ETV Bharat / entertainment

Shehzada First Look: ଫିଲ୍ମ ଶେହଜାଦାରେ ଭିନ୍ନ ଲୁକ୍‌ରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ୍‌

author img

By

Published : Nov 22, 2022, 5:37 PM IST

ଜନ୍ମଦିନ ଅବସରରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଶେହଜାଦା (Shehzada)ର ଫାଷ୍ଟ ଲୁକ୍ ଆଉଟ୍ ହୋଇଛି । ଅଧିକ ପଢନ୍ତୁ

ଫିଲ୍ମ ଶେହଜାଦାରେ ଭିନ୍ନ ଲୁକ୍‌ରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ୍‌

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ (Kartik Aaryan)ଆଜି ତାଙ୍କର 32 ତମ ଜନ୍ମଦିନ ପାଳନ (Kartik Aaryan Birthday) କରୁଛନ୍ତି । କାର୍ତ୍ତିକ ନିଜ ଗୋଡରେ ନିଜ ଠିଆ ହୋଇ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଭଳି ଦିନରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଶେହଜାଦା' (Shehzada)ର ଫାଷ୍ଟ ଲୁକ୍ ଆଉଟ୍ ହୋଇଛି । ଏହି ଫିଲ୍ମରେ ଅଭିନେତା ଜବରଦସ୍ତ ଅବତାର ନଜର ଆସିଛନ୍ତି । ଏଥିରେ କ୍ରିତି ସାନନ୍ (Kriti Sanon) ମଧ୍ୟ ଅଭିନୟ କରିଛନ୍ତି ।

'ଶେହଜାଦା'ର ଫାଷ୍ଟ ଲୁକ୍

କାର୍ତ୍ତିକ ଆର୍ଯ୍ୟଙ୍କ ଫିଲ୍ମ 'ଶେହଜାଦା'ର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି । ଏଥିରେ କାର୍ତ୍ତିକ କହୁଥିବାର ଦେଖାଯାଇଛି କି, ଯେତେବେଳେ ପରିବାର ଉପରେ କଥା ଉଠେ ସେତେବେଳେ ଆଲୋଚନା କରନ୍ତି ନାହିଁ ଆକ୍ସନ କରନ୍ତି । ଯାହା ପରେ ସେ ଗୁଣ୍ଡାମାନଙ୍କୁ ଜୋରରେ ମାଡ ମାରିଥିବାର ଦେଖାଯାଏ । ଏଥିରେ ଅଭିନେତାଙ୍କ ଚେହେରା ବହୁତ ଭିନ୍ନ ନଜର ଆସିଛି । ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ତାଙ୍କୁ ଦେଖି ଅଭିନେତା ୱାହ କୁହନ୍ତି। ଚଳଚ୍ଚିତ୍ରଟି 10 ଫେବୃଆରୀ 2023 ରେ ରିଲିଜ୍ ହେବ ।

ଏହା ବି ପଢନ୍ତୁ: Kartik Aaryan birthday: ଜନ୍ମଦିନରେ କୋକିଙ୍କୁ ସରପ୍ରାଇଜ୍‌ ଦେଲେ ବାପାମାଆ

ରୋହିତ ଧୱନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, କ୍ରିତି ସାନନ, ମନୀଷା କୋଇରାଲା, ପରେଶ ରାୱଲ, ରୋନିତ ରୟ, ସଚିନ ଖେଡେକର ମଧ୍ୟ ଅଛନ୍ତି। କାର୍ତ୍ତିକ ତାଙ୍କ ଜନ୍ମଦିନ ଅବସରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥି ସହିତ ସେ ତାଙ୍କର ଫଟୋ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ, 'ପ୍ରତ୍ୟେକ ଜନ୍ମରେ ମୁଁ ତୁମର କୋକି ରୂପରେ ଜନ୍ମ ହେବାକୁ ଚାହେଁ... ଏହି ସୁନ୍ଦର ଜନ୍ମଦିନ ସରପ୍ରାଇଜ୍‌ ପାଇଁ ମମି-ପାପା, କଟୋରୀ ଏବଂ କିକିଙ୍କୁ ଧନ୍ୟବାଦ ।'

କାର୍ତ୍ତିକ ଆର୍ଯ୍ୟନ୍ ଚଳଚ୍ଚିତ୍ର

କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କଥା ହେବା ପରେ ତାଙ୍କୁ ଭୁଲ ଭୁଲେୟାଁ ୨ ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ 'ଫ୍ରେଡି' ଅଛି, ଯାହାର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହା ବ୍ୟତୀତ ସେ କିଆରା ଆଡଭାନୀଙ୍କ ସହ 'ସତ୍ୟପ୍ରେମ କି କଥା'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.