ETV Bharat / entertainment

Reports: ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ଆମେରିକା ଗଲେ ସନ୍ନି ଦେଓଲ

author img

By ETV Bharat Odisha Team

Published : Sep 12, 2023, 6:25 AM IST

'ଗଦର ୨'ର ସଫଳତା ପରେ ସନ୍ନି ଦେଓଲଙ୍କ ସେଲିବ୍ରେସନ ଜାରି ରହିଛି । ଏହାରି ମଧ୍ୟରେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସେ ଆମେରିକା ଯାଇଛନ୍ତି । ଅଧିକ ପଢ଼ନ୍ତୁ

ରିପୋର୍ଟ: ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ଆମେରିକା ଗଲେ ସନ୍ନି ଦେଓଲ

ମୁମ୍ବାଇ: ସନ୍ନି ଦେଓଲଙ୍କ ନିକଟରେ ମୁକ୍ତିଲାଭ କରିଥିବା ଗଦର-୨ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । 22ବର୍ଷ ପରେ ଗଦର-2 ସିକ୍ବେଲ ସହ ବଡ଼ ପରଦାକୁ ଫେରିଥିଲେ ସନ୍ନି ଦେଓଲ । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ଦମଦାର ରୋଜଗାର କରିଛି । ସନ୍ନି ଦେଓଲ ଫିଲ୍ମର ସଫଳତାକୁ ଉପଭୋଗ କରୁଥିବା ବେଳେ ବର୍ତ୍ତମାନ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ର 87 ବର୍ଷର ଅଟନ୍ତି । ସେ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଅଧିକ ଚିକିତ୍ସା ପାଇଁ ସନ୍ନି ଦେଓଲ ତାଙ୍କ ପିତାଙ୍କ ସହ ଆମେରିକା ଯାଇଥିବା ଜଣାପଡ଼ିଛି । ସେଠାରେ ସେ ନିଜ ପିତାଙ୍କ ସହ 15ରୁ 20ଦିନ ରହିବେ ବୋଲି ଜଣାପଡ଼ିଛି । ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ଧର୍ମେନ୍ଦ୍ର ସୁସ୍ଥ ଅଛନ୍ତି । ଚିନ୍ତା କରିବାର କିଛି ନାହିଁ ।

ନିକଟରେ ଗଦର-2ର କାଷ୍ଟ ଏବଂ କ୍ରୁ'ମାନେ ଫିଲ୍ମର ଏକ ବଡ଼ ସକ୍ସେସ୍‌ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଧର୍ମେନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ଏକ ଦମଦାର ଲୁକରେ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀରେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର ରଣଭୀରଙ୍କ ଜେଜେବାପା ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ଅଭିନୟକୁ ନେଇ ତାଙ୍କୁ ଖୁବ ପ୍ରଶଂସା କରାଯାଇଥିଲା । ଅଭିନେତାଙ୍କର ଆଉ କିଛି ଚଳଚ୍ଚିତ୍ର ମଧ୍ୟ ପାଇପଲାଇନରେ ଅଛି ।

ଏହା ମଧ୍ୟ ପଢନ୍ତୁ: Gadar 2: ଫିଲ୍ମ ସଫଳତା ପାର୍ଟି ଦେଲେ ସନ୍ନି ଦେଓଲ, ଯୋଗ ଦେଲେ ନାମିଦାମୀ କଳାକାର

ସେପଟେ ସନ୍ନି ଦେଓଲଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତେବେ ଅଭିନେତାଙ୍କୁ 'ଗଦର-୨'ରେ ତାରା ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । 'ଗଦର-2' 500 କୋଟିରୁ ଅଧିକ କଲେକ୍ସନ କରି ସଫଳତା ହାସଲ କରିଛି । 2001ରେ ମୁକ୍ତିଲାଭ କରିଥିବା 'ଗଦର: ଏକ ପ୍ରେମ କଥା'ର ସିକ୍ୱେଲ ଅଟେ ଗଦର 2 । ପ୍ରଥମ ଭାଗରେ ତାରା ସିଂ ସକିନାଙ୍କ ପାଇଁ ସୀମା ପାର କରିଥିବା ବେଳେ 2ୟ ଭାଗରେ ତାଙ୍କ ପୁଅ ପାଇଁ ସୀମା ପାର କରୁଥିବା ଦେଖିବାକୁ ମିଳିଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମୀଷା ପଟେଲ, ଉତ୍କଳ ଶର୍ମା, ସିମରତ କୌର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.