ETV Bharat / entertainment

୬୬ ବର୍ଷରେ ଆଖି ବୁଝିଲେ କେଭିନ କନ୍‌ରୋଏ, ବ୍ୟାଟ୍‌ମ୍ୟାନ ସିରିଜ୍‌ରେ ଦେଇଥିଲେ ସ୍ଵର

author img

By

Published : Nov 12, 2022, 12:00 PM IST

ଅଭିନେତା ତଥା ଭଏସ୍ ଓଭର କଳାକାର କେଭିନ୍ କନ୍‌ରୋଏଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡତ ଥିଲେ । ଅଧିକ ପଢନ୍ତୁ

୬୬ ବର୍ଷରେ ଆଖି ବୁଝିଲେ କେଭିନ୍‌ କନ୍‌ରୋଏ, ବ୍ୟାଟ୍‌ମ୍ୟାନ୍‌ ସିରିଜ୍‌ରେ ଦେଇଥିଲେ ସ୍ଵର

ନୂଆଦିଲ୍ଲୀ: ଅଭିନୟ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଗତ ଶୁକ୍ରବାର ଦିନ, ପ୍ରସିଦ୍ଧ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ଦେହାନ୍ତ ହୋଇଥିଲା । ଜିମରେ ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ବର୍ତ୍ତମାନ ହଲିଉଡ କରିଡରରୁ ଏହି ଦୁଃଖଦ ଖବର ଆସିଛି । ହଲିଉଡ ଅଭିନେତା ତଥା ଭଏସ୍‌ ଓଭର ଆର୍ଟିଷ୍ଟ କେଭିନ୍‌ କନ୍‌ରୋଏଙ୍କ(Kevin Conroy) ଦେହାନ୍ତ ହୋଇଛି । 66 ବର୍ଷୀୟ ଅଭିନେତା ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡତ ଥିଲେ । ଏହି ସୂଚନା ବ୍ୟାଟମ୍ୟାନ୍‌: ଆନିମେଟେଡ୍ ସିରିଜ୍‌ରେ କାମ କରୁଥିବା କୋ-ଷ୍ଟାର ଡାଏନେ ପର୍ସିଂ ଦେଇଛନ୍ତି ।

  • Thanks to everyone who shared kind thoughts and warm wishes today about Kevin. I know he would have loved them as much as he loved his fans, and that love was boundless. I'm going to leave it here for a while, on this image of these magic makers. Good Knight all. https://t.co/jijXgx11Ts

    — Paul_Dini (@Paul_Dini) November 12, 2022 " class="align-text-top noRightClick twitterSection" data=" ">

ବ୍ୟାଟ୍ସମ୍ୟାନ୍ ଆନିମେଟେଡ୍ ସିରିଜ୍ କାମ ପାଇଁ ବେଶ୍ ଜଣାଶୁଣା କେଭିନ୍‌ । ତାଙ୍କ ସ୍ୱର ସହିତ ବ୍ୟାଟମ୍ୟାନ୍‌ଙ୍କ ଚରିତ୍ର ଜୀବନ୍ତ ଥିଲା । କହିବାକୁ ଗଲେ କେଭିନ ୮୦ ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୯୨ ମସିହାରେ, ସେ ଥିଏଟରରେ ନିଜର ଦକ୍ଷତା ପ୍ରଦର୍ଶିତ କରିବା ପରେ ପ୍ରଥମ ଥର ପାଇଁ ବ୍ୟାଟ୍ସମ୍ୟାନର ଚରିତ୍ରରେ ସ୍ୱର ଦେଇଥିଲେ । ଏହି ସିରିଜ୍ ବହୁତ ଲୋକପ୍ରିୟ କରିଥିଲା । ଆନିମେଟେଡ୍‌ ସିରିଜ୍‌ରେ ତାଙ୍କ ସ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଥିଲା ।

ଏହା ବି ପଢନ୍ତୁ: ପୁଣି କାଳ ହେଲା ଜିମ୍, ହୃଦଘାତରେ ଚାଲିଗଲା ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଜୀବନ

ୱାର୍ଣ୍ଣର ବ୍ରୋସ ଦ୍ବାରା ପ୍ରକାଶିତ ଏକ ବିବୃତ୍ତିରେ ଜୋକରଙ୍କ ଚରିତ୍ରରେ ସ୍ୱର ଦେଇଥିବା ମାର୍କ ହାମିଲ ଅଭିନେତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ମାର୍କ ହାମିଲ କହିଛନ୍ତି, "କେଭିନ ଜଣେ ପରଫେକ୍ଟନିଷ୍ଟ ଥିଲେ । ମୁଁ ତାଙ୍କୁ ବହୁତ ପସନ୍ଦ କରୁଥିଲି । ତାଙ୍କ ସହିତ ଭାଇ ଭଳି କଥା ହେଉଥିଲି । ସେ ମଧ୍ୟ ମୋର ଯତ୍ନ ନେଉଥିଲେ। ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ସତ୍ୟତା ନଜର ଆସୁଥିଲା ।"

ଯେତେବେଳେ ମୁଁ ତାଙ୍କୁ କାମ କରୁଥିବାର ଦେଖୁଥିଲି କିମ୍ବା ଯେତେବେଳେ ସେ କଥାବାର୍ତ୍ତା କରୁଥିଲେ, ସେତେବେଳେ ମୋ ଭିତରେ ଏକ ଭିନ୍ନ ଉତ୍ସାହ ଭରି ଯାଉଥିଲା । ଏହା ବ୍ୟତୀତ ବ୍ୟାଟମ୍ୟାନ୍: ଆନିମେଟେଡ୍ ସିରିଜ୍‌ର ଲେଖକ ପଲ୍ ଡିନି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ବ୍ୟତୀତ ଅନ୍ୟ ତାରକାମାନେ ମଧ୍ୟ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.