ETV Bharat / entertainment

Jawan: ଟ୍ବିଟରରେ ଯବାନର ଭିଡିଓ କ୍ଲିପ୍ ଲିକ୍, ମାମଲା ରୁଜୁ କଲେ ଶାହାରୁଖ - ଯବାନ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆଗାମୀ ଚଳଚ୍ଚିତ୍ର 'ଯବାନ'ର ଏକ ଭିଡିଓ କ୍ଲିପ୍ ଲିକ୍ ନେଇ ଏହି ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ

Jawan: ଟ୍ବିଟରରେ ଯବାନର ଭିଡିଓ କ୍ଲିପ୍ ଲିକ୍, ମାମଲା ରୁଜୁ କଲେ ଶାହାରୁଖ