ETV Bharat / entertainment

KK Death Case: ସାମ୍ନାକୁ ଆସିଲା ଚାଞ୍ଚଲ୍ୟ ତଥ୍ୟ, ଏସି ଅନ୍‌ ଓ ହାଲୋଜେନ୍‌ ଲାଇଟ୍ ବନ୍ଦ କରିବାକୁ ଅନୁରୋଧ କରିଥିଲେ KK

author img

By

Published : Jun 1, 2022, 5:40 PM IST

ବନ୍ଦ ଏସି, ଅଡିଟୋରିୟମରେ ଖଚାଖଚ୍‌ ଭିଡ, ତଥାପି ଚାଲିଥିଲା ଇଭେଣ୍ଟ । ଏସବୁକୁ ଦୃଷ୍ଟିରେ ରଖି ଅବହେଳା ବିଷୟରେ ଏବେ ଆଲୋଚନା ହେଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅଧିକ ପଢନ୍ତୁ

ବନ୍ଦ ଏସି, ଅଡିଟୋରିୟମରେ ଖଚାଖଚ୍‌ ଭିଡ, ତଥାପି ଚାଲିଥିଲା ଇଭେଣ୍ଟ

ହାଇଦ୍ରାବାଦ: ଚିରଦିନ ପାଇଁ ନିରବି ଗଲେ କେ.କେ । ଏ ଖବର ଶ୍ରୋତାଙ୍କ ପାଇଁ ବିଶ୍ବାସ କରିବା ସହଜ ହେଉନାହିଁ। ହେବ ବା କେମିତି । କାଲି ଯିଏ ଲୋକଙ୍କ ଗହଣରେ ଗୀତ ଗାଇ ସ୍ବରର ଯାଦୁରେ ମନ ମୋହୁଥିଲା ଆଜି ସେ ଅଫେରା ରାଇଜରେ । କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଇବା ଥିବା ତାଙ୍କ ଶେଷ କନସର୍ଟ । କିଏ ଜାଣିଥିଲା କୋଟି କୋଟି ଲୋକଙ୍କ ହୃଦୟରେ ଘର କରିଥିବା ଗାୟକ ଏମିତି ଅକାଳରେ ଝଡିଯିବ । ତାଙ୍କ ଦେହାନ୍ତରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ପୁରାପୁରି ଭାଙ୍ଗି ପଡିଛି । ଏବେ ବି କେହି ବିଶ୍ୱାସ କରିପାରୁନାହାନ୍ତି ଯେ 53 ବର୍ଷିୟ ଗାୟକ କେ.କେ ଆମ ସମସ୍ତଙ୍କୁ କନ୍ଦେଇ ଏମିତି ଚାଲିଯିବେ ।

Yaron Dosti Badi Hi Haseen Hai... ମଙ୍ଗଳବାର ଦିନ କୋଲକାତାରେ ଏକ କନସର୍ଟରେ କେ.କେ ଏହି ଗୀତ ପରିବେଷଣ କରୁଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଇଭେଣ୍ଟରେ କେ.କେ ପ୍ରତ୍ୟେକ ଯୁବକଙ୍କ ହୃଦୟରେ ଉତ୍ସାହ ଭରି ଦେଇଥିଲେ । କେ.କେ ଙ୍କ ଗୀତ ଶୁଣିବା ଏବଂ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ବି ଜମିଥାଏ । ଗୀତ ଗାଇବା ସମୟରେ ସମ୍ପୂର୍ଣ୍ଣ ଯୋଶରେ ଥିଲେ କେକେ, ହେଲେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ଏସି ବି କାମ କରିନଥିଲା । କନସର୍ଟ ଚାଲିଥିବା ସମୟରେ କେ.କେ ଟାୱେଲରେ ମୁହଁ ପୋଛୁଥିବା ଦେଖିବାକୁ ମିଳୁଛି । ଭିଡିଓରେ କେ.କେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ହଠାତ୍ ଦେହ ଖରାପ ହେବାରୁ ନିଜକୁ ସୁସ୍ଥ ଅନୁଭବ କରାଇବାକୁ ଷ୍ଟେଜର ଚାରିଆଡ଼େ ବୁଲିଥିଲେ । କିନ୍ତୁ ତଥାପି, ତାଙ୍କୁ ସଲାମ କରିବାକୁ ପଡିବ, କାରଣ ଏତେ ଅସୁସ୍ଥତା ପରେ ବି ସେ କନସର୍ଟ ବନ୍ଦ କରିନଥିଲେ । ସେ ଗୀତ ଗାଇବା ଜାରି ରଖିଥିଲେ ।

  • Watch: KK was not feeling comfortable during the concert is clearly visible from this video. Fans are complaining against the Nazrul Manch Authority along with the authority of both the college.#KK #KKLive #KKRIP #KKKolkata pic.twitter.com/j5zq3ruI19

    — Tirthankar Das (@tirthaMirrorNow) May 31, 2022 " class="align-text-top noRightClick twitterSection" data=" ">

ଭାଇରାଲ୍ ହେଉଛି ପୋଷ୍ଟ

ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଅଡିଟୋରିୟମର ଭୁଲ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି । କେ.କେ ନଜରୁଲ ମଞ୍ଚ ନାମକ ଅଡିଟୋରିୟମରେ ଗୋଟିଏ ଦିନ ପୂର୍ବରୁ ଅଭ୍ୟାସ କରିଥିଲେ। ଏପରିକି ସେହି ସମୟରେ କେ.କେ ଏସି କାମ କରୁନଥିବା ଅଭିଯୋଗ କରିଥିଲେ। ଏହା ଏକ ଖୋଲା ଅଡିଟୋରିୟମ୍ ନଥିଲା । ଭିଡ଼ ବଢିବା ହେତୁ ସେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଭିଡିଓରେ, କେ.କେ ଟାୱେଲରେ ଝାଳ ପୋଛିଥିବାର ନଜର ଆସିଛନ୍ତି । କେ.କେ କ୍ରମାଗତ ଭାବରେ ଏସିର ତାପମାତ୍ରା ହ୍ରାସ କରିବାକୁ ଏବଂ କିଛି ହାଲୋଜେନ୍ ଲାଇଟ୍ ବନ୍ଦ କରିବାକୁ ଶୋ' ପରିଚାଳନା କମିଟିକୁ ଅନୁରୋଧ କରିଥିଲେ, କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ । ପରିଶେଷରେ ଶ୍ୱାସକ୍ରିୟା ଏବଂ ସ୍ନାୟୁ କାରଣରୁ କେ.କେ.ଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ତାଙ୍କୁ ହୋଟେଲ ରୁମକୁ ନିଆଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ସୁଧୁରି ନ ଥିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ କହିଥିଲେ ଯେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ କେ.କେ.ଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା ।

ଅନେକ ଭିଡିଓରେ ଏହା ସାମ୍ନାକୁ ଆସିଛି ଯେ ଏସିର ତାପମାତ୍ରା ହ୍ରାସ କରିବାକୁ ଏବଂ ହାଲୋଜେନ୍ ଲାଇଟ୍ ବନ୍ଦ କରିବା ବିଷୟରେ ମଧ୍ୟ କହିଥିଲେ, କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ । ଶୋ ପାଇଁ କୌଣସି ପ୍ରବେଶ ଶୁଳ୍କ ନଥିଲା । କେବଳ ପାସ୍ ଦେଖାଇ ଏଣ୍ଟ୍ରି ଦିଆଯାଉଥିଲା । ଏଭଳି ପରିସ୍ଥିତିରେ ସେଠାରେ ଚାରି ଗୁଣ ଅଧିକ ଲୋକ ପହଞ୍ଚିଥିଲେ। ଏସବୁକୁ ଦୃଷ୍ଟିରେ ରଖି ଅବହେଳା ବିଷୟରେ ଆଲୋଚନା ହେଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି। କିନ୍ତୁ ଏହାକୁ କିଏ କେମିତି ଭୁଲିପାରିବ, କେ.କେ ବର୍ତ୍ତମାନ ଦୁନିଆକୁ ଅଲବିଦା କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.