ETV Bharat / entertainment

Singham Again: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

author img

By ETV Bharat Odisha Team

Published : Oct 19, 2023, 3:17 PM IST

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଫିଲ୍ମ ସିଙ୍ଘମ ଏଗେନରେ ଅଜୟ ଦେବଗନ, ଅକ୍ଷୟ କୁମାର, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପରେ ଯୋଡି ହେଲା ଟାଇଗର ଶ୍ରଫଙ୍କ ନାଁ । ନିର୍ମାତାମାନେ ତାଙ୍କର ପ୍ରଥମ ଲୁକ ସେୟାର କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

ହାଇଦ୍ରାବାଦ: ରୋହିତ ଶେଟ୍ଟୀଙ୍କ ଆଗାମୀ କପ ୟୁନିଭର୍ସ ଫିଲ୍ମ ସିଙ୍ଘମ ଏଗେନ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଦିନକୁ ଦିନ ଫିଲ୍ମର ଅପଡେଟ ଫ୍ୟାନ୍ସଙ୍କୁ ଚକିତ କରୁଛି । ସିଙ୍ଘମ ଏଗେନ ନିକଟରେ ଘୋଷଣା ହୋଇଥିଲା । ଯେଉଁଥିରେ ଅଜୟ ଦେବଗନ, ରଣଭୀର ସିଂ, ଅକ୍ଷୟ କୁମାର, କରୀନା କପୁର, ଦୀପିକା ପାଦୁକୋନଙ୍କ ପରେ ବର୍ତ୍ତମାନ ଫିଲ୍ମରେ ଏଣ୍ଟ୍ରି ନେଇଛନ୍ତି ଟାଇଗର ଶ୍ରଫ । ନିର୍ମାତା ତାଙ୍କ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଅଜୟ ଦେବଗନ, ରଣଭୀର ସିଂ, ଅକ୍ଷୟ କୁମାରଙ୍କ ସମେତ ସିଙ୍ଘମ ଏଗେନର ଟିମ୍ ଗଣପଥ ଷ୍ଟାର ଟାଇଗର ଶ୍ରଫଙ୍କୁ ଜୋରଦାର ସ୍ବାଗତ କରିଛନ୍ତି । ସମସ୍ତ କାଷ୍ଟ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ ସେୟାର କରି ଫିଲ୍ମରେ ତାଙ୍କର ଏଣ୍ଟ୍ରି ନେଇ ସୂଚନା ଦେଇଛନ୍ତି । ଅକ୍ଷୟ କୁମାର ଟାଇଗରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଟିମରେ ACP ସତ୍ୟା ଭାବେ ସ୍ବାଗତ ମୋର ଭାଇ ଏବଂ ଅନ୍ୟତମ ମା' ଟାଇଗର ଶ୍ରଫ ।

ସେହିପରି ଅଜୟ ଦେବଗନ ଇନଷ୍ଟାଗ୍ରାମରେ ଟାଇଗରଙ୍କ ୩ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଲୁକରେ ଟାଇଗର ରାଇପେଲ ଏବଂ ପୋଲିସ ଲେଖା ଥିବା ବ୍ଲାକ ଟି-ସାର୍ଟ ଏବଂ ପ୍ୟାଣ୍ଟରେ ନଜର ଆସିଛନ୍ତି । ଅନ୍ୟ ଫଟୋରେ ସେ ସାର୍ଟଲେସରେ ବନ୍ଧୁକ ଧରିବା ସହ ୬ ପ୍ୟାକରେ ନଜର ଆସିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ଏହି ଟିମ ଆହୁରି ମଜବୁତ ହୋଇଛି । ଏହି ଟିମରେ ACP ସତ୍ୟାଙ୍କୁ ସ୍ବାଗତ ।

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର

ସୂଚନା ଥାଉ କି, ନିକଟରେ ସିଙ୍ଘମର ଶୁଭ ମୁହୂର୍ତ୍ତ ସମୟର ଏକ ଫଟୋ ରୋହିତ ଶେଟ୍ଟୀ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋରେ ଅଜୟ ଦେବଗନ ଏବଂ ରଣବୀର ସିଂଙ୍କୁ ଦେଖିବାକୁ ମିଳିଥିଲା । ଏହା ପରେ 'ସିଂଘମ ଏଗେନ' ପାଇଁ ସୁଟିଂ ଆରମ୍ଭ କରିଥିବା ସୂଚନା ଦେଇ କରୀନା କପୁର ସେଟର BTS ଫଟୋ ସେୟାର କରିଥିଲେ । ଏହା ପରେ ଅକ୍ଷୟ କୁମାର ଫିଲ୍ମର ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ନଜର ଆସିଥିଲେ । ତାପରେ ଦୀପିକା ପାଦୁକୋନ ଫିଲ୍ମର ନିଜର ପ୍ରଥମ ଲୁକ ସେୟାର କରି ଫିଲ୍ମରେ ଯୋଡି ହେବା ନେଇ ସୂଚନା ଦେଇଥିଲେ । ତେବେ ରୋହିତ ଶେଟ୍ଟୀଙ୍କ ଏହି ମଲ୍ଟି ଷ୍ଟାରର ଫିଲ୍ମ ବେଶ ଧମାକେଦାର ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.