ETV Bharat / entertainment

Tiger 3: ଆସିଲା ଦମଦାର ଟ୍ରେଲର, ସଲମାନ ଏବଂ କ୍ୟାଟ୍ରିନାଙ୍କ ପାୱାରପ୍ୟାକ୍ ଲୁକ୍‌ ଦେଖି ଉଡିଯିବ ହୋସ୍

author img

By ETV Bharat Odisha Team

Published : Oct 16, 2023, 1:09 PM IST

ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଟାଇଗର ୩ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ସୁପରଷ୍ଟାରଙ୍କ ଦମଦାର ପରଫରମାନ୍ସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆସିଲା ଦମଦାର ଟ୍ରେଲର, ସଲମାନ ଏବଂ କ୍ୟାଟ୍ରିନାଙ୍କ ପାୱାରପ୍ୟାକ୍ ଲୁକ ଦେଖି ଉଡିଯିବ ହୋସ୍

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ 'ଟାଇଗର ୩'ର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ବର୍ତ୍ତମାନ ପ୍ରତିଶୃତି ଅନୁଯାୟୀ ଫିଲ୍ମର ନିର୍ମାତା ଟାଇଗର ୩ର ଟ୍ରେଲର ରିଲିଜ କରିଛନ୍ତି । ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ଟାଇଗର 3ର ଚମତ୍କାର ଟ୍ରେଲରରେ ସଲମାନ, କ୍ୟାଟ୍ରିନା ଏବଂ ଇମ୍ରାନ ହାଶମୀ ଦମଦାର ପରଫରମାନ୍ସ ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ଟାଇଗର-3ର ଏହି 2 ମିନିଟ୍ 51 ସେକେଣ୍ଡ୍ ଟ୍ରେଲର୍ ବହୁତ ଦମଦାର ଏବଂ ଆକ୍ସନରେ ଭରପୁର ରହିଛି । ଟ୍ରେଲରରେ ଟାଇଗର ଓରଫ RAW ଏଜେଣ୍ଟ୍‌ ଅବିନାଶ ସିଂ ରାଠୋରଙ୍କ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଯେଉଁଠାରେ ସେ ନିଜ ଦେଶର ସୁରକ୍ଷା ପାଇଁ ଶତ୍ରୁ ଉପରେ ସାଂଘାତିକ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଟ୍ରେଲରରେ ଆହୁରି ଦର୍ଶାଯାଇଛି ଯେ, ଟାଇଗରକୁ ଦୁର୍ବଳ କରିବା ପାଇଁ ତାଙ୍କ ଶତ୍ରୁମାନେ ତାଙ୍କର ଫ୍ୟାମିଲି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି । ଇମ୍ରାନ୍ ହାଶମୀ କିପରି ତାଙ୍କ ପରିବାରର ମୃତ୍ୟୁରେ ଟାଇଗରକୁ ଦାୟୀ କରି କିପରି ପ୍ରତିଶୋଧ ନେଇଛନ୍ତି ଏବଂ ତାଙ୍କ ପରିବାର ଜୋୟା ଓରଫ କ୍ୟାଟ୍ରିନା ଏବଂ ତାଙ୍କ ପୁଅକୁ ଟାର୍ଗେଟ କରିଛନ୍ତି । ଏଥିସହ ପରିବାର ଏବଂ ଦେଶ ମଧ୍ୟରେ କାହାକୁ ଗୋଟିଏ ବାଛିବାକୁ ଟାଇଗରକୁ ଅଫର୍‌ କରୁଛନ୍ତି । ତେବେ ଟ୍ରେଲର ଏତେ ଦମଦାର ହୋଇଥିବା ବେଳେ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ।

'ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏବଂ ଟାଇଗର ଫ୍ରାଞ୍ଚାଇଜିର ଏହା ହେଉଛି ତୃତୀୟ ଭାଗ । ପ୍ରଥମ ଭାଗ ଏକ୍‌ ଥା ଟାଇଗର ୨୦୧୨ ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ କବୀର ଖାନ । ୨୦୧୭ରେ ଟାଇଗର ଜିନ୍ଦା ହେ ମୁକ୍ତିଲାଭ କରିଥିଲା । ଏହାକୁ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ ଟାଇଗର ୩ ହେଉଛି ୟଶ ରାଜ ସ୍ପାଏ ୟୁନିଭର୍ସର ଆକ୍ସନ୍ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ଟ୍ରେଲର ପୂର୍ବରୁ ଆସିଲା ନୂଆ ପୋଷ୍ଟର, ଭାଇଜାନଙ୍କ ଲୁକ ଦେଖି ଉଡିଯିବ ହୋସ୍

ଫିଲ୍ମ ବିଷୟରେ କହିବାକୁ ଗଲେ, ଏଥିରେ କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଇମ୍ରାନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଦିପାବଳୀ ଅବସରରେ ପ୍ରେକ୍ଷାଳୟରେ 'ଟାଇଗର ୩' ରିଲିଜ ହେବ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ସୂଚନା ଥାଉ କି, ଟାଇଗର-3ର ରିଲିଜ୍ ତାରିଖ ବଦଳିଛି । 10 ନଭେମ୍ବର ପରିବର୍ତ୍ତେ ୧୨ ନଭେମ୍ବରରେ ଫିଲ୍ମ ରିଲିଜ ହେବ । ଏବଂ କୁହାଯାଉଛି ଯେ ଟାଇଗର 3 ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେବ ଯାହା ରବିବାର ଦିନ ରିଲିଜ ହେବାକୁ ଯାଉଛି । କିନ୍ତୁ ଏନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.