ETV Bharat / entertainment

ନୂଆ ଅନ୍ଦାଜରେ ଦର୍ଶକଙ୍କୁ ହସାଇବେ ବଲିଉଡର 3 ସୁନ୍ଦରୀ, ଜାଣନ୍ତୁ ଫିଲ୍ମ ଡିଟେଲ୍

author img

By

Published : Nov 9, 2022, 5:53 PM IST

କରୀନା କପୁର ଖାନ, ତବୁ ଏବଂ କ୍ରିତି ସାନନ ତିନି ଜଣଙ୍କୁ ଏକାଠି ଚଳଚ୍ଚିତ୍ର ଦ କ୍ରୁରେ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତାମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆ ଅନ୍ଦାଜରେ ଦର୍ଶକଙ୍କୁ ହସାଇବେ ତବ୍ବୁ, କରୀନା ଏବେ କ୍ରିତି, ଜାଣନ୍ତୁ ଫିଲ୍ମ ଡିଟେଲ୍

ମୁମ୍ବାଇ: ବଲିଉଡରୁ ଏକ ବଡ ଖବର ଆସୁଛି । ଫିଲ୍ମ ବୀର ଦି ୱେଡିଂ ପରି ହିଟ୍ ଦେଇଥିବା ଏକତା କପୁର ଏବଂ ରିୟା କପୁର ପୁଣି ଥରେ ଧମାଲ ମଚାଇବାକୁ ଆସୁଛନ୍ତି। ଏହି ଯୋଡିଙ୍କ ନୂଆ ଚଳଚ୍ଚିତ୍ର 'ଦ କ୍ରୁ' (The Crew) ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି କରୀନା କପୁର ଖାନ, ତବୁ ଏବଂ କ୍ରିତି ସାନନ ତିନି ଜଣଙ୍କୁ ଏକାଠି ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତାମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଏବଂ କରୀନା କପୁର ଖାନ, ତବୁ ଏବଂ କ୍ରିତି ସାନନଙ୍କ ଫଟୋ ସହିତ ପତ୍ରିକାର କଭର ପେଜ ସେୟାର କରିଛନ୍ତି। ଏହି ଫିଲ୍ମଟି ବିମାନ ସେବା ଉପରେ ଆଧାରିତ ଏକ କମେଡି ଫିଲ୍ମ ।

ରିୟା କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏଥିସହିତ ଫିଲ୍ମ 'ଦ କ୍ରୁ' ବିଷୟରେ କରୀନା କପୁର ଖାନ କହିଛନ୍ତି, ବୀର ଦି ୱେଡିଂ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ରିୟା ଏବଂ ଏକତାଙ୍କ ସହ କାମ କରିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ । ତେଣୁ ଯେତେବେଳେ ରିୟା ତାଙ୍କର ନୂଆ ପ୍ରୋଜେକ୍ଟ 'ଦ କ୍ରୁ' ବିଷୟରେ କହିଲେ ମୁଁ ବହୁତ ଉତ୍ସୁକ ଥିଲି । ଏହାର ଅର୍ଥ ହେଉଛି ଯେ ମୁଁ ଦୁଇଜଣ ଶ୍ରେଷ୍ଠ ଅଭିନେତ୍ରୀ ତବୁ ଏବଂ କ୍ରିତିଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇବି, ମୁଁ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ, ବର୍ତ୍ତମାନ ମୁଁ ଏହି ଫିଲ୍ମକୁ ଅପେକ୍ଷା କରିଛି।

ଫିଲ୍ମର କାହାଣୀ କ’ଣ ଏବଂ କେବେ ରିଲିଜ୍ ହେବ

ଫିଲ୍ମ ନିର୍ମାତାମାନେ ଫିଲ୍ମ ଘୋଷଣା କରି କହିଛନ୍ତି, ଦ କ୍ରୁ 2023 ମସିହାରେ ମୁକ୍ତିଲାଭ କରିବ । ଯଦି ଆମେ ଫିଲ୍ମର କାହାଣୀ ବିଷୟରେ କହିବା, ତେବେ ଏହି ଚଳଚ୍ଚିତ୍ରଟି ତିନିଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନିଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନିଜଣ ଗୋଟିଏ ଜାଲରେ ଫସିଯାଆନ୍ତି। ଏହାର ଜାଲ ଭିତରେ ପୁରା କାହାଣୀର ମୂଳ ଅଛି। ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.