ETV Bharat / entertainment

Khatron Ke Khiladi 13: ସିଜିନର ବିଜେତା ହେଲେ ରାପର ଡିନୋ ଜେମ୍ସ

author img

By ETV Bharat Odisha Team

Published : Oct 15, 2023, 11:23 AM IST

ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ ଖତରୋ କେ ଖିଲାଡି ସିଜନ ୧୩ ବିଜେତା ହୋଇଛନ୍ତି ରାପର ଡିନୋ ଜେମ୍ସ । ବିଜେତା ଡିନୋଙ୍କୁ ଟ୍ରଫି ସହ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅଧିକ ପଢ଼ନ୍ତୁ

Khatron Ke Khiladi 13
Khatron Ke Khiladi 13

ମୁମ୍ବାଇ: ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ ଖତରୋ କେ ଖିଲାଡି ସିଜନ ୧୩ ଶେଷ ହୋଇଛି । ଶୋ' କୁ ତାର ବିଜେତା ମିଳିଛି । ରାପର୍‌ ଡିନୋ ଜେମ୍ସ ଏହି ସିଜିନର ବିଜେତା ହୋଇଛନ୍ତି । ଏହି ରିଏଲିଟି ସୋ' ଜୁଲାଇ 15 ରେ ଆରମ୍ଭ ହୋଇଥିଲା । ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କୁ ହରାଇ ଟ୍ରଫି ହାତେଇଛନ୍ତି ଡିନୋ । ଏହି ଟ୍ରଫି ଜିତିବା ପରେ ଡିନୋ ବେଶ ଖୁସିଥିବା କହିଛନ୍ତି । ଡିନୋ ଜେମ୍ସଙ୍କ ବ୍ୟତୀତ ଟପ୍‌ ୫ରେ ଶିବ ଠାକରେ, ଅର୍ଜିତ ତନେଜା, ଐଶ୍ବର୍ଯ୍ୟା ଶର୍ମା ଏବଂ ରଶ୍ମିତ୍ କୌର ରହିଥିଲେ ।

ଶୋ'ର ଜଣେ ଦମଦାର ପ୍ରତିଯୋଗୀ ଥିଲେ ଡିନୋ । ଆରମ୍ଭରୁ ହିଁ ସମସ୍ତ ବାଧା ବିଘ୍ନ ପରେ ବି ଷ୍ଟଣ୍ଟ ଶେଷ କରୁଥିଲେ । ଏହି ରିଆଲିଟି ଶୋ'କୁ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ କରୁଥିଲେ । ଫାଇନାଲରେ ତାଙ୍କ ସହ ଐଶ୍ବର୍ଯ୍ୟା ଶର୍ମା ଓ ଅର୍ଜିତ ତନେଜା ରହିଥିଲେ । ବିଜେତା ଡିନୋଙ୍କୁ ଟ୍ରଫି ସହ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ସିଜିନରେ ଡିନୋ ସବୁ ଷ୍ଟଣ୍ଟରେ ଶତ ପ୍ରତିଶତ ପ୍ରଦର୍ଶନ କରିଥିଲେ । ସେ ହିଁ ବିଜେତା ହେବେ ବୋଲି ଆକଳନ କରାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ- Khatron ke Khiladi 13: ସୋ’ରେ ଏଣ୍ଟ୍ରି ସହିତ ବାହାରିଲେ ସଲମାନଙ୍କ ହିରୋଇନ୍, ଜାଣନ୍ତୁ ଏମିତି କ’ଣ ଘଟିଲା ?

ଚଳିତ ବର୍ଷ ଶୋ'ଟି ବହୁତ ଲୋକପ୍ରିୟତା ହାସଲ କରିଛି । ଦକ୍ଷିଣ ଆଫ୍ରିକାର କେପଟାଉନରେ ଏହାର ସୁଟିଂ ହେଉଥିଲା । ପ୍ରତିଯୋଗୀଙ୍କୁ ଦୁଃସାହାସିକ ଷ୍ଟଣ୍ଟ୍‌ କରିବାକୁ ପଡ଼ିଥିଲା । ପ୍ରଦର୍ଶନ ଆଧାରରେ ମୂଲ୍ୟାୟନ କରାଯାଉଥିଲା । ଶେଷ ଏପିସୋଡ୍ ଚଳିତ ମାସ ଆରମ୍ଭରେ ମୁମ୍ବାଇରେ ରେକର୍ଡ କରାଯାଇଥିଲା । ସାମର୍ଥ୍ୟ ବଳରେ ପ୍ରତିଯୋଗୀ ନିଜର ଦମ ଦେଖାଉଥିଲେ । ତେବେ ଫାଇନାଲରେ ପ୍ରବେଶ କରିଥିବା ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ଶର୍ମା, ଡିନୋ ଜେମ୍ସ ଏବଂ ଅର୍ଜିତ ତାନେଜାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରଥମ ଷ୍ଟଣ୍ଟ ଅର୍ଜିତ ତାନେଜା କରିଥିବା ବେଳେ ସେ ଏହାକୁ ସଫଳତାର ସହିତ ଜିତିଥିଲେ । ପରବର୍ତ୍ତୀ ଷ୍ଟଣ୍ଟ ଐଶ୍ବର୍ଯ୍ୟା ଶର୍ମା କରିଥିଲେ କିନ୍ତୁ ସେ ଷ୍ଟଣ୍ଟକୁ ସଂପୂର୍ଣ୍ଣ କରିପାରି ନଥିଲେ । ଶେଷରେ ଅର୍ଜିତଙ୍କୁ ଡିନୋ ଜେମ୍ସ ହରାଇ ଟାଇଟଲ ଜିତିଛନ୍ତି । ଜେମ୍ସ ଜଣେ ରାପର୍ । ସେ ତାଙ୍କ ଗୀତ 'ଲୁଜର' ପାଇଁ ପ୍ରସିଦ୍ଧ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.