ETV Bharat / entertainment

SIIMA 2023: ନୋମିନେସନ ଲିଷ୍ଟ ଆଉଟ୍, ଏହି କାଟଗୋରୀରେ ମନୋନୀତ RRR ଓ KGF 2

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଆୱାର୍ଡ ଶୋ' SIIMA 2023 ଆରମ୍ଭ ହେବାକୁ ଯାଉଛି । କେଉଁ ଚଳଚ୍ଚିତ୍ର ସର୍ବାଧିକ ନାମାଙ୍କନ ପାଇଛି ? ଜାଣନ୍ତୁ

ସାଇମା ଆୱାର୍ଡ ପାଇଁ ନୋମିନେସନ ଲିଷ୍ଟ ଆଉଟ୍, ଏହି କାଟଗୋରୀରେ ମନୋନୀତ RRR ଏବଂ KGF 2

author img

By

Published : Aug 2, 2023, 1:44 PM IST

ହାଇଦ୍ରାବାଦ: ଖୁବଶୀଘ୍ର ସାଉଥ ସିନେମାର ସବୁଠାରୁ ଲୋକପ୍ରିୟ ଆୱାର୍ଡ ଶୋ' ସାଇମା ଅର୍ଥାତ୍ (ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡ) 2023 ଆରମ୍ଭ ହେବ । ଯେଉଁଥିରେ ପୁଣିଥରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେଲିବ୍ରିଟି ମାନଙ୍କ ସମାବେଶ ଦେଖିବାକୁ ମିଳିବ । SIIMAରେ ସାଉଥ୍ ସିନେମା ଯେଉଁଥିରେ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ନିର୍ମିତ ଦମଦାର ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯିବ । ଏଥି ସହିତ, SIIMA 2023 ପାଇଁ ଚଳଚ୍ଚିତ୍ରର ନାମାଙ୍କନ ତାଲିକା ସାମ୍ନାକୁ ଆସିଛି । ଏଥିରେ ପୋନିୟିନ୍ ସେଲଭାନ୍, ଓସ୍କାର ବିଜେତା ଚଳଚ୍ଚିତ୍ର ଆରଆରଆର, ରକିଂ ଷ୍ଟାର ୟଶ ଷ୍ଟାରର ଫିଲ୍ମ କେଜିଏଫ ୨ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର କାନ୍ତାରା ବିଭିନ୍ନ ବର୍ଗରେ ନାମାଙ୍କନ ଗ୍ରହଣ କରିଛନ୍ତି ।

କାର୍ଯ୍ୟକ୍ରମ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ ?

SIIMA 2023 ଏହାର 11 ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି । 15 ଏବଂ 16 ସେପ୍ଟେମ୍ବରରେ ଦୁବାଇ ୱାର୍ଲ୍ଡ ଟ୍ରେଣ୍ଡ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ଚଳଚ୍ଚିତ୍ର ନିର୍ମାତା ବିଷ୍ଣୁବର୍ଦ୍ଦନ ଇନ୍ଦୁରୀ ଆରମ୍ଭ କରିଥିଲେ ଏବଂ ଏହାର ସଭାପତି ହେଉଛନ୍ତି ଅଦୁସୁମିଲି ବୃନ୍ଦା ପ୍ରସାଦ । ଏହି କାର୍ଯ୍ୟକ୍ରମ ଦୁଇଟି ଭାଗରେ ଆୟୋଜିତ ହୋଇଥାଏ । ପୁରସ୍କାରର ପ୍ରଥମ ଦିନରେ ଜେନେରେସନ୍ ନେଷ୍ଟ ପୁରସ୍କାର ଗୁଡିକ ଆଗାମୀ ସାଉଥ ଇଣ୍ଡିଆନ ଚଳଚ୍ଚିତ୍ର କଳାକାରମାନଙ୍କୁ ପ୍ରଦାନ କରାଯାଇଥାଏ ଏବଂ ଦ୍ୱିତୀୟ ଦିନରେ ମୁଖ୍ୟ SIIMA ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏହି ଚଳଚ୍ଚିତ୍ରଗୁଡିକ SIIMA 2023 ରେ ନାମାଙ୍କନ ପାଇଛି:

ତେଲୁଗୁ

ଓସ୍କାର ବିଜେତା ଚଳଚ୍ଚିତ୍ର RRR 'ସାଇମା 2023' ରେ ଟଲିଉଡରୁ 11ଟି ବର୍ଗରେ ନାମାଙ୍କନ ପାଇଛି । ଦୁଲକର ସଲମାନ ଏବଂ ମୃଣାଲ ଠାକୁରଙ୍କ ଅଭିନୀତ ହିଟ୍ ଫିଲ୍ମ ସୀତା-ରାମ 10 ଟି ବର୍ଗରେ SIIMA ରେ ନାମାଙ୍କନ ପାଇଛି । କେବଳ ଏତିକି ନୁହେଁ, ସ୍ୱଳ୍ପ ବଜେଟରେ ନିର୍ମିତ ଡିଜେ ଟିଲୁ, କାର୍ତ୍ତିକେୟ ୨ ଏବଂ ମେଜର ଭଳି ହିଟ୍ ଚଳଚ୍ଚିତ୍ର ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ନାମାଙ୍କନ ପାଇଛି।

ତାମିଲ୍

ପୋନିୟିନ୍ ସେଲଭାନ୍ ପାର୍ଟ-1 10ଟି ବର୍ଗରେ ନାମାଙ୍କନ ପାଇଛି । ଲୋକେଶ କନଗରାଜ ଏବଂ ସାଉଥ ସୁପରଷ୍ଟାର କମଲ ହାସନଙ୍କ ଅଭିନୀତ ଚଳଚ୍ଚିତ୍ର ବିକ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ 9 ଟି ବିଭାଗରେ ନାମାଙ୍କନ ପାଇଛି । ଏହା ବ୍ୟତୀତ ଲଭ୍ ଟୁଡେ, ଥିରୁଚିତ୍ରମବଲମ୍ ଏବଂ ଆର ମାଧବନଙ୍କ ରାକେଟ୍ରି- ଦ ନମ୍ବି ଇଫେକ୍ଟ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ନାମାଙ୍କନ ପାଇଛି ।

ମାଲାୟାଲମ୍

ମାଲାୟାଲମ୍ ସୁପରଷ୍ଟାର ମମୁଟିଙ୍କ ଭୀଷ୍ମା ଆଠଟି ନାମାଙ୍କନ ପାଇଥିବା ବେଳେ ଟୋଭିନୋ ଥୋମାସଙ୍କ ଫିଲ୍ମ ଥଲୁମାଲା 7ଟି ନାମାଙ୍କନ ପାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗ ପାଇଁ ହଦ୍ଧମ୍, ଜୟ ଜୟ ଜୟ ଜୟ ହେ, ନା ଥାନ କେସ୍ କୋଡୁ ଏବଂ ଜନ ଗଣ ମନ ମନୋନୀତ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ ପ୍ରଖ୍ୟାତ କଳା ନିର୍ଦ୍ଦେଶକ ନିତିନ ଦେଶାଇ, ଷ୍ଟୁଡିଓରୁ ମିଳିଲା ମୃତଦେହ

କନ୍ନଡ ସିନେମା

ଏଥି ସହିତ କନ୍ନଡ ତାରକା ରକିଂ ଷ୍ଟାର ୟଶଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର କେଜିଏଫ 2 ଏବଂ ଋଷଭ ଶେଟ୍ଟୀ ଷ୍ଟାରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର କାନ୍ତାରା ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ 11ଟି ବର୍ଗରେ ସର୍ବାଧିକ ନାମାଙ୍କନ ପାଇଛି । ଏଥି ସହିତ ରକ୍ଷିତ ଶେଟ୍ଟୀଙ୍କ ଦମଦାର ଚଳଚ୍ଚିତ୍ର '777 ଚାର୍ଲି', ଲଭ୍ ମକଟେଲ ଏବଂ କିଚ୍ଚା ସୁଦୀପ ଷ୍ଟାରର ବିକ୍ରାନ୍ତ ରାଣା ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.