍ୟୁ ହେଲାଣି । ଦେଶର ସଶସ୍ତ୍ରବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ଅଧିକ ବଢିପାରେ ବୋଲି ଆଶଙ୍କା କରାଯାଉଛି । ବୁର୍କିନା ଫାସୋର ଉତ୍ତରପୂର୍ବ ଗ୍ରାମରେ ଘଟିଛି ଏକି ଆକ୍ରମଣ ।

ଆକ୍ରମଣରେ ଆତଙ୍କବାଦୀମାନେ ସ୍ଥାନୀୟ ଦୋକାନ-ବଜାରରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହାକୁ ମାନି ନାହାଁନ୍ତି । ଦେଶରେ ଆତଙ୍କବାଦୀ ଆକ୍ରମଣ କିଛି ନୂଆ ନୁହେଁ ଅନେକ ସମୟରେ ଏଠାରେ ଆତଙ୍କବାଦୀ ଆକ୍ରମଣ କରିଥାନ୍ତି କିନ୍ତୁ ଚଳିତ ବର୍ଷର ଏହା ସବୁଠାରୁ ଅଧିକ ବିଭତ୍ସ ଆକ୍ରମଣ । ଏନେଇ ଜାତିସଂଘ ଦୁଃଖପ୍ରକାଶ କରିବା ସହ ଆକ୍ରମଣକୁ ନିନ୍ଦା କରିଛି ।

ଜାତିସଂଘ ମୁଖ୍ୟ ଆଣ୍ଟିନୋ ଗୁଟେରସ୍ କହିଛନ୍ତି, ‘ ଏହି ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ହିଂସାବାଦୀ ଉଗ୍ରବାଦ ବିରୋଧରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଦୁଇଗୁଣା ସମର୍ଥନ କରିବା ପାଇଁ ନିବେଦନ କରୁଛି ’ । ସେପଟେ ଶୁକ୍ରବାର ରାତିରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ଉତ୍ତର ସୋଲହାନରେ ପ୍ରାୟ 150 କିଲୋମିଟର ଦୂରରେ ଥିବା ତାଡାରିଆଟ ଗାଁରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ମାସରେ ବୁର୍କିନା ଫାସୋର ପୂର୍ବରେ ହୋଇଥିବା ଆକ୍ରମଣରେ 30 ଜଣଙ୍କର ମୃତ୍ୟୁ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.