ETV Bharat / entertainment

Sonu Sood Birthday: ରିଲ୍‌ ଭିଲେନ ରିୟଲ ଲାଇଫର ହିରୋ, କୋରୋନା ପରଠୁ ସାଜିଲେ ଲୋକଙ୍କ ମସିହା

author img

By

Published : Jul 30, 2023, 2:11 PM IST

ଫିଲ୍ମରେ ଭିଲେନ ହୋଇ ଲୋକଙ୍କ ମନ ଜିତୁଥିବା ଅଭିନେତା ସୋନୁ ସୁଦ ବାସ୍ତବ ଜୀବନରେ ଏବେ ଲୋକଙ୍କ ମସିହା ଭାବେ ବେଶ ଜଣାଶୁଣା । ଆଜି ଏହି ଅଭିନେତାଙ୍କ 50ତମ ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ରିଅଲ ଲାଇଫ କାହାଣୀ ବିଷୟରେ ।

ଭିଲେନ ରୂପରେ ପରିଚିତ ସୋନୁ ଆଜି ଜଣେ ପ୍ରକୃତ ହିରୋ, କରୋନା ପରଠୁ ସାଜିଲେ ଲୋକଙ୍କ ମସିହା

ହାଇଦ୍ରାବାଦ: 2010 ମସିହାରେ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗରେ ତାଙ୍କ ଚରିତ୍ର ଛେଦି ସିଂଙ୍କ ସହ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୋନୁ ସୁଦ ଆଜି 30 ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ସିନେମାରେ ଭିଲେନ୍ ଭୂମିକାରେ ପ୍ରାୟତଃ ଦେଖାଯାଉଥିବା ସୋନୁ ବାସ୍ତବ ଜୀବନରେ ଲୋକଙ୍କ ହିରୋ ଅଟନ୍ତି । କୋରୋନା ଅବଧି ସମୟରେ, ଅଭିନେତା ଅସହାୟ ଲୋକଙ୍କୁ ସବୁ ପ୍ରକାରର ସାହାଯ୍ୟ କରିଥିଲେ । ସେ ବିନା ସ୍ୱାର୍ଥ ବିନା ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଅନେକ ଲୋକଙ୍କୁ ସୋନୁ ଏକ ନୂଆ ଜୀବନ ଦେଇ ଲୋକଙ୍କ ପାଇଁ ମସିହା ହୋଇପାରିଛନ୍ତି । ଆଜି ବି ସୋନୁ ଲୋକଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଥାନ୍ତି ।

ପଞ୍ଜାବର ମୋଗା ଜିଲ୍ଲାରେ 30 ଜୁଲାଇ 1973ରେ ଜନ୍ମ ହୋଇଥିବା ସୋନୁ ଏକ ମଧ୍ୟବିତ୍ତ ପରିବାରର ଅଟନ୍ତି । ଅଭିନେତାଙ୍କ ବାପା ଏକ ପୋଷାକ ଦୋକାନ ଚଳାଉଥିଲେ । ପ୍ରତ୍ୟେକ ପିତାଙ୍କ ପରି ସେ ମଧ୍ୟ ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ ପୁଅ ଶିକ୍ଷିତ ହେବା ପରେ ନିଜ ପାଦରେ ଠିଆ ହେବ ଏବଂ ସଫଳତାର ପାହାଚ ଚଢିବ । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ସୋନୁଙ୍କୁ ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି କରିଥିଲେ । ଅଭିନେତା ନାଗପୁରରୁ ତାଙ୍କର ଇଞ୍ଜିନିୟରିଂ ଅଧ୍ୟୟନ ସମାପ୍ତ କରିଥିଲେ । ଏହା ପରେ ସେ ମୁମ୍ବାଇ ଯାଇଥିଲେ ।

ସୋନୁ ସୁଦ ନାଗପୁରରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କରିଥିଲେ ସେତେବେଳେ ତାଙ୍କର ଇଞ୍ଜିନିୟରିଂରେ ମନ ଲାଗିଲା ନାହିଁ । ତାପରେ ସେ ଏହା ଅନୁଭବ କରି ଅଧ୍ୟୟନ ଛାଡି ମଡେଲିଂ ଆରମ୍ଭ କଲେ । ମଡେଲିଂ ପରେ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଯେତେବେଳେ ସେ ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କର ମାତ୍ର 5 ହଜାର ଟଙ୍କା ଥିଲା । ଚାକିରି ପାଇଁ ଏଠାକୁ ଆସିବା ପରେ ସେ ପ୍ରାୟ ଫିଲ୍ମ ସିଟିରେ ବୁଲୁଥିଲେ । ହେଲେ ତାଙ୍କୁ କାମ ମିଳିନଥିଲା । ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ ଅଧିକ ଅଡିସନ୍ ଦେଇ ମଧ୍ୟ ରିଜେକ୍ଟ ହୋଇଥିଲେ । ଏହା ପରେ ବି ସେ ହାର ମାନି ନଥିଲେ । ମୁମ୍ବାଇ ଆସି ବିବାହ ହେବାର ତିନି ବର୍ଷ ପରେ ଅଭିନେତାଙ୍କ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ପାଇଲେ ।

