ETV Bharat / entertainment

ବିବାହ କରିବେ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନା

Surbhi Chandna Wedding: ଲୋକପ୍ରିୟ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ଏହି ବର୍ଷ ନିଜ ଦୀର୍ଘ ଦିନର ପ୍ରେମିକ କରଣ ଶର୍ମାକୁ ବିବାହ କରିବେ । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନା

author img

By ETV Bharat Odisha Team

Published : Jan 3, 2024, 12:28 PM IST

ହାଇଦ୍ରାବାଦ: ବି-ଟାଉନରେ ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଛି । ଆଜି ଆମୀର ଖାନଙ୍କ ଝିଅ ଇରା ଖାନ ନିଜ ବୟଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିବେ । ସେହିପରି ଚଳିତ ବର୍ଷ ଫେବୃଆରୀରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଫିଲ୍ମ ନିର୍ମାତା ତଥା ଅଭିନେତା ଜ୍ୟାକି ଭଗ୍ନାନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଇରା, ରକୁଲଙ୍କ ପରେ ଏବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ସୁରଭୀ ଚନ୍ଦନାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଏହି ଅଭିନେତ୍ରୀ ଚଳିତ ବର୍ଷ ମାର୍ଚ୍ଚରେ ହାତକୁ ଦି' ହାତ ହେବେ ବୋଲି କୁହାଯାଉଛି ।

ଅଭିନେତ୍ରୀ ସୁରଭୀ ଚନ୍ଦନା ବ୍ୟବସାୟୀ ବୟଫ୍ରେଣ୍ଡ କରଣ ଶର୍ମାଙ୍କ ସହ ୧୩ ବର୍ଷ ଡେଟିଂ କରିବା ପରେ ବର୍ତ୍ତମାନ ଉଭୟ ବିବାହ କରିବାକୁ ମନସ୍ଥ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଚଳିତ ବର୍ଷର ମାର୍ଚ୍ଚ ଶେଷ ସପ୍ତାହରେ ସୁରଭୀ କରଣ ଶର୍ମାଙ୍କୁ ସାତ ଜନ୍ମର ସାଥୀ କରିବେ । କେଉଁ ତାରିଖରେ ଉଭୟଙ୍କ ହାତଗଣ୍ଠି ପଡିବ ତାହାର ଖୁଲାସା ହୋଇନାହିଁ । କୁହାଯାଉଛି କି, ଉଭୟ ନିଜ ପରିବାରର ସହମତି ପରେ ତାରିଖ ଘୋଷଣା କରିପାରନ୍ତି ।

ସୂଚନା ଥାଉକି, ସୁରଭି ଚନ୍ଦନା କରଣ ଶର୍ମା ଏକ ପାର୍ଟିରେ ସାଧାରଣ ବନ୍ଧୁ ଭାବେ ପରସ୍ପରକୁ ଭେଟିଥିଲେ । ସେହିଦିନ ଠାରୁ ଉଭୟ ପରସ୍ପରର ପ୍ରେମରେ ପଡି ଡେଟିଂ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନ ଧରି ଦୁହେଁ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ । ପରେ ୨୦୨୨ ଡିସେମ୍ବର ୯ରେ କରଣ ଶର୍ମାଙ୍କ ଜନ୍ମଦିନରେ ନିଜ ସମ୍ପର୍କକୁ ନେଇ ଘୋଷଣା କରିଥିଲେ । ଏହାପରେ ଉଭୟଙ୍କ ବିବାହକୁ ନେଇ ଆଲୋଚନା ହେବା ସହ ବିଭିନ୍ନ ପ୍ରକାରର ଗୁଜବ ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: ବିବାହ କରିବେ ରକୁଲ ! ଏହି ଦିନ ବୟଫ୍ରେଣ୍ଡ ଜ୍ୟାକିଙ୍କ ଧରିବେ ହାତ

କହିରଖୁଛୁ କି, ସୁରଭୀ ଚନ୍ଦନା ୨୦୦୯ରେ ଟିଭିର ଲୋକପ୍ରିୟ ଶୋ' 'ତାରକ ମେହତା କା ଓଲଟା ଚଷମା' ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହି ସିରିଏଲରେ ଅଭିନେତ୍ରୀ ସ୍ବିଟି ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲ ପରେ ସେ ଅନେକ ଶୋ'ରେ ଛୋଟ ଛୋଟ ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଷ୍ଟାର ଫ୍ଲସର ଲୋକପ୍ରିୟ ଶୋ' 'ଇସକବାଜ' ଅଫର ମିଳିଥିଲା । ଏହି ସିରିଏଲ ସୁରଭୀଙ୍କୁ ସଫଳତା ସହ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ସିରିଏଲରେ ସେ ଅନିକା ଶିବାୟ ସିଂହ ଓବରୋଏ ଭୂମିକାରେ ଅଭିନୟ କରିଥିବା ବେଳେ ଘରେ ଘରେ ସେ ଏବେ ବେଶ ପରିଚିତ । ଏହି ସିରିଏଲରେ ଅଭିନେତ୍ରୀଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି । ଏଥିସହ ସୁରଭୀ 'ସଞ୍ଜୀବନୀ', 'ନାଗିନ ୫', 'ଶେରଦିଲ ଶେରଗିଲ' ଭଳି ଶୋ'ର ମଧ୍ୟ ଅଂଶ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.