ETV Bharat / entertainment

ବିବାହ ବନ୍ଧନରେ ବାନ୍ଧି ହେଲେ କୋରିଓଗ୍ରାଫର ତୁଷାର

author img

By

Published : Jan 19, 2023, 10:24 AM IST

ହାତକୁ ଦୁଇ ହାତ ହୋଇଛନ୍ତି କୋରିଓଗ୍ରାଫର ତୁଷାର କାଲିଆ । ମେଡଲ ତ୍ରିବେଣୀ ବରମନଙ୍କୁ ଜୀବନସାଥୀ କରିଛନ୍ତି । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେଲେ କୋରିଓଗ୍ରାଫର ତୁଷାର
ବିବାହ ବନ୍ଧନରେ ବାନ୍ଧି ହେଲେ କୋରିଓଗ୍ରାଫର ତୁଷାର

ମୁମ୍ବାଇ: ବାଜିଲା ଦୁଃସାହସିକ ରିଆଲିଟି ଶୋ' ଖତରୋଁ କେ ଖିଲାଡି ବିଜେତା ତୁଷାର କାଲିଆଙ୍କ ସାହାନାଇ । ହାତକୁ ଦୁଇ ହାତ ହୋଇଛନ୍ତି କୋରିଓଗ୍ରାଫର ତୁଷାର । ମଡେଲ ତଥା ତାଙ୍କ ବାନ୍ଧବୀ ତ୍ରିବେଣୀ ବରମନଙ୍କୁ ଜୀବନସାଥୀ କରିଛନ୍ତି ତୁଷାର । ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ତୁଷାରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବିବାହକୁ ତୁଷାର ତାଙ୍କ ଇନଷ୍ଟାଗ୍ରାମ ପେଜରେ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ତୁଷାର ବ୍ଲେସଡ ବୋଲି ଲେଖିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ବିବାହକ ସ୍ବତନ୍ତ୍ର ଦିନରେ ତ୍ରିବେଣୀ ନାଲି ରଙ୍ଗରେ ଲେହେଙ୍ଗା ପିନ୍ଧଥିବା ବେଳେ ତୁଷାର ଫିକା ସେରୱାନୀ ପିନ୍ଧିଥିଲେ । ଦୁହେଁ ଦୁହିଁଙ୍କ ହାତ ଧରି ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହା ସହ ଉଭୟଙ୍କ ସଙ୍ଗୀତ ସମାରୋହରେ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରିଥିଲେ ତୁଷାର । ଫଟୋକୁ ସୋସିଆଲ ମିଡିଆରେ ପକାଇବା ମାତ୍ରେ ଫ୍ୟାନ୍ସ ଓ ସାଥୀ କଳାକାରଙ୍କ ଶୁଭେଚ୍ଛା ସୁଅ ଛୁଟିଥିଲା ।

ଏହା ବି ପଢନ୍ତୁ...Athiya Shetty-KL Rahul wedding: ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ତୁଷାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ସହ କଳାକାର କରମ ବିଜଲାନୀ, କମେଡିଆନ ଭାରତୀୟ ସିଂହ, ତୁଷାରଙ୍କ ସାଥୀ ତଥା କୋରିଓ ଗ୍ରାଫର ଧର୍ମେଶ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ...ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ୍ ସାନ୍ଧୁଙ୍କ ମୋଟାପଣ ପଛରେ ରହିଛି ରୋଗ

ଦୁଃସାହସିକ ରିଆଲିଟି ଶୋ' ଖତରୋଁ କେ ଖିଲାଡି ସିଜିନ 12ର ବିଜେତା ହୋଇଥିଲେ ତୁଷାର କାଲିଆ । ଏହା ସହିତ ଡ୍ୟାନ୍ସ ରିଆଲିଟି ଶୋ 'ଝଲକ ଦିଖ ଲା ଜାରେ' ପ୍ରଥମ ତୃତୀୟ ସଂସ୍କରଣରେ ମାଧୁରୀ ଦିକ୍ଷୀତଙ୍କ ସହ କୋ ଜଜ୍ ଦାୟିତ୍ବ ମଧ୍ୟ ତୁଲାଇଥିଲେ ତୁଷାର । ତୁଷାର ଜଣେ କୋରିଓଗ୍ରାଫର । ତାଙ୍କ ନୃତ୍ୟ କୌଶଳ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ଏହା ଛଡା ବଲିଉଡ ଫିଲ୍ମ ଏବିସିଡି ଫଲ୍ମରେ ଅଭିନୟ କରିଥିଲେ ତୁଷାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.