ପ୍ରଥମେ ସାଉଥରେ ଦର୍ଶକଙ୍କ ମନ ଜିତିବା ପରେ ସେ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ 'ସହିଦ-ଏ-ଆଜମ' ସହ ଡେବ୍ୟୁ କରିଥିଲେ । କିନ୍ତୁ 2004 ମସିହାରେ ଚଳଚ୍ଚିତ୍ର 'ୟୁବା' ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା । ପରେ 2010ର 'ଦବଙ୍ଗ୍ 'ପରେ ସୋନୁ ବଲିଉଡର ଜଣେ ସଫଳ ଅଭିନେତା ଭାବେ ପରିଚୟ ହାସଲ କଲେ । ଏହାପରେ ସେ ଆଉ ପଛକୁ ଚାହିଁ ନଥିଲେ । ଅନେକ ବଲିଉଡ ଫିଲ୍ମରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏହା ପରେ ଲୋକଙ୍କ ମସିହା ଭାବେ ଉଭା ହେଲେ ସୋନୁ ସୁଦ ।

ଲୋକଙ୍କ ମସିହା ସୋନୁ ସୁଦ

​2020 ମସିହାରେ ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମସିହା ଭାବରେ ଉଭା ହୋଇଥିଲେ । ସେ କୋରୋନା ଅବଧି ସମୟରେ ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି । କୋରୋନା କାଳରେ ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ଅନେକ ଲୋକଙ୍କୁ ଘରେ ପହଞ୍ଚାଇବାକୁ ପାଇଁ ସେ ମାଗଣା ବ୍ୟବସ୍ଥା କରିଥିଲେ । ସେବେ ଠାରୁ ଆଜି ପର୍ଯ୍ୟନ୍ତ, ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗରେ ଅଛନ୍ତି । ଏପରିକି ନିକଟରେ ହୋଇଥିବା ବାଲେଶ୍ବର ଟ୍ରେନ ଟ୍ରାଜେଡି ଦୁର୍ଘଟଣାରେ ମଧ୍ୟ ପୀଡିତ ପରିବାରକୁ ସାହାଯ୍ୟର ହାତ ବଢାଇଥିଲେ ସୋନୁ । ଆଜି ବି ଲୋକମାନେ ସେମାନଙ୍କର ସମସ୍ୟାକୁ ସୋନୁଙ୍କ ନିକଟକୁ ନେଇଯାଆନ୍ତି ଏବଂ ସେ ସେମାନଙ୍କୁ ସାହାଯ୍ୟ କରନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବେ ସୋନୁ, ଜାରି କଲେ ହେଲ୍ପଲାଇନ ନମ୍ବର

ସୋନୁ ସୁଦ ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ତାଙ୍କ ଭିଲେନ୍ ଚରିତ୍ର ପାଇଁ ସେ ବେଶ ସଫଳତା ଅର୍ଜନ କରିବା ସହ ଲୋକପ୍ରିୟତା ହାସଲ କରିଛନ୍ତି । ଆଜିକାଲି ଆଉ ସୋନୁଙ୍କୁ ଫିଲ୍ମରେ ଭିଲେନ ରୋଲରେ ଦେଖିବାକୁ ମିଳୁନାହିଁ । ଏନେଇ ଏକ ସାକ୍ଷାତକାରରେ ସୋନୁ କହିଥିଲେ ଯେ ମସିହା ପ୍ରତିଛବି ପରେ ସେ ନକାରାତ୍ମକ ଭୂମିକା ଗ୍ରହଣ କରିବା ବନ୍ଦ କରି ଦେଇଛନ୍ତି । ଅଭିନେତା କହିଥିଲେ ଯେ ରିଅଲ୍ ଲାଇଫ୍ ହିରୋକୁ ବଡ ପରଦାରେ ଭିଲେନ୍ ଭାବରେ କିଏ ଦେଖିବାକୁ ଚାହିଁବ । ବର୍ତ୍ତମାନ ଇଣ୍ଡଷ୍ଟ୍ରି ମୋତେ ନକରାତ୍ମକ ଭୂମିକା ଦେଉନାହିଁ । ଏହି ସବୁ ମୋ ପାଇଁ ନୂଆ ବୋଲି ଅଭିନେତା କହିଛନ୍ତି । ସେପଟେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ସୋନାଲିଙ୍କୁ 1996 ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.