ହାଇଦ୍ରାବାଦ: ଆଜି (19 ନଭେମ୍ବର) ଖେଳାଯିବ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ । ଆଜିର ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ସମଗ୍ର ଦେଶ ଏହି ମ୍ୟାଚ୍କୁ ନେଇ ଉତ୍ସାହିତ ରହିଛି । ଏଥିରୁ ବାଦ ପଡିନାହାନ୍ତି ବି-ଟାଉନ ସେଲିବ୍ରିଟି । ଅନେକ ତାରକା ଭାରତୀୟ ଟିମ୍କୁ ଚିୟରଅପ୍ କରିବାକୁ ଅହମ୍ମଦାବାଦ ଷ୍ଟାଡିୟମ ପହଞ୍ଚିଥିବା ବେଳେ ଅନେକ ସୋସିଆଲ ମିଡିଆରେ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତର ବିଜୟ ନେଇ ବେଶ ଆଶାବାଦୀ ବୋଲି କହିଛନ୍ତି ।
ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ନେଇ ବଲିଉଡ ଅଭିନେତା ସୋନୁ ସୁଦ କହିଛନ୍ତି ଯେ, ମୁଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଦେବାକୁ ଚାହୁଁଛି । ଦଳରେ ବହୁତ ମହାନ ଖେଳାଳି ଅଛନ୍ତି, ଆମର ବିଜୟ ନିଶ୍ଚିତ ଅଟେ । ଟିମ୍ ଇଣ୍ଡିଆର ବିଜୟ ପାଇଁ ପୁରା ଦେଶ ପ୍ରାର୍ଥନା କରୁଛି । ଯେତେବେଳେ କେହି ହୃଦୟରୁ ପ୍ରାର୍ଥନା କରନ୍ତି, ତାଙ୍କର ପ୍ରାର୍ଥନା ନିଶ୍ଚିତ ଭାବରେ ପୂରଣ ହୁଏ । ସବୁଠାରୁ ଶ୍ରେଷ୍ଠ ଟିମ୍ ଇଣ୍ଡିଆ । ସେହିପରି ରବୀନା ଟଣ୍ଡନ୍ ଟିମ୍ ଇଣ୍ଡିଆକୁ ମଧ୍ୟ ଅଭିନନ୍ଦନ ଜଣାଇ କହିଛନ୍ତି, 'ସବୁଠାରୁ ଶ୍ରେଷ୍ଠ ଟିମ୍ ଇଣ୍ଡିଆ । ଲେହରା ଦୋ ତ୍ରିରଙ୍ଗା ।
ସେହିପରି ଆଇସିସି ବିଶ୍ୱକପ ଫାଇନାଲ ପୂର୍ବରୁ ଭାରତୀୟ ଅଭିନେତା ଅନୁପମ ଖେର କୁହନ୍ତି, ଆଜି ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଦେଖିବାକୁ ସମସ୍ତେ ଉତ୍ସାହିତ । ସବୁଠି ଭିନ୍ନ କ୍ରେଜ, ଭିନ୍ନ ଉତ୍ସାହ । ଆଜି ସମଗ୍ର ବିଶ୍ୱରେ ଭାରତର ବିଜୟ ସ୍ୱର ଶୁଣାଯିବ । ଆଜି ଆମେ ବିଶ୍ବ କପ୍ ଜିତିବୁ । ଆମେ 100% ଜିତିବୁ । ଜୟ ଭାରତ, ଜୟ ହିନ୍ଦ, ଜୟ ଭାରତୀୟ କ୍ରିକେଟ ଟିମ୍ । ସେପଟେ ଗୁଜୁରାଟର ଅଭିନେତା ତଥା ନିର୍ମାତା ଆଦିତ୍ୟ ପାଞ୍ଚୋଲି ମ୍ୟାଚ୍ ନେଇ କହିଛନ୍ତି ଯେ ଭାରତ ଯେଉଁ ପ୍ରକାର ଫର୍ମରେ ଅଛି, ଆମେ ବିଶ୍ୱକପ 100% ଜିତିବୁ । ଅଭିନେତା ପୁଲକିତ ସମ୍ରାଟ କହିଛନ୍ତି ଯେ, ଆଜି ଏକ ଜାତୀୟ ଛୁଟି ଏବଂ ରାତିରେ ସମଗ୍ର ଦେଶ ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ପାଳନ କରିବ । ଆମର ପ୍ରାର୍ଥନା ଟିମ୍ ଇଣ୍ଡିଆ ସହିତ ଅଛି ।
ଏହା ମଧ୍ୟ ପଢନ୍ତୁ: ଭାରତ ଅଷ୍ଟ୍ରେଲିଆ ଫାଇନାଲ ଫାଇଟ: ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଲେ ବିବେକ
ସେପଟେ ବିଶ୍ବ କପ ମ୍ୟାଚ ପାଇଁ ଅଭିନେତ୍ରୀ ଉର୍ବଶୀ ରୌତେଲା ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିଛନ୍ତି । ମ୍ୟାଚ ନେଇ ଉର୍ବଶୀ କହିଛନ୍ତି, 'ମୁଁ ବହୁତ ଉତ୍ସାହିତ ଅଛି । ମୋର ବିଶ୍ୱାସ ଯେ, ଭାରତ ବିଶ୍ୱକପ ଟ୍ରଫି ଜିତିବ । ଏଥିସହିତ ସେ ବିଶ୍ୱକପ ଟ୍ରଫି ଧରି ଏହାକୁ ଚୁମ୍ବନ କରିବାର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି । ସେପଟେ ବିଶ୍ବ କପ ଫାଇନାଲ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ଅଭିମୁଖେ ବଲିଉଡ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଏହି ସମୟରେ ଉଭୟ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ପୂର୍ବରୁ ଅଭିନେତା ବିବେକ ଓବରୋଇ ନିଜ ପୁଅ ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦ ଷ୍ଟାଡିୟମ ପହଞ୍ଚିଛନ୍ତି ।