ETV Bharat / entertainment

OMG 2 On OTT: ଓଟିଟିରେ ଦେଖିବାକୁ ମିଳିବ ଓଏମଜି 2ର ଅନକଟ୍‌ ଭର୍ସନ, ନିର୍ଦ୍ଦେଶକଙ୍କ ସୂଚନା

ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2, ଯାହା 100 କୋଟିରୁ ଅଧିକ ରୋଜଗାର କରି ଲୋକପ୍ରିୟତା ହାସଲ କରିଛି । ତାହା ବର୍ତ୍ତମାନ OTTରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି ଯେ, ଫିଲ୍ମର ପୁରା ଅନକଟ୍‌ ଭର୍ସନ OTTରେ ଦେଖାଯିବ, ଯାହା ସେନ୍ସର ବୋର୍ଡ କାଟି ଦେଇଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 24, 2023, 6:16 PM IST

ବିନା ସିନ୍ କଟରେ ଓଟିଟିରେ ଦେଖିବାକୁ ମିଳିବ ଓଏମଜି 2, ନିର୍ଦ୍ଦେଶକ ଦେଲେ ସୂଚନା

ହାଇଦ୍ରାବାଦ: ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ଅଭିନୀତ ଚଳଚ୍ଚିତ୍ର 'ଓଏମଜି 2' ବକ୍ସ ଅଫିସରେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ସହ ରିଲିଜ ହୋଇଥିଲା । ଗଦର 2 ସହ କଡା ଟକ୍କର ସତ୍ତ୍ବେ ଓଏମଜି-2 ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ମାତ୍ର 10 ଦିନ ମଧ୍ୟରେ ଫିଲ୍ମ 100 କୋଟି କ୍ଲବରେ ସାମିଲ ହୋଇଥିଲା । ଫିଲ୍ମକୁ ଫ୍ୟାନ୍ସ ବେଶ ପସନ୍ଦ କରୁଥିବା ବେଳେ ଏବେ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ଫିଲ୍ମଟି ବର୍ତ୍ତମାନ ଓଟିଟିରେ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମର ପୁରା ଅନ୍‌କଟ୍‌ ଭର୍ସନ ଓଟିଟିରେ ଦେଖିବାକୁ ମିଳିବ ।

ନିକଟରେ ନିର୍ଦ୍ଦେଶକ ଅମିତ ରୟ ଏକ ସାକ୍ଷାତକାରରେ ଓଏମଜି-2 କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଫିଲ୍ମ ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଯେତେବେଳେ ନିର୍ଦ୍ଦେଶକଙ୍କୁ ଫିଲ୍ମର ଓଟିଟି ରିଲିଜ୍ ବିଷୟରେ ପଚରାଯାଇଥିଲା, ସେ କହିଛନ୍ତି, 'ବର୍ତ୍ତମାନ ଆମେ ଭାବିଛୁ ଯେ ଫିଲ୍ମଟି ବିନା କଟକଣାରେ ଓଟିଟିରେ ପ୍ରସାରିତ ହେବ ଏବଂ ସେହି ସମସ୍ତ ଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହେବ । ଯାହାକୁ ସେନ୍ସର ବୋର୍ଡ ହଟାଇ ଦେଇଥିଲେ । ସେନ୍ସର ଚାହୁଁଥିଲେ ଯେ ଲୋକମାନେ ଏପରି ଚଳଚ୍ଚିତ୍ର କେବେବି ନ ଦେଖିନ୍ତୁ, କିନ୍ତୁ ଜନସାଧାରଣ ଏହି ଚଳଚ୍ଚିତ୍ର ଉପରେ ନିଜର ନିଷ୍ପତ୍ତି ଦେଇଛନ୍ତି, ଯଦି ସେନ୍ସର ଏହା ବୁଝନ୍ତି ନାହିଁ, ତେବେ ଆମେ ଏହା ବିଷୟରେ କିଛି କରିପାରିବୁ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଁଥିଲି ଲୋକମାନେ ମୋର ଏହି ଫିଲ୍ମ ଦେଖନ୍ତୁ, କିନ୍ତୁ ସେନ୍ସର ବୋର୍ଡ ମୋ ଫିଲ୍ମର ଏକ ବିଶେଷ ଦୃଶ୍ୟ କାଟି ଦେଇଥିଲେ । ଏହା ମୋତେ ଆଘାତ ଦେଇଥିଲା, କାରଣ ଆମେ ଏହି ଫିଲ୍ମ ତିଆରି କରିଥିଲୁ ଏହା ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ପାଇଁ ତିଆରି ହୋଇଥିଲା । ଆମେ ସେନ୍ସର ବୋର୍ଡକୁ ଏକ U/A ସାର୍ଟିଫିକେଟ୍ ମାଗିଥିଲୁ, କିନ୍ତୁ ସେମାନେ ଏହାକୁ ଗ୍ରହଣ କରିନଥିଲେ, ଆମେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲୁ, କିନ୍ତୁ ତାପରେ ସେ ଫିଲ୍ମର ସିନ୍‌ଗୁଡିକୁ କାଟି ଦେଇଥିଲେ । ଏବେ ବିନା କୌଣସି ସିନ୍ କାଟି ସମସ୍ତ ସିନ୍ ଓଟିଟିରେ ଦେଖାଯିବ ବୋଲି ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: OMG 2ର ସଫଳତାରେ ଟ୍ୱିଙ୍କଲ ଖାନ୍ନା ଖୁସି, ଅକ୍ଷୟ କୁମାରଙ୍କ ପାଇଁ ଲେଖିଲେ ସ୍ନେହପୂର୍ଣ୍ଣ ବାର୍ତ୍ତା

ସୂଚନା ଥାଉ କି, ଅଗଷ୍ଟ 11ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓଏମ୍‌ଜି-2 13 ଦିନରେ 120 କୋଟିରୁ ଅଧିକ ବ୍ୟବସାୟ କରିଛି । ଯୌନ ଶିକ୍ଷା ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଅକ୍ଷୟ କୁମାରଙ୍କ 'OMG-2' 2012 ଚଳଚ୍ଚିତ୍ର 'ଓଏମଜି' ର ଏକ ସିକ୍ବେଲ ଅଟେ । ପ୍ରଥମ ଭାଗ ହିଟ୍‌ ହେବା ପରି 2ୟ ଭାଗ ମଧ୍ୟ ବଲ ପ୍ରଦର୍ଶନ କରୁଛି । ଓଏମ୍‌ଜିରେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶ୍ରୀକୃଷ୍ଣ ଏବଂ ପରେଶ ରାୱଲ ତାଙ୍କ ଭକ୍ତ ଭୂମିକାରେ ଅଭିନୟ କରିଥିଲେ । ଉଭୟଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ 2ୟ ଭାଗରେ ଅକ୍ଷୟ ଭଗବାନ ଶିବଙ୍କ ଦୂତ ଅବତାରରେ ନଜର ଆସିଥିବା ବେଳେ ପଙ୍କଜ ତ୍ରିପାଠୀ ତାଙ୍କ ଭକ୍ତ ଭାବେ ନଜର ଆସିଛନ୍ତି । ଏଥିସହ ଏହି ଫିଲ୍ମରେ ଅରୁଣ ଗୋବିଲ, ୟାମି ଗୌତମ, ଗୋବିନ୍ଦ ନାମଦେବଙ୍କ ଭଳି ତାରକା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.