ETV Bharat / entertainment

ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ରହିଛି ଅନେକ ତୃଟି: ଏନସିବି ରିପୋର୍ଟରେ ଖୁଲାସା - Aryan Khan ncb report

ଆର୍ଯ୍ୟନ୍ ଖାନଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ରହିଛି ଅନେକ ତୃଟି । ଏହି ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଛି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ରହିଛି ଅନେକ ତୃଟି: ଏନସିବି ରିପୋର୍ଟରେ ଖୁଲାସା

author img

By

Published : Oct 19, 2022, 4:14 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ରିପୋର୍ଟରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ରହିଛି ଅନେକ ତୃଟି । ଏହି ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି । ସଂପୃକ୍ତ ରିପୋର୍ଟରେ ଏଜେନ୍‌ସିର 7ରୁ 8ଜଣ ଅଧିକାରୀଙ୍କ ଉପରେ ସନ୍ଦେହଜନକ ଆଚରଣର ଅଭିଯୋଗ ଉଠିଛି । ଏଥିରେ ସେହି ଲୋକମାନେ ସାମିଲ ଅଛନ୍ତି, ଯେଉଁମାନେ ପ୍ରତିନିଯୁକ୍ତି ପୂରା କରିଛନ୍ତି ଏବଂ ନିଜ ଘର କ୍ୟାଡରକୁ ଫେରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

ଏହି ରିପୋର୍ଟରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଯେଉଁଥିରେ ବ୍ୟୁରୋ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଯାଞ୍ଚ ସମୟରେ 65 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏନସିବି ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖାରଜ କରିବାବେଳେ ସମୀର ୱାଙ୍ଖଡେ ବ୍ୟୁରୋର ମୁମ୍ବାଇ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଥିଲେ ।

ନଭେମ୍ବରରେ, ଏନସିବି ମୁଖ୍ୟାଳୟ ସମୀର ୱାଙ୍ଖଡେଙ୍କୁ ଅନୁସନ୍ଧାନରୁ ହଟାଇ ଦେଇଥିଲା ଏବଂ ଏହି ମାମଲାର ତଦନ୍ତକୁ ମୁମ୍ବାଇରୁ ଦିଲ୍ଲୀସ୍ଥିତ ଏସଆଇଟିକୁ ସ୍ଥାନାନ୍ତର କରିଥିଲା । ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂଙ୍କ ଅଧୀନରେ ଏହି ମାମଲାର ତଦନ୍ତ ଚାଲିଥିଲା ।

କ’ଣ ଥିଲା ମାମଲା ?

ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କୃଜ୍ ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଏହି ମାମଲାରେ ଆର୍ଯ୍ୟନ୍ ଖାନ ଗିରଫ ହୋଇ ତିନି ସପ୍ତାହରୁ ଅଧିକ ଜେଲରେ ରହିଥିଲେ । ଏହାପରେ ଏକ ବଡ ବିବାଦ ଉପୁଜିଥିଲା ​​। କୋର୍ଟରେ ଅନେକ ଶୁଣାଣି ହୋଇଥିଲା ଏବଂ ବହୁ ଅସୁବିଧା ପରେ ଆର୍ଯ୍ୟନ୍ ଖାନ୍ ଜାମିନ ପାଇଥିଲେ । ଏହି ଘଟଣାର ଆଠ ମାସ ପରେ ଆର୍ଯ୍ୟନ୍ ଖାନ ଏବଂ ଏହି ମାମଲାରେ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଏନସିବି କ୍ଲିନ୍‌ଚିଟ୍‌ ପ୍ରଦାନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.