ETV Bharat / entertainment

ବିକିଙ୍କ ଏହି କାମ ପାଇଁ ରାଗି ଯାଇଥିଲେ କ୍ୟାଟ୍ରିନା, ବିବାହ ବାତିଲ କରିବାକୁ ଦେଇଥିଲେ ଧମକ

author img

By ETV Bharat Odisha Team

Published : Nov 24, 2023, 5:22 PM IST

Vicky Kaushal got threat from Katrina: ଏକ ସାକ୍ଷାତକାରରେ ବିକି କୌଶଲ ନିଜ ବିବାହ ନେଇ ଖୁଲାସା କରିଛନ୍ତି । ଯେତେବେଳେ କ୍ୟାଟ୍ରିନା କୈଫ ତାଙ୍କୁ ବିବାହ ବାତିଲ କରିବାକୁ ଧମକ ଦେଇଥିଲେ । ଆସନ୍ତୁ ଜାଣିବା ପୁରା ଘଟଣା କ’ଣ ଥିଲା ?

ବିକିଙ୍କ ଏହି କାମ ପାଇଁ ରାଗିଯାଇଥିଲେ କ୍ୟାଟ୍ରିନା, ବିବାହ ବାତିଲ କରିବାକୁ ଦେଇଥିଲେ ଧମକ

ହାଇଦ୍ରାବାଦ: ବଲିଉଡର ପାୱାରପ୍ୟାକ୍ ଦମ୍ପତିଙ୍କ ମଧ୍ୟରୁ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ । ୨୦୨୧ ମସିହାରେ ରାଜସ୍ଥାନରେ ଏହି ଦମ୍ପତିଙ୍କ ବିବାହ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ବିକି ତାଙ୍କ ବିବାହ ସହ ଜଡିତ ଅନେକ କଥା ଖୁଲାସା କରିଛନ୍ତି । ବିକି କହିଛନ୍ତି ଫିଲ୍ମ 'ଜରା ହଟକେ ଜରା ବଚକେ'ର ସୁଟିଂ ତାଙ୍କ ବିବାହ ମଧ୍ୟରେ ଚାଲିଥିଲା । ଏହି ସେ ସମୟରେ କ୍ୟାଟ୍ରିନା କୈଫ କିପରି ବିବାହ ବାତିଲ କରିବାକୁ ତାଙ୍କୁ ଧମକ ଦେଇଥିଲେ ସେନେଇ ଖୁଲାସା କରିଛନ୍ତି ।

ଅଭିନେତା ପ୍ରକାଶ କରିଛନ୍ତି ଯେ ମୁଁ ମୋର ବିବାହ ପୂର୍ବରୁ ଫିଲ୍ମର ଅଧା ସୁଟିଂ କରିଥିଲି ଏବଂ ତା'ପରେ ମୁଁ ମୋର ବିବାହ ପାଇଁ ଛୁଟି ନେଇଥିଲି । ବିବାହ ପରେ ତାଙ୍କୁ ତୁରନ୍ତ ସେଟକୁ ଫେରିବା ପାଇଁ ଫିଲ୍ମ ନିର୍ମାତାଙ୍କ ଚାପର ସମ୍ମୁଖୀନ ହୋଇଥିଲେ । ବିବାହର ଠିକ୍ ଦୁଇ ଦିନ ମଧ୍ୟରେ ମୁଁ ଏକ କଲ ପାଇଲି । ସେମାନେ ମୋତେ ସେଟକୁ ଡକାଯାଇଥିଲା । ଏହି ସମୟରେ ମୋତେ କ୍ୟାଟ୍ରିନା ଧମକ ଦେଇ କହିଥିଲେ ଯେ, ଯଦି ତୁମେ ଦୁଇ ଦିନ ପରେ ହିଁ ସେଟକୁ ଯିବ, ତେବେ ବିବାହକୁ ଛାଡିଦିଅ । ତା’ପରେ ମୁଁ କହିଲି, ନା' ଏବଂ ମୁଁ ପାଞ୍ଚ ଦିନ ପରେ ଫିଲ୍ମର ସେଟକୁ ଯାଇଥିଲି ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବିକି କୌଶଲଙ୍କୁ ଶେଷ ଥର ପାଇଁ ଦ ଗ୍ରେଟ୍‌ ଇଣ୍ଡିଆନ ଫ୍ୟାମିଲି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ସେପ୍ଟେମ୍ବର 22ରେ ରିଲିଜ ହୋଇଥିବା ବେଳେ ବ୍କସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରିନଥିଲା । ବର୍ତ୍ତମାନ ବିକିଙ୍କୁ ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ସାମ ବାହାଦୂରରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହା ରଣବୀର କପୁରଙ୍କ ଆନିମଲ ସହ କଡ଼ା ଟକ୍କର ଦେବ । କାରଣ ଡିସେମ୍ବର ୧ରେ ଆନିମଲ ମଧ୍ୟ ରିଲିଜ ହେବ । ଏଥିସହ ବିକିଙ୍କୁ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିରେ ମଦ୍ୟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ

ସେପଟେ କ୍ୟାଟ୍ରିନାଙ୍କୁ ଟାଇଗର ୩ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ପୁଣି ସଲମାନ ଖାନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହା ଦିପାବଳୀ ଦିନ ନଭେମ୍ବର ୧୨ରେ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଏଥିସହ ସେ ଆଗାମୀ ଫିଲ୍ମ ମେରି କ୍ରିସ୍‌ମାସ୍‌ରେ ନଜର ଆସିବେ । ଏହି ଫିଲ୍ମ ସହ କ୍ୟାଟ୍ରିନା ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସାଉଥ ତାରକା ବିଜୟ ସେଥୁପଥିଙ୍କ ସହ ନଜର ଆସିବେ । ନିକଟରେ ଫିଲ୍ମର ରିଲିଜ ଡେଟ୍‌ ଘୁଞ୍ଚାଇଛନ୍ତି ନିର୍ମାତା । ଫିଲ୍ମ ଡିସେମ୍ବର ୮ ପରିବର୍ତ୍ତେ ୧୨ ଜାନୁଆରୀରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.