ETV Bharat / international

ଆଫ୍ରିକାରେ ଲୋକପ୍ରିୟ କୋରୋନା ହେୟାରଷ୍ଟାଇଲ - ଆଫ୍ରିକାରେ କୋରୋନା ହେୟାରଷ୍ଟାଇଲ

ନାଇରୋବିର ଏକ ଲେଡିଜ ହେୟାର ଡ୍ରେସର ଏହି ଷ୍ଟାଇଲ ବାହାର କରିଛନ୍ତି । ପ୍ରଥମରେ ଶସ୍ତା ଆଉ ଦ୍ବିତୀୟରେ କୋରୋନା ଏବେ ଚର୍ଚ୍ଚିତ ଥିବାରୁ ଏହା ଲୋକପ୍ରିୟ ହୋଇଛି । ଅଧିକ ପଢନ୍ତୁ...

ଆଫ୍ରିକାରେ ଲୋକପ୍ରିୟ କୋରୋନା ହେୟାରଷ୍ଟାଇଲ
ଆଫ୍ରିକାରେ ଲୋକପ୍ରିୟ କୋରୋନା ହେୟାରଷ୍ଟାଇଲ
author img

By

Published : May 12, 2020, 6:51 AM IST

ନାଇରୋବି: ପୂର୍ବ ଆଫ୍ରିକାରେ କୋରୋନା ପ୍ରକୋପ ଯେତେ ଅଧିକ ନାହିଁ ତାହାଠାରୁ ବେଶୀ ଲୋକପ୍ରିୟ ପାଲଟିଛି ଏହାର ହେୟାର ଷ୍ଟାଇଲ । ବର୍ତ୍ତମାନ ସେଠାରେ ଯୁବପିଢି ଏହି ଷ୍ଟାଇଲକୁ ଅଧିକ କପି କରୁଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହୋଇଛି ।

ନାଇରୋବିର ଏକ ଲେଡିଜ ହେୟାର ଡ୍ରେସର ଏହି ଷ୍ଟାଇଲ ବାହାର କରିଛନ୍ତି । କୋରୋନାକୁ ନେଇ କେହି ସିରିଏସ ନଥିବାବେଳେ କିଛି ଯୁବପିଢି ସାନିଟାଇଜର ବ୍ୟବହାର କରି ଓ ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରିଥିଲେ । ଏହାକୁ ଦେଖି ଏହି ନୂଆ ଆଇଡିଆ ମନକୁ ଆସିଥିଲା ବୋଲି 24 ବର୍ଷିୟା ହେୟାର ଡ୍ରେସର ସାରୋନ କହିଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ଏପରି ହେୟାର ଷ୍ଟାଇଲ ଏବେ ଲୋକପ୍ରିୟ ପାଲଟିଛି । ଏହାର ଅର୍ଥ ଏହି ମହାମାରୀ ପ୍ରକୃତରେ ଅଛି ଏବଂ ଏହା ଭୟଙ୍କର ବୋଲି ଲୋକେ ଗ୍ରହଣ କରିବେ । ଏହି ଲକ୍ଷ୍ୟରେ ଏପରି ଷ୍ଟାଇଲ ବାହାର କରିଥିବା ସାରୋନ କହିଛନ୍ତି ।

ଏହାସହ ଆଫ୍ରିକାରେ ଏବେ ଅର୍ଥନୀତି ଅତ୍ୟନ୍ତ ଖରାପ ରହିଛି । ଏହାକୁ ବିରୋଧ କରି ମଧ୍ୟ ଏହି ହେୟାର ଷ୍ଟାଇଲ ବାହାରିଛି ଯାହାର ଦାମ ଖୁବ୍ କମ ରହିଛି । ଏହି ହେୟାରଷ୍ଟାଇଲ କମ ଦାମ ଥିବାରୁ ଲୋକେ ଏହାକୁ ଖୁସିରେ ଗ୍ରହଣ କରିଛନ୍ତି । ମୁଣ୍ଡରେ ବାଳ କାଟି ଏହାକୁ ସ୍ପାଇକ୍ କରି କୋରୋନା ଭଳି ବନାଯାଉଛି । ଯେଉଁମାନଙ୍କ ପିଲା ଅଧିକ ଦାମ ଦେଇ ଚୁଟି ଷ୍ଟାଇଲ କରିପାରିବେନି ସେମାନଙ୍କ ମଧ୍ୟରେ ଏହି ଷ୍ଟାଇଲ ବେଶ ଆଦୃତ ଲାଭ କରିଛି ।

ଆଫ୍ରିକାରେ ଗତ କିଛିବର୍ଷ ମଧ୍ୟରେ ହେୟାର ଷ୍ଟାଇଲ ଫ୍ୟାସନ ଡିଜାଇନ ଅତ୍ୟନ୍ତ ଖରାପ ହୋଇଛି । ଏହି ଲାଇନ ଅଧିକ ମହଙ୍ଗା ହୋଇଛି । ଏପରିକି ଭାରତ, ଚୀନ ଓ ବ୍ରାଜିଲରୁ ବାଳ ଆମଦାନୀ କରି ଏଠାରେ ବ୍ୟବସାୟ ଚାଲୁଛି । ପରିସ୍ଥିତି ଖରାପ ଥିବାରୁ ବର୍ତ୍ତମାନର ଫାଇଦା ଉଠାଇ ଶସ୍ତାରେ ଏହି ଷ୍ଟାଇଲ ତିଆରି ହୋଇଛି । ପ୍ରଥମରେ ଶସ୍ତା ଆଉ ଦ୍ବିତୀୟରେ କୋରୋନା ଏବେ ଚର୍ଚ୍ଚିତ ଥିବାରୁ ଏହା ଲୋକପ୍ରିୟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.