ନୂଆଦିଲ୍ଲୀ: ଚଳଚ୍ଚିତ୍ରର ଫିଲ୍ମ ପାଇରେସୀ କରିବା ପାଇଁ ସିନେମାଟୋଗ୍ରାଫ୍ ସଂଶୋଧିତ ବିଲ୍ 2023କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନରେ ସଂଶୋଧିତ ସିନେମାଟୋଗ୍ରାଫି ବିଲ୍ 2023 ଆଗତ ହେବ। ଏହା ଘୋଷଣା କରିବାର କିଛି ସମୟ ପରେ ଫିଲ୍ମ ତାରକାମାନେ ଏହାକୁ ସ୍ବାଗତ କରି ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି ।
ବୁଧବାର ସଂଶୋଧିତ ସିନେମାଟୋଗ୍ରାଫ୍ ବିଲ୍ 2023କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ସିନେମାଟୋଗ୍ରାଫ୍ ଆକ୍ଟ 2023 ସଂସଦର ଆଗାମୀ ଅଧିବେଶନରେ ଆଗତ କରାଯିବ । କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଫିଲ୍ମ ପାଇରେସୀ ବା ଚୋରି ଉପରେ କିଛି ନିୟମ ଲାଗୁ ପାଇଁ ଦୀର୍ଘ ଦିନର ଦାବି ରହିଥିଲା । ଚଳଚ୍ଚିତ୍ର ଜଗତ, କଳାକାର ଏବଂ ପ୍ରଶଂସକଙ୍କ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଭାରତୀୟ ଚଳଚ୍ଚିତ୍ରକୁ ଆଗକୁ ବଢିବାରେ ସହାୟକ ହେବା ସହ ଲୋକାଲ କଣ୍ଟେଣ୍ଟକୁ ବିଶ୍ବବ୍ୟାପୀ କରାଇବାରେ ଏକ ବୈପ୍ଳବିକ ପଦକ୍ଷେପ ପ୍ରମାଣିତ ହେବ।"
-
Kudos to the @MIB_India for proactively making amendments to the Cinematograph Act, thereby preserving the movie going experience.@ianuragthakur
— Ajay Devgn (@ajaydevgn) April 19, 2023 " class="align-text-top noRightClick twitterSection" data="
">Kudos to the @MIB_India for proactively making amendments to the Cinematograph Act, thereby preserving the movie going experience.@ianuragthakur
— Ajay Devgn (@ajaydevgn) April 19, 2023Kudos to the @MIB_India for proactively making amendments to the Cinematograph Act, thereby preserving the movie going experience.@ianuragthakur
— Ajay Devgn (@ajaydevgn) April 19, 2023
ସେପଟେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅନେକ ବଲିଉଡ ସେଲିବ୍ରିଟି । ବଲିଉଡ ଅଭିନେତା ଅଜୟ ଦେବଗନ୍ ନିଜ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଶଂସା କରି ଲେଖିଛନ୍ତି, "ସିନେମାଟୋଗ୍ରାଫ୍ ଆକ୍ଟରେ ସକ୍ରିୟ ଭାବରେ ସଂଶୋଧନ କରିବା ପାଇଁ ଧନ୍ୟବାଦ । ଏହାଦ୍ବାରା ଫିଲ୍ମ ଦେଖିବାର ମଜା ନଷ୍ଟ ହେବ ନାହିଁ ।
-
Union Cabinet approves amendment in Cinematograph Act 1952 to comprehensively curb menace of film piracy.
— Ranganathan Madhavan (@ActorMadhavan) April 19, 2023 " class="align-text-top noRightClick twitterSection" data="
This is brilliant and much. I awaited and welcome to use. Wonderful proactive action.🇮🇳🇮🇳🙏🙏🙏@MIB_India @ianuragthakur @Murugan_MoS#CineAct2023 #CinematographAct2023
">Union Cabinet approves amendment in Cinematograph Act 1952 to comprehensively curb menace of film piracy.
— Ranganathan Madhavan (@ActorMadhavan) April 19, 2023
This is brilliant and much. I awaited and welcome to use. Wonderful proactive action.🇮🇳🇮🇳🙏🙏🙏@MIB_India @ianuragthakur @Murugan_MoS#CineAct2023 #CinematographAct2023Union Cabinet approves amendment in Cinematograph Act 1952 to comprehensively curb menace of film piracy.
