ମୁମ୍ବାଇ: ଲୋକପ୍ରିୟ ଟିଭି ହୋଷ୍ଟ ତଥା କମେଡି କ୍ବିନ ଭାରତୀ ସିଂ ନିଜ ଶିଶୁପୁତ୍ରର ନାଁର ଖୁଲାସା କରିଛନ୍ତି । ଭାରତୀ ନିଜ ଶିଶୁପୁତ୍ରର ନାଁ ଗୋଲା ରଖିନାହାନ୍ତି, ବରଂ 'ଲକ୍ଷ୍ୟ' ରଖିଛନ୍ତି । ତେବେ ସେ ସ୍ନେହରେ ନିଜ ଶିଶୁକୁ ଗୋଲା ଡାକିଥାନ୍ତି । ସେ ଏକ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେବା ସମୟରେ ନିଜ ଶିଶୁ ନାଁର ଖୁଲାସା କରିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ଭାରତୀ ଏକ ଭିଡ଼ିଓରେ କହିଛନ୍ତି ଯେ ତାଙ୍କ ଶିଶୁ ନିଜ ପିତାମାତାଙ୍କୁ କାମ କରୁଥିବାର ଦେଖୁଛି । ଲକ୍ଷ୍ୟ ମଧ୍ୟ ଜନ୍ମ ପୂର୍ବରୁ କାମ କରୁଥିଲା । ଏପରି ଭାବରେ ଭାରତୀ ଓ ହର୍ଷଙ୍କ ଶିଶୁପୁତ୍ର ନାଁର ଖୁଲାସା ହୋଇଛି । ସୂଚନା ଥାଉ କି ଭାରତୀ ସିଂଙ୍କ ବିବାହକୁ ୪ ବର୍ଷ ହୋଇଥିବା ବେଳେ ସେ ୨୦୧୭ରେ ସ୍କ୍ରିନ୍ ରାଇଟର ତଥା ଟିଭି ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ସହିତ ଗୋଆରେ ବିବାହ କରିଥିଲେ ।
ଗତ ଏପ୍ରିଲ ୩ ତାରିଖରେ ସେ ପ୍ରଥମ ସନ୍ତାନର ମାଆ ହୋଇଥିଲେ । ଭାରତୀ ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ରହିଥାନ୍ତି । ନିଜ ଶିଶୁପୁତ୍ରର ଚେହେରା ନ ଦେଖାଇ ଅନେକ ଫଟୋ ସେୟାର କରିଥାନ୍ତି । ହର୍ଷ ଓ ଭାରତୀ 'ହୁନରବାଜ' ଓ 'ଦ ଖତରା ଶୋ'ରେ ନଜର ଆସିଥିଲେ ।