ETV Bharat / entertainment

Nikamma Trailer OUT: ଦମଦାର ଭୂମିକାରେ ନଜର ଆସିଲେ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ

author img

By

Published : May 17, 2022, 3:27 PM IST

ସବ୍ବୀର ଖାନଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଡ୍ରାମା ଫିଲ୍ମ ନିକମ୍ମାର ଟ୍ରେଲର ରିଲିଜ ହୋଇଛି। ସୋନି ପିକ୍ଚର୍ସ ଫିଲ୍ମସ ଏହି ଫିଲ୍ମର ଟ୍ରେଲର ସେୟାର କରିଛି । ଅଧିକ ପଢନ୍ତୁ

ଦମଦାର ଭୂମିକାରେ ନଜର ଆସିଲେ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ଅଭିନେତା ଅଭିମନ୍ୟୁ ଦସାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ନିକମ୍ମା'ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର ଟ୍ରେଲର ଯେତିକି ଚିତ୍ତାକର୍ଷକ, ତା'ଠୁ ଅଧିକା ଆଶ୍ଚର୍ଯ୍ୟଜନକ ହୋଇଛି ଭେଟେରାନ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀଙ୍କ ଅଭିନୟ । ଅଭିମନ୍ୟୁ ଚଳଚ୍ଚିତ୍ରରେ ନିକ୍କମା ହୋଇ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି । ସୋନି ପିକ୍ଚର୍ସ ଫିଲ୍ମସ ଏହି ଫିଲ୍ମର ଟ୍ରେଲର ସେୟାର କରିଛି। ଏହା ସହିତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରୁଥିବାବେଳେ ଏକ ଜବରଦସ୍ତ କ୍ୟାପସନ ଦେଇଛନ୍ତି । ବଲିଉଡ ଅଭିନେତା ଅଭିମନ୍ୟୁ ଦସାନୀ ଏବଂ ଶିର୍ଲି ସେଟିଆ ଷ୍ଟାରର ଫିଲ୍ମ 'ନିକମ୍ମା' 17 ଜୁନ୍ 2022ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମରେ ସୁନୀଲ ଗ୍ରୋଭର, ସମୀର ସୋନି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

ସୋନି ପିକ୍ଚର୍ସ ଫିଲ୍ମ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି- ପରିବାର, ରୋମାନ୍ସ, କମେଡି ଏବଂ ଆକ୍ସନର ଲାଗିବ ତଡକା ଯେବେ ଆସିବ ଆମ ନିକ୍କମା।' ଉଲ୍ଲେଖନୀୟ ବିଷୟ ହେଉଛି, ସୋନି ପିକ୍ଚର୍ସ ଫିଲ୍ମସ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋସନ ପୋଷ୍ଟର ସେୟାର କରୁଥିବାବେଳେ 2022 ଜୁନ୍ 17 ରେ ରିଲିଜ୍ ତାରିଖ ଘୋଷଣା କରିଛି । ସୋନି ପିକ୍ଚର୍ସ କ୍ୟାପସନ୍ ଦେଇଥିଲା 'ଶତ୍ରୁମାନଙ୍କୁ ମନେ ପଡିବ ସେମାନଙ୍କ ଆମ୍ମା, ଯେବେ ସାମ୍ନାରେ ଥିବ ଆମ ନିକ୍କମା' । ଟ୍ରେଲରରେ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ଏହା ବି ପଢନ୍ତୁ: Nikamma Trailer: ସୁପରମ୍ୟାନ୍‌ ଅବତାରରେ ପୁଣି ସୋସିଆଲ ମିଡିଆକୁ ଫେରିଲେ ଶିଳ୍ପା

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ସୋସିଆଲ ମିଡିଆରୁ ବିରତି ଘୋଷଣା କରି ଶିଳ୍ପା ଶେଟ୍ଟୀ ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ 'ନିକମ୍ମା'ରେ ‘ସୁପର ଓମ୍ୟାନ୍‌’ ଅବତାରରେ ସୋସିଆଲ ମିଡିଆକୁ ପୁଣି ଫେରୁଛନ୍ତି । ନୂଆ ଅବତାରରେ ଶିଳ୍ପାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.