ETV Bharat / entertainment

ଫ୍ୟାସନ ସୋ'ରେ ଗିଦା ଡ୍ୟାନ୍ସ କରି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଶେହନାଜ, ଭିଡିଓ ଭାଇରାଲ

author img

By

Published : Dec 19, 2022, 5:01 PM IST

ଶେହନାଜ ଗିଲ ଏକ ଫ୍ୟାସନ ସୋ'ରେ ରାମ୍ପ ୱାକ୍‌ କରିଛନ୍ତି । ଏହି ସମୟରେ ତାଙ୍କୁ ତାଙ୍କ ଡିଜାଇନର୍ ସହିତ ରାମ୍ପରେ ନାଚୁଥିବା ଦେଖିବାକୁ ମିଳିଥିଲା ​​। ଏହାର ଭିଡିଓ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଗିଦା ଡ୍ୟାନ୍ସ କରି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଶେହନାଜ

ନୂଆଦିଲ୍ଲୀ: 'ବିଗ୍ ବସ୍ 13' ସହିତ ଚର୍ଚ୍ଚାକୁ ଆସିଥିବା ଶେହନାଜ୍ ଗିଲ୍ ବର୍ତ୍ତମାନ ଗ୍ଲାମର ଦୁନିଆରେ ଏକ ଜଣାଶୁଣା ନାମ ପାଲଟିଛନ୍ତି । ତାଙ୍କର ‌ଦବ୍‌ଦବା ଫ୍ୟାସନ ଦୁନିଆରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀଙ୍କୁ ଗ୍ଲାମରସ୍ ଅନ୍ଦାଜରେ ରାମ୍ପ ୱାକ୍‌ କରୁଥିବା ଦେଖିବାକୁ ମିଳିଥିଲା ​​। ସେ 'ଇଣ୍ଡିଆ ଡିଜାଇନର୍ ସୋ'ରେ ରାମ୍ପ ୱାକ୍‌ କରିଥିଲେ। କେବଳ ଏତିକି ନୁହେଁ, ଇଭେଣ୍ଟରେ ଶେହନାଜ୍ ଗିଲ୍ ନିଜର ପଞ୍ଜାବୀ ନୃତ୍ୟ ସହିତ ମାହୋଲକୁ ପୁରାପୁରି ଗରମ କରିଦେଇଥିଲେ।

ଶେହନାଜ ଗିଲ ବନିଲେ ଶୋଷ୍ଟପର୍

ନିକଟରେ, ଫ୍ୟାସନ୍ ଡିଜାଇନର୍ କେନ୍ ଫର୍ନସଙ୍କ (Ken Ferns) ପାଇଁ ଶେହନାଜ୍ ଗିଲ୍ ଶୋଷ୍ଟପର୍ ହୋଇଥିଲେ । ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ରାମ୍ପରେ ଚାଲିଥିଲେ । ଶେହନାଜ୍ ଗିଲ୍‌ଙ୍କୁ ଦେଖି ଉପସ୍ଥିତ ଲୋକମାନେ ଆହୁରି ଉତ୍ସାହିତ କରିଥିଲେ । ଏହି ସମୟରେ ଅଭିନେତ୍ରୀ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିଲେ । ସେ ଏଥିରେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ । ହାଲୁକା କୁଞ୍ଚିଆ କେଶ ଏବଂ ଗୋଲାପୀ ରଙ୍ଗର ମେକଅପ୍ ତାଙ୍କ ଗ୍ଲୋକୁ ଆହୁରୁ ଦ୍ବିଗୁଣିତ କରୁଥିଲା । ଏହାର ଭିଡିଓ ସେୟାର କରିବା ସହିତ ଅଭିନେତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶେହନାଜଙ୍କ ପଞ୍ଜାବୀ ଡ୍ୟାନ୍ସ ଭାଇରାଲ

ରାମ୍ପ ୱାକ୍‌ର ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଶେହନାଜଙ୍କୁ ତାଙ୍କ ଡିଜାଇନର୍ କେନ୍ ଫର୍ନସ୍ ଆଣିଥିଲେ। ଦୁହେଁ ଏକାଠି ନାଚିଥିଲେ । ଶେହନାଜ ପଞ୍ଜାବୀ ପାରମ୍ପାରିକ ନୃତ୍ୟ 'ଗିଦା'ରେ ଡ୍ୟାନ୍ସ କରି ପୁରା ସୋ’ର ଲାଇମଲାଇଟ୍ ପାଲଟିଥିଲେ ।

ଶେହନାଜ ଗିଲଙ୍କ ଅଭିନୟ କ୍ୟାରିୟର

'ବିଗ୍ ବସ୍ 13' ରେ ଲୋକପ୍ରିୟ ହେବା ପରେ ଶେହନାଜ୍ ଗିଲ୍ ବଲିଉଡକୁ ପ୍ରାଧାନ୍ୟ ଦେବାକୁ ଚାହୁଁଛନ୍ତି । ସେ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ଅଛି । ସେ ତାଙ୍କ ଚାଟ୍ ସୋ 'Desi Vibes With Shehnaaz Gill' ମଧ୍ୟ ହୋଷ୍ଟ କରୁଛନ୍ତି । ଆଜିକାଲି ସେ ତାଙ୍କ ଗୀତ 'ଘନି ସୟାନି' (Ghani Syaani)କୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.