ହାଇଦ୍ରାବାଦ: କଙ୍ଗନା ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ, ତାଙ୍କୁ ତାଙ୍କ ମନ ପସନ୍ଦର ପୁଅ ମିଳୁ ନାହିଁ । ଫିଲ୍ମ 'ଧାକଡ'ର ପ୍ରମୋସନରେ ବ୍ୟସ୍ତ ଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏକ ସାକ୍ଷାତକାର ସମୟରେ ବିବାହକୁ ନେଇ ଏମିତି ଏକ ଖୁଲାସା କରିଛନ୍ତି । ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ତାଙ୍କର ଦମଦାର ଅଭିନୟ ପାଇଁ ଚଳଚ୍ଚିତ୍ର ଜଗତରେ ଏକ ଭିନ୍ନ ସ୍ଥାନ ହାସଲ କରିଛନ୍ତି । ଫିଲ୍ମ ବ୍ୟତୀତ ବିବାଦୀୟ ବୟାନ ଦେବାରେ ମଧ୍ୟ ସେ ଖୁବ୍ ଜଣାଶୁଣା। ଗତ କିଛି ବର୍ଷ ମଧ୍ୟରେ, କଙ୍ଗନା ମୁଖ୍ୟ ଅଭିନେତ୍ରୀ ଭାବରେ ବହୁ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ତାଙ୍କ ବିବାହ ନକରିବା ପଛରେ ଅନେକ ଗୁଜବ ପ୍ରଚାରିତ ହୋଇଛି।
ଅର୍ଜୁନ ରାମପାଲଙ୍କ ସହ କଙ୍ଗନା ଫିଲ୍ମର ପ୍ରମୋସନ ପାଇଁ ଆରଜେ ସିଦ୍ଧାର୍ଥ କନନଙ୍କ ସୋ’ରେ ପହଞ୍ଚିଥିଲେ। ଏହି ସମୟରେ ଆରଜେ ତାଙ୍କୁ ବିବାହ ବିଷୟରେ ପଚାରିଥିଲେ କି, ଲୋକମାନେ ଭାବୁଛନ୍ତି ଯେ ତୁମେ ବହୁତ ରାଗି, କ'ଣ ସେଥିପାଇଁ ତୁମର ବିବାହ ହୋଇପାରୁନି ? ଏହା ଉପରେ କଙ୍ଗନା ହସି ହସି କହିଥିଲେ କି ଗୁଜବ ଗୁଡିକ ତାଙ୍କ ବିଷୟରେ ଏକ ଚିନ୍ତା ଧାରା ସୃଷ୍ଟି କରିଛି। ଯେଉଁଥିପାଇଁ ତାଙ୍କୁ ଉପଯୁକ୍ତ ପୁଅ ମିଳି ପାରୁ ନାହିଁ । ପୁଣି କଙ୍ଗନାକୁ ପଚରାଯାଇଥିଲା କି, ତୁମର ରିୟଲ୍ ଲାଇଫ୍ ବି କ'ଣ ଧାକଡ ଫିଲ୍ମ ଭଳି ? ଏହାକୁ ନେଇ ସେ କହିଛନ୍ତି -ଏମିତି କିଛି ନାହିଁ । ମୁଁ ତ ବିବାହ କରି ପାରୁ ନାହିଁ, କାହିଁକି ନା ମୁଁ କୁଆଡେ ପୁଅମାନଙ୍କୁ ମାଡ ମାରୁଛି। ଆପଣ ମାନେ ମୋ ନାଁରେ ବିଭିନ୍ନ ପ୍ରକାରର ଗୁଜବ କରୁଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ମାଡ଼ ମାରିବା ପ୍ରସଙ୍ଗରେ ସେ କହିଛନ୍ତି, ମୁଁ ବାସ୍ତବ ଜୀବନରେ କାହାକୁ ପିଟିବି ? ହଁ, ତୁମ ପରି ଲୋକମାନେ ଏହି ଗୁଜବ ପ୍ରଚାର କରୁଛନ୍ତି, କାରଣ ଏହି ଲୋକମାନେ ଭାବନ୍ତି ମୁଁ ଝଗଡ଼ା କରୁଛି ଏବଂ ମୋର ବିବାହ ହୋଇ ପାରୁନାହିଁ । ବାର୍ତ୍ତାଳାପ ସମୟରେ ଉପସ୍ଥିତ ଥିବା ଅର୍ଜୁନ ରାମପାଲ କହିଛନ୍ତି ଯେ 'କଙ୍ଗନାଙ୍କ ବିଷୟରେ ଏପରି ଚିତ୍ର ସୃଷ୍ଟି କରନ୍ତୁ ନାହିଁ'। ତେବେ କହିବାକୁ ଗଲେ ଫିଲ୍ମ 'ଧାକଡ'ର କୋ-ଷ୍ଟାର ଅର୍ଜୁନ ରାମପାଲ କଙ୍ଗନାଙ୍କ ଭଲଗୁଣର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ସେ ତାଙ୍କ ପାଇଁ ବର ଖୋଜୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