ETV Bharat / entertainment

Birth Anniversary: ସିଡ୍‌ଙ୍କୁ ଭୁଲି ପାରୁନାହାନ୍ତି ଶେହନାଜ, ଲେଖିଲେ ମୁଁ ତୁମକୁ ପୁଣି ଭେଟିବି

author img

By

Published : Dec 12, 2022, 10:25 AM IST

Shehnaaz On Sidharth Birthday: ବିଗ୍ ବସ୍ 13 ଫେମ୍‌ ଶେହନାଜ ଗିଲ ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନ ପାଳନ କରିଛନ୍ତି । କିଛି ଥ୍ରୋବ୍ୟାକ୍ ଫଟୋ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ସିଦ୍ଧାର୍ଥଙ୍କୁ ଭୁଲିପାରୁନାହାନ୍ତି ଶେହନାଜ, ପୋଷ୍ଟରେ ଲେଖିଲେ- ମୁଁ ତୁମକୁ ପୁଣି ଭେଟିବି

ମୁମ୍ବାଇ: ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମ ବାର୍ଷିକୀ (Sidharth Shukla Birth Anniversary) । ଯଦି ସେ ଆଜି ବଞ୍ଚିଥାନ୍ତେ ତେବେ ତାଙ୍କୁ 42 ବର୍ଷ ବୟସ ହୋଇଥାନ୍ତା । ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଏମିତି କିଛି ଜଣ ଅଛନ୍ତି ଯେଉଁମାନେ ସ୍ୱର୍ଗତ ଅଭିନେତାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେହନାଜ ଗିଲ । ଅଭିନେତ୍ରୀ ଶେହନାଜ ଗିଲ ଗତକାଲି ରାତିରେ ସିଡଙ୍କ ଜନ୍ମଦିନ ପାଳନ କରିଥିଲେ (Shehnaaz On Sidharth Birthday) ଏବଂ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।

ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ
ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ

ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନରେ ଶେହନାଜ ଗିଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ସିଦ୍ଧାର୍ଥଙ୍କ ଏକ ହସୁଥିବା ଫଟୋ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଶେହନାଜଙ୍କ କ୍ୟାପସନ୍‌ରେ ଲେଖିଛନ୍ତି, 'ମୁଁ ତୁମକୁ ପୁଣି ଭେଟିବି । 12.12 ' ଏହା ସହିତ ସେ ଏକ ହ୍ବାଇଟ ହାର୍ଟ ଇମୋଜି ସେୟାର କରିଛନ୍ତି । ଶେହନାଜଙ୍କ ଏହି ପୋଷ୍ଟ ଦେଖି ତାଙ୍କ ପ୍ରଶଂସକ ଭାବପ୍ରବଣ ହୋଇଯାଇଛନ୍ତି ।

ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ
ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ

ଶେହନାଜ ଗିଲ କେବଳ ସିଦ୍ଧାର୍ଥଙ୍କ ପାଇଁ ଏହି ପୋଷ୍ଟ ସେୟାର କରିନାହାଁନ୍ତି, ବରଂ ତାଙ୍କ ନାମରେ ଏକ କେକ୍ ମଧ୍ୟ କାଟିଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନର ଝଲକ ସେୟାର କରିଛନ୍ତି । ଏହା ବ୍ୟତୀତ ସେ ସିଦ୍ଧାର୍ଥଙ୍କ ସହ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି।

ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ
ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ

ଶେହନାଜ ଗିଲ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କ ବଣ୍ଡିଂ

ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ
ସିଦ୍ଧାର୍ଥ ଶୁକ୍ଲା ଜନ୍ମ ବାର୍ଷିକୀ

ଶେହନାଜ ଏବଂ ସିଦ୍ଧାର୍ଥ 'ବିଗ୍ ବସ୍ 13'ରେ 'ସିଡନାଜ୍‌' ନାମରେ ଚର୍ଚ୍ଚାରେ ଥିଲେ । ଶେହନାଜ ଏବଂ ସିଦ୍ଧାର୍ଥଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସୋ’ରେ ଦୁହେଁ ଅପରିଚିତ ଥିଲେ ଏବଂ ତା’ପରେ ସେମାନେ ଏପରି ବଣ୍ଡିଂ କ୍ରିଏଟ୍‌ କଲେ, ଯାହା ଆଜି ସାରା ଦେଶ ଜାଣେ । କୁହାଯାଏ ଯେ ସୋ' ପରେ ଦୁହେଁ ପରସ୍ପର ସହ ରିଲେସନସିପ୍‌ରେ ଥିଲେ । ଯଦିଓ ସେମାନେ ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ ମଧ୍ୟ ଦୁହେଁ ସମୟ ସମୟରେ ପରସ୍ପର ପ୍ରତି ଥିବା ଭଲପାଇବା ଏବଂ ବିଷୟରେ ପ୍ରକାଶ କରିଥିଲେ । 2 ସେପ୍ଟେମ୍ବର 2021ରେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ଭାଙ୍ଗି ପଡିଥିଲେ । ଦୀର୍ଘ ଦିନ ଧରି ଏହି ଦୁଃଖରେ ବୁଡି ରହିବା ପରେ ଶେହନାଜ ଚଳଚ୍ଚିତ୍ର ଜଗତକୁ ପୁଣି ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.