ETV Bharat / entertainment

Sridevi B'day Spl: ମନେ ପଡନ୍ତି ଶ୍ରୀଦେବୀ, ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ 60ତମ ଜନ୍ମଦିନ ପାଳିଲା ଗୁଗଲ - ଶ୍ରୀଦେବୀଙ୍କ 60ତମ ଜନ୍ମଦିନ ପାଳିଲା ଗୁଗଲ

ଆଜି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ 60 ତମ ଜନ୍ମବାର୍ଷିକୀ । ଏହି ଅବସରରେ ଗୁଗଲ ନିଆରା ଢଙ୍ଗରେ ସ୍ବର୍ଗତା ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ ସ୍ପେଶାଲ ନୋଟ୍ ମଧ୍ୟ ସେୟାର କରିଛି । ଅଧିକ ପଢନ୍ତୁ

ମନେ ପଡନ୍ତି ଶ୍ରୀଦେବୀ, ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ 60ତମ ଜନ୍ମଦିନ ପାଳନ କଲା ଗୁଗଲ

author img

By

Published : Aug 13, 2023, 10:07 AM IST

ମୁମ୍ବାଇ: 'ହୱା ହୱାଇ ଗର୍ଲ' ଭାବରେ ଜଣାଶୁଣା ଶ୍ରୀଦେବୀ ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ହୃଦୟରେ ଘର କରି ରହିଛନ୍ତି । ଶ୍ରୀଦେବୀଙ୍କ ମୃତ୍ୟୁକୁ 5 ବର୍ଷ ବିତିଗଲାଣି । ହେଲେ ଏବେ ବି ତାଙ୍କ ଲୁକ୍ ଏବଂ ଅଭିନୟର ଦିୱାନା ଅଛନ୍ତି ଲୋକେ । ଆଜି ଅର୍ଥାତ୍ ଅଗଷ୍ଟ 13, 2023 ଶ୍ରୀଦେବୀଙ୍କ 60ତମ ଜନ୍ମବାର୍ଷିକୀ । ତେବେ ତାଙ୍କର ଏହି ବିଶେଷ ଦିନରେ ସମସ୍ତେ ତାଙ୍କୁ ମନେ ପକାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଗଲ ମଧ୍ୟ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରିଛି । ଏଥିସହ ଅଭିନେତ୍ରୀଙ୍କ ପାଇଁ ଏକ ସ୍ପେଶାଲ ନୋଟ୍ ମଧ୍ୟ ସେୟାର କରିଛି ।

ଗୁଗୁଲ୍ Colourful Doodle ସହ ଶ୍ରୀଦେବୀଙ୍କ ଚିତ୍ର ସେୟାର କରି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମଦିନ ପାଳନ କରିଛି । ଏଥିସହ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଛି । ଗୁଗୁଲ ଏହି ଡୁଡୁଲ୍ ଚିତ୍ର ପାଇଁ ମୁମ୍ବାଇର ଗେଷ୍ଟ୍ କଳାକାର ଭୂମିକା ମୁଖାର୍ଜୀଙ୍କୁ ଶ୍ରେୟ ଦେଇଛି । ଏଥିସହ ଗୁଗୁଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୀଦେବୀଙ୍କ ସୁନ୍ଦର ଯାତ୍ରା ବିଷୟରେ ସୂଚନା ସେୟାର କରିଛି । ସେ କହିଛନ୍ତି, ‌ଶ୍ରୀଦେବୀ ପିଲାଦିନରୁ ଚଳଚ୍ଚିତ୍ରକୁ ଭଲ ପାଉଥିଲେ ଏବଂ 4 ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର' କନ୍ଧନ କରୁଣାଇ'ରୁ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ଶ୍ରୀଦେବୀ ଅନେକ ସାଉଥ ଇଣ୍ଡିଆନ ଭାଷା ଶିଖିଥିଲେ, ଯାହା ତାଙ୍କୁ ଭାରତର ଅନ୍ୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ଦେଇଥିଲା ।'

ଗୁଗଲ ଆହୁରି କହିଛି ଶ୍ରୀଦେବୀ 2000 ମସିହା ଆରମ୍ଭରେ ଅଭିନୟରୁ ବିରତି ନେଇଥିଲେ । ଏହା ପରେ ସେ ଏସିଆନ୍ ଏକାଡେମୀ ଅଫ୍ ଫିଲ୍ମ ଏବଂ ଟେଲିଭିଜନ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଟିମରେ ଯୋଗ ଦେଇଥିଲେ । ଦୀର୍ଘ ସମୟ ପରେ, ସେ 2012 ରେ 'ଇଂଲିସ୍ ଭିଙ୍ଗଲିଶ୍' ସହ ପୁଣିଥରେ ବଡ ପରଦାକୁ ଫେରିଥିଲେ। ଦୀର୍ଘ ସମୟ ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସହ ସେ କମବ୍ୟାକ କରିଥିଲେ ଏବଂ ଏହି ଫିଲ୍ମଟି ବେଶ ହିଟ ହେବା ସହ ଲୋକପ୍ରିୟତା ହାସଲ କରିଥିଲା । ଏଥିପାଇଁ ଭାରତ ସରକାର ତାଙ୍କୁ 'ପଦ୍ମଶ୍ରୀ' ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ । ଏହା ପରେ, ସେ 2017ରେ କ୍ରାଇମ ଥ୍ରୀଲର 'ମମ୍'ରେ ଜଣେ ପ୍ରୋଟୋକ୍ଟିଭ୍ ମା' ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେବ ଜବାନର ଦ୍ବିତୀୟ ଗୀତ ‘ଚଲେ’, ନୟନତାରାଙ୍କ ସହ ରୋମାନ୍ସ କରିବେ ଶାହାରୁଖ

ଶ୍ରୀଦେବୀଙ୍କ ସମ୍ପୂର୍ଣ୍ଣ ନାମ ଶ୍ରୀ ଅମ୍ମା ୟଙ୍ଗର୍ ଅୟାପନ୍ ଥିଲା ଏବଂ ସେ 13 ଅଗଷ୍ଟ 1963 ରେ ତାମିଲନାଡୁର ଏକ ଛୋଟ ଗାଁ ମୀନମ୍ପଟ୍ଟୀରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ 300ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । 2018ରେ, ଏହି ସୁନ୍ଦର ଅଭିନେତ୍ରୀ ଦୁନିଆକୁ ଅଲବିଦା କହିଥିଲେ । ଦେହାନ୍ତ ହେବାର 5 ବର୍ଷ ବିତିଗଲାଣି ଆଜି ବି ମନେ ପଡନ୍ତି ଶ୍ରୀଦେବୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.