ନୂଆଦିଲ୍ଲୀ: ଜାନୁଆରୀ ୧୨ରେ ରିଲିଜ ହୋଇଥିବା ସାଉଥ ଫିଲ୍ମ ହନୁମାନ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । କମ ବଜେଟରେ ହୋଇଥିଲେ ସୁଦ୍ଧା ଏହି ଫିଲ୍ମ ରିଲିଜର ୬ ଦିନ ମଧ୍ୟରେ ୮୦ କୋଟିରୁ ଅଧିକ ଆୟ କରିଛି । ତେବେ ଏହି ଫିଲ୍ମକୁ ନେଇ ସମସ୍ତେ ବେଶ ପ୍ରଶଂସା କରୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ଅନୁରାଗ ଠାକୁର ମଧ୍ୟ ଫିଲ୍ମ ଦେଖି ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ଉଭୟ କେନ୍ଦ୍ରମନ୍ତ୍ରୀ ହନୁମାନ ଫେମ ତାରକା ତେଜାସଜ୍ଜାଙ୍କୁ ନୂଆଦିଲ୍ଲୀରେ ଭେଟି ଫିଲ୍ମର ପ୍ରଶଂସା କରିବା ସହ ଫିଲ୍ମର ସଫଳତା ପାଇଁ ତାଙ୍କୁ ଏବଂ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ଅଭିନେତାଙ୍କ ସହ କିଛି ଫଟୋ ସେୟାର କରି ଫିଲ୍ମର ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
-
Glad to have met the young talented actor of the 'Hanuman' movie, Shri @tejasajja123 Garu in New Delhi.
— G Kishan Reddy (@kishanreddybjp) January 17, 2024 " class="align-text-top noRightClick twitterSection" data="
The movie, besides being a super hit, has also joined the celebrations of Pran Prathista of Bhagwan Shree Ram in Ayodhya, by donating Rs 5 from each ticket for the Bhavya Ram… pic.twitter.com/8xuiDsYIIj
">Glad to have met the young talented actor of the 'Hanuman' movie, Shri @tejasajja123 Garu in New Delhi.
— G Kishan Reddy (@kishanreddybjp) January 17, 2024
The movie, besides being a super hit, has also joined the celebrations of Pran Prathista of Bhagwan Shree Ram in Ayodhya, by donating Rs 5 from each ticket for the Bhavya Ram… pic.twitter.com/8xuiDsYIIjGlad to have met the young talented actor of the 'Hanuman' movie, Shri @tejasajja123 Garu in New Delhi.
— G Kishan Reddy (@kishanreddybjp) January 17, 2024
The movie, besides being a super hit, has also joined the celebrations of Pran Prathista of Bhagwan Shree Ram in Ayodhya, by donating Rs 5 from each ticket for the Bhavya Ram… pic.twitter.com/8xuiDsYIIj
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ୍ସରେ ତେଜାସଜ୍ଜାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅଭିନେତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସେୟାର କରି ସେ ଲେଖିଛନ୍ତି, ହନୁମାନ, ଆମର ସନାତନ ଧର୍ମକୁ ଦେଖାଇଛି । ଦମଦାର ସିନ ସହ ସିନେମାଟିକ ମାଷ୍ଟରପିସ ଅଟେ । ଫିଲ୍ମରେ ସିଜିଆଇ ଏବଂ VFX ବହୁତ ସୁନ୍ଦର ଅଟେ । ଫିଲ୍ମର ନିର୍ମାତାଙ୍କ ପରିଶ୍ରମ ଏଥିରେ ଦେଖାଯାଉଛି । ଏହି ଦମଦାର ଫିଲ୍ମ ପାଇଁ ନିର୍ମାତା ପ୍ରଶାନ୍ତ ବର୍ମା, ତେଜା ସଜ୍ଜା, ନିରାନ ରେଡ୍ଡି ଏବଂ ଫିଲ୍ମର ସଫଳତା ପାଇଁ ପୁରା ଟିମକୁ ଅଭିନନ୍ଦନ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ପୋଷ୍ଟକୁ ରିପୋଷ୍ଟ କରି ଅଭିନେତା ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ସାର୍, ଆପଣଙ୍କ ପ୍ରଶଂସା ପାଇଁ ଧନ୍ୟବାଦ । ଏହା ଆମ ପାଇଁ ବହୁତ କିଛି ।
-
Respected sir
— Teja Sajja (@tejasajja123) January 18, 2024 " class="align-text-top noRightClick twitterSection" data="
Thanks a lot for your kind words & appreciation
Means a lot sir 😊#HanuMan https://t.co/unJ6IOjYMz
">Respected sir
— Teja Sajja (@tejasajja123) January 18, 2024
Thanks a lot for your kind words & appreciation
Means a lot sir 😊#HanuMan https://t.co/unJ6IOjYMzRespected sir
— Teja Sajja (@tejasajja123) January 18, 2024
Thanks a lot for your kind words & appreciation
Means a lot sir 😊#HanuMan https://t.co/unJ6IOjYMz
ସେହିପରି ତେଲେଙ୍ଗନା ବିଜେପି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀ ନୂଆଦିଲ୍ଲୀର ତାଙ୍କ ବାସଭବନରେ ତେଜାସଜ୍ଜାଙ୍କୁ ନୂଆଦିଲ୍ଲୀରେ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସରେ ଅଭିନେତାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଦନୁମାନ ଫିଲ୍ମର ପ୍ରତିଭାବାନ ଅଭିନେତା ତେଜାସଜ୍ଜାଙ୍କୁ ଭେଟି ଖୁସି ଅନୁଭବ କରୁଛି । ଫିଲ୍ମର ପ୍ରତ୍ୟେକ ଟିକେଟ ଦାମରୁ ୫ଟଙ୍କା ରାମ ମନ୍ଦିରକୁ ଦାନ କରୁଥିବା ନେଇ ମଧ୍ୟ ପ୍ରଶଂସା କରିଛନ୍ତି । ଫିଲ୍ମ ସୁପରହିଟ ହେବା ନେଇ ପୁରା ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତା ଏହି ପୋଷ୍ଟକୁ ସେୟାର କରି କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍
ହନୁମାନ ରେ ତେଜା ସଜ୍ଜାଙ୍କ ବ୍ୟତୀତ ବିନୟ ରୟ, ଅମୃତା ଆୟର୍, ବରଲକ୍ଷ୍ମୀ ସରଥ କୁମାର, ରାଜ ଦୀପକ ଶେଟ୍ଟୀ, ଭେନେଲା କିଶୋର ଏବଂ ଅନ୍ୟାନ୍ୟ କଳାକାର ତେଲୁଗୁ ସୁପରହିଟ୍ ଫିଲ୍ମ ହନୁମାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ, ୬ ଦିନ ମଧ୍ୟରେ ଫିଲ୍ମ ଦେଶରେ ୧୧୫ କୋଚି ଆୟ କରିଥିବା ବେଳେ ଭାରତରେ ୮୦.୬୫ କୋଟି ଆୟ କରି ସଫଳତା ହାସଲ କରିଛି ।