ETV Bharat / entertainment

Thalapathy Vijay: ନିୟମ ଭାଙ୍ଗିଲେ ଥାଲାପତି ବିଜୟ, ଭରିବେ ଜରିମାନା

author img

By

Published : Jul 12, 2023, 2:49 PM IST

ରାଜନୀତି ପାଦ ଦେବା ଖବର ମଧ୍ୟରେ ଥାଲାପତି ବିଜୟ ବର୍ତ୍ତମାନ ଜରିମାନା ଭରିଥିବା କଥା ସାମ୍ନାକୁ ଆସିଛି । ଅଭିନେତା ଟ୍ରାଫିକ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏହି କାରଣରୁ ତାଙ୍କ ଉପରେ ଜୋରିମାନା ଲାଗୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Thalapathy Vijay: ଜରିମାନା ଭରିଲେ ଥାଲାପତି ବିଜୟ, ଜାଣନ୍ତୁ କାହିଁକି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ଏଣ୍ଟ୍ରି କରିବା ଖବର ସାମ୍ନାକୁ ଆସିଥିଲା । ଏନେଇ ବିଜୟ ମଙ୍ଗଳବାର ବିଜୟ ମକ୍କଲ ଆୟାକକମ୍ (VMI)ର ସଦସ୍ୟଙ୍କୁ ଭେଟିଥିଲେ । ଯାହାକୁ ନେଇ ଥାଲାପତି ଶିରୋନାମାରେ ରହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଥାଲାପତିଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଅଭିନେତା ଟ୍ରାଫିକ ନିୟମ ଭାଙ୍ଗି ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଜରିମାନା ଭରିବେ ଅଭିନେତା ।

ପନୈୟୁରରେ ଭିଏମଆଇ ସଦସ୍ୟଙ୍କୁ ଭେଟିବା ପରେ ଘରକୁ ଫେରୁଥିବାବେଳେ ଅଭିନେତା ଦୁଇରୁ ଅଧିକ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି । ଫଳରେ ଥାଲାପତି ବିଜୟଙ୍କୁ ଜରିମାନା କରାଯାଇଛି । ଖବର ଅନୁଯାୟୀ ଟ୍ରାଫିକ ପୋଲିସ ତାଙ୍କୁ 500 ଟଙ୍କା ଜରିମାନା କରିଛି । ତାଙ୍କ ଅଟୋମୋବାଇଲ ଏବଂ ଚାଲାଣର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଥାଉ କି, ଥାଲାପତିଙ୍କୁ ଗୋଡ଼ାଉଥିବା ପ୍ରଶଂସକଙ୍କ ଠାରୁ ରକ୍ଷା ପାଇବା ପାଇଁ ସେ ରେଡ ସିଗନାଲ ନିୟମ ଭାଙ୍ଗିଥିଲେ । ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ପନୈୟୁରରୁ ନୀଲଙ୍ଗାରାୟ ସ୍ଥିତ ତାଙ୍କ ଘର ଯାଏଁ ଅନୁସରଣ କରିଥିଲେ । ସେମାନଙ୍କୁ ରକ୍ଷା ପାଇବା ପାଇଁ ବିଜୟ ଓ ତାଙ୍କ ଡ୍ରାଇଭର ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ ଏବଂ ଦୁଇଟିରୁ ଅଧିକ ସ୍ଥାନରେ ରେଡ ସିଗାନାଲକୁ ମାନି ନ ଥିଲେ । ଏହି କାରଣରୁ ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ଥାଲାପତି ବିଜୟଙ୍କ ଉପରେ 500 ଟଙ୍କା ଜରିମାନା ଲଗାଯାଇଛି ।

ଅଭିନୟ ଛାଡି ଥାଲପତି ବିଜୟ ରାଜନୀତିରେ ସାମିଲ ହେବେ!

ଚଳଚ୍ଚିତ୍ର ଛାଡିବା ଏବଂ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ କରିବା ଖବର ପାଇଁ ଥାଲାପତି ବିଜୟ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି । ସୋମବାର 'ଲିଓ'ର ସୁଟିଂ ଶେଷ କରିବା ପରେ ସେ ବିଜୟ ମକ୍କାଲ ଆଇୟାକକମ୍ (ଭିଏମଆଇ)ର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ । ସେ ଦଳର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କର ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ତେବେ କୁହାଯାଉଛି କି, ରାଜନୀତିରେ ଏଣ୍ଟ୍ରି କରିବା ପରେ ବିଜୟ ତାଙ୍କ ଅଭିନୟ କ୍ୟାରିୟର ଛାଡିବେ । ଏନେଇ ଅଭିନେତା କୌଣସି ଖୁଲାସା କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନ ପୂର୍ବରୁ ଥାଲାପତି ବିଜୟଙ୍କୁ ଭେଟି, ଟାଇମ୍ସ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ ହେଲା ଚିତ୍ର

ଥାଲାପତି ବିଜୟଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଲୋକେଶ କନଗରାଜଙ୍କ ଆଗାମୀ ଚଳଚ୍ଚିତ୍ର 'ଲିଓ'ରେ ଥାଲାପତି ବିଜୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କୁ ଏକ ଚକୋଲେଟ୍ କାରଖାନା ଚଳାଉଥିବା ତଥା କାଶ୍ମୀରରେ ଗ୍ୟାଙ୍ଗ ଯୁଦ୍ଧ ଜଗତରୁ ଦୂରରେ ରହୁଥିବା ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନଜର ଆସିବେ ତ୍ରିଶା କୃଷ୍ଣନ । ଏହା ସହ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ଗୌତମ ଭାସୁଦେବ ମେନନ୍, ଅର୍ଜୁନ ସରଜା, ମିସ୍କିନ୍, ମନସୁର ଅଲି ଖାନ୍, ପ୍ରିୟା ଆନନ୍ଦ, ଅର୍ଜୁନ ଦାସ, ମାଥ୍ୟୁ ଥୋମାସ୍ ତାରକା ମଧ୍ୟ ନଜର ଆସିବେ । ଏହାସହ ଧନୁଷ, କମଲ ହାସନ ଏବଂ ରାମ ଚରଣଙ୍କ ଭଳି ତାରକାଙ୍କୁ ଫିଲ୍ମରେ କେମିଓ ରୋଲରେ ଦେଖିବାକୁ ମିଳିବ । ଏଥିସହ ସେ ଥାଲାପତି 68 ମଧ୍ୟ ରହିଛି । ଏହା ତାଙ୍କର ଅନ୍ତିମ ଫିଲ୍ମ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.