ମୁମ୍ବାଇ: ମାତୃତ୍ବ ଲାଭ କରିଛନ୍ତି କମେଡି କୁଇନ ଭାରତୀ ସିଂ । ଭାରତୀ ଓ ସ୍ବାମୀ ହର୍ଷ ଲିମ୍ବାଛିଆ ଏକ ଶିଶୁ ପୁତ୍ରର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଶିଶୁପୁତ୍ରଟି ଭାରତୀଙ୍କ ପ୍ରଥମ ସନ୍ତାନ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ହର୍ଷ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ।
ଏ ନେଇ ସ୍କ୍ରିନ ରାଇଟର ତଥା ହୋଷ୍ଟ ହର୍ଷ ଭାରତୀଙ୍କ ମ୍ୟାଟରନିଟି ସୁଟ୍ର ଏକ ଫଟୋ ସହିତ ଏହି ଖୁସି ଖବରକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି । ଏଥିରେ ହର୍ଷ ଲେଖିଛନ୍ତି ଯେ “It’s a BOY ❤️.” ହର୍ଷଙ୍କ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ ଓ ସେଲିବ୍ରିଟି ଏହି ନୂତନ ପିତାମାତା ହୋଇଥିବା ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଟେଲି ଅଭିନେତ୍ରୀ ଅନିତା ହସନ ଅନ୍ଦାନୀ କମେଣ୍ଟ ଦେଇ ଲେଖିଛନ୍ତି “Yaaayyy congratulations ❤️,” ସେପଟେ ଅଦିତି ଭାଟ୍ଟିଆ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇ ଶିଶୁପୁତ୍ରକୁ ଭେଟିବାକୁ ସେ ଅଧୈର୍ଯ୍ୟ ହୋଇପଡ଼ିଥିବା କହିଛନ୍ତି ।
ଅନ୍ୟ ସାଥୀ କଳାକାରମାନେ ମଧ୍ୟ ଶୁଭେଚ୍ଛାରେ କମେଣ୍ଟ ସେକ୍ସସନକୁ ପୂରଣ କରିଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଥାଉ କି ଗତ କିଛି ଦିନ ପୂର୍ବରୁ ଭାରତୀ ନିଜ ମ୍ୟାଟରିନିଟି ସୁଟ୍ କରିଥିଲେ । ଏହି ଫଟୋ ଖୁବ ଭାଇରାଲ ହେବା ସହିତ ଫ୍ୟାନ୍ସମାନେ ଏହାକୁ ଖୁବ ପସନ୍ଦ କରିଥିଲେ । ଏହି ଫଟୋ ସେୟାର କରି ଭାରତୀ ଲେଖିଥିଲେ ଯେ 'ଆନେ ୱାଲେ ବେବି କି ମମି' । ଭାରତୀ ଗର୍ଭବତୀ ହେବାର ଖବର ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ସେୟାର କରିଥିଲେ ।
ଅନ୍ୟପଟେ ଭାରତୀଙ୍କ ଘରକୁ ଏକ ଛୋଟ ପରୀ ଅର୍ଥାତ୍ ଭାରତୀ କନ୍ୟା ସନ୍ତାନର ମାଆ ହୋଇଥିବା ଖବର ଭାଇରାଲ ହୋଇଥିଲା । ଯାହାକି ମିଥ୍ୟା ତଥ୍ୟ ରହିଥିଲା । ଭାରତୀ ରବିବାର ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ତେବେ ଭାରତୀଙ୍କ ୱାର୍କଫ୍ରଣ୍ଟ ସମ୍ପର୍କରେ ଆଲୋଚନା କଲେ ସେ 'ହୁନରବାଜ୍' ଓ 'ଖତରା ଖତରା ଖତରା'ର ହୋଷ୍ଟ କରିଆସୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