— Ranganathan Madhavan (@ActorMadhavan) April 19, 2023
This is brilliant and much. I awaited and welcome to use. Wonderful proactive action.🇮🇳🇮🇳🙏🙏🙏@MIB_India @ianuragthakur @Murugan_MoS#CineAct2023 #CinematographAct2023
ସେହିପରି '3 ଇଡିଅଟ୍ସ'ରେ ଫରହାନ ଭୂମିକାରେ ଅଭିନୟ କରିଥିବା ଆର. ମାଧବନ୍ ଲେଖିଛନ୍ତି, "ଫିଲ୍ମ ପାଇରେସୀର ବିପଦକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ସିନେମାଟୋଗ୍ରାଫ୍ ଆକ୍ଟ 1952ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହା କେନ୍ଦ୍ରର ସ୍ବାଗତଯୋଗ୍ୟ ପଦକ୍ଷେପ । ବହୁତ ଖୁସିର କଥା, ଏହି ନିୟମକୁ କିଭଳି ଉପଯୋଗ କରିହେବ ତାହାରି ଉପରେ ନଜର ରଖିଛି ।"
-
. #TSeries supports government’s recent move with the amendment in the Cinematograph Act, 1952 to bring about improvements in curbing the menace of Film piracy! pic.twitter.com/bIDPPQBo6m
— T-Series (@TSeries) April 19, 2023 " class="align-text-top noRightClick twitterSection" data="
">. #TSeries supports government’s recent move with the amendment in the Cinematograph Act, 1952 to bring about improvements in curbing the menace of Film piracy! pic.twitter.com/bIDPPQBo6m
— T-Series (@TSeries) April 19, 2023. #TSeries supports government’s recent move with the amendment in the Cinematograph Act, 1952 to bring about improvements in curbing the menace of Film piracy! pic.twitter.com/bIDPPQBo6m
— T-Series (@TSeries) April 19, 2023
ସେପଟେ ପ୍ରଡକ୍ସନ୍ ହାଉସ୍ ଟି-ସିରିଜ୍ ମଧ୍ୟ ଏହି ବିଲ୍କୁ ସ୍ବାଗତ କରିଛି । ଟି-ସିରିଜ୍ ଟୁଇଟ୍ କରି କହିଛନ୍ତି, "ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଭାବଶାଳୀ କାରଣ ଏହା କେବଳ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦ୍ରୁତ ବିକାଶରେ ସହାୟକ ହେବ ନାହିଁ ବରଂ ଏହି କ୍ଷେତ୍ରରେ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହିତ କରିବ । ଫିଲ୍ମ ପାଇରେସୀକୁ ରୋକିବା ଏବଂ ଏଥିରେ ସଂସ୍କାର ଆଣିବା ପାଇଁ ସିନେମାଟୋଗ୍ରାଫ୍ ଆକ୍ଟ, 1952ରେ ସଂଶୋଧନକୁ ସରକାରଙ୍କୁ ଧନ୍ୟବାଦ ।"
ସୂଚନା ଥାଉ କି, UA 7+, UA 13+ ଏବଂ UA 16+ ପରି କିଛି ନୂତନ ବର୍ଗ ଏହି ବିଲ୍ରେ ଅନ୍ତର୍ଭୂକ୍ତ କରାଯାଇଛି । କ୍ୟାବିନେଟର ଅନୁମୋଦନ ପାଇବା ପରେ ଯଦି ଏହି ବିଲ୍ ସଂସଦରେ ପାରିତ ହୁଏ, ତେବେ ଭବିଷ୍ୟତରେ ଏହିପରି ବର୍ଗଗୁଡିକ ଚଳଚ୍ଚିତ୍ରର ପ୍ରମାଣପତ୍ରରେ ଦେଖାଯିବ । ଏହା ବ୍ୟତୀତ ବିନା ଅନୁମତିରେ ଫିଲ୍ମର କପି ତିଆରି କରୁଥିବା ବ୍ୟକ୍ତିଙ୍କୁ ତିନି ମାସରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ନିୟମ ରହିବ । ଏହା ସହିତ ଏଭଳି କାର୍ଯ୍ୟରେ ଜଡ଼ତ ବ୍ୟକ୍ତିବିଶେଷଙ୍କ ଉପରେ 3 ଲକ୍ଷ ଜରିମାନା ମଧ୍ୟ ଲଗା ଯାଇପାରିବ।