ମୁମ୍ବାଇ: ଲମ୍ବା ସମୟ ଧରି ଚାଲିଥିବା ଡ୍ୟାନ୍ସ ରିଆଲିଟି ଶୋ' ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍ସ ସିଜନ 3କୁ ତାର ବିଜେତା ମିଳିଛି । ହରିୟାଣାର ବର୍ଷା ବୁମରା ବିଜେତା ହୋଇଛନ୍ତି । ଜଣେ ଦିନ ମଜୁରିଆରୁ ଡିଆଇଡି (Dance India Dance)ର ବିଜୟ ମୁକୁଟ ପିନ୍ଧିଛନ୍ତି ବର୍ଷା । ଟ୍ରଫି ସହ ତାଙ୍କୁ 7 ଲକ୍ଷ 50 ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଡିଆଇଡିରେ ଭାଗ ନେବା ପୂର୍ବରୁ ବର୍ଷା ଦିନ ମଜୁରିଆ ଭାବେ କାମ କରୁଥିଲେ । ତାଙ୍କ ସ୍ବାମୀ ମଧ୍ୟ ମଜୁରିଆ ଭାବେ କାମ କରନ୍ତି । ସେଥିରୁ ଯେତିକି ରୋଜଗାର ହୁଏ ପରିବାର ଚଳେ । ରୋଜଗାର କମ ଥିଲେ ବି ବର୍ଷାଙ୍କ ସ୍ବପ୍ନ ବଡ ଥିଲା । ପିଲାଟି ଦିନୁ ନାଚ ପ୍ରତି ତାଙ୍କର ଦୁର୍ବଳତା ଥିଲା ହେଲେ ପରିସ୍ଥିତି ତାଙ୍କୁ ଦୂରରେ ରଖିଥିଲା । ଡ୍ୟାନ୍ସ ରିଆଲିଟି ଶୋ' ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ତାଙ୍କୁ ସୁଯୋଗ ଦେଲା । ଏଥିଲେ ଭାଗ ନେଇଥିଲେ ବର୍ଷା । ଆରମ୍ଭରୁ ହିଁ ଜବରଦସ୍ତ ନୃତ୍ୟ ପରିବେଶଣ କରି ବିଚାରକଙ୍କ ମନ ଜିତିଥିଲେ । ତାଙ୍କ ମେଣ୍ଟର ଥିଲେ ବର୍ତିକା ଝା । ତାଙ୍କ କୋରିଓଗ୍ରାଫିରେ ବର୍ଷା ସମସ୍ତ ଏପିସୋଡରେ ନୃତ୍ୟ ପରିବେଷଣ କରିଥିଲେ । ଫାଇନାଲ ମୁକାବିଲାରେ ବାଜି ମାରିଥିଲେ ବର୍ଷା । ଟ୍ରଫି ସହ ତାଙ୍କୁ 7 ଲକ୍ଷ 50 ହଜାର ଟଙ୍କା ପୁରସ୍କାର ରାଶି ମିଳିଛି ।
ଏହା ବି ପଢନ୍ତୁ...O Sajna ଗୀତକୁ ନେଇ ତେଜୁଛି ଅସନ୍ତୋଷ, ଉଠିଲା ନେହାଙ୍କୁ ବ୍ୟାନ ଦାବି
ଫାଇନାଲକୁ 6 ଜଣ ଉତୀର୍ଣ୍ଣ ହୋଇଥିଲେ । ସମସ୍ତଙ୍କୁ ପଛରେ ପକାଇ ଟ୍ରଫି ହାତେଇଛନ୍ତି ବର୍ଷା । ବିଜୟ ପରେ ପ୍ରତିକ୍ରିୟାରେ ବର୍ଷା କହିଛନ୍ତି, ''ମୋ ପାଇଁ ସ୍ବପ୍ନ ପୁରଣ ହେଲା ପରି ଲାଗୁଛି । ଏ ଯାତ୍ରାରୁ ମୁଁ ବହୁତ କିଛି ଶିଖିଛି । ଟ୍ରଫି ଜିତିଥିବାରୁ ମୁଁ କୃତଜ୍ଞ ।'' ସମସ୍ତ ବିଚାରକ ଓ ତାଙ୍କ ମେଣ୍ଟର ବର୍ତିକାଙ୍କୁ ଧନ୍ୟବାଦ ଦେଇଥିଲେ ବର୍ଷା । ବର୍ଷା ଜିତିଥିବା ପୁରସ୍କାର ରାଶି ତାଙ୍କ ପୁଅ ପାଠପଢାରେ ଲଗାଇବେ ବୋଲି କହିଛନ୍ତି । ଜି ଟିଭିରେ ଏହି ଶୋ ପ୍ରସାରିତ ହୁଏ । ଏଥିରେ ଡ୍ୟାନ୍ସ କୋରିଓ ଗ୍ରାଫର ରେମୋ ଡିସୁଜା, ଅଭିନେତ୍ରୀ ଉର୍ମିଲା ମାତେଣ୍ଡକର ଓ ଭାଗଶ୍ରୀ ବିଚାରକ ଦାୟିତ୍ବ ତୁଲାଇଥିଲେ ।
ଇଟିଭି ଭାରତ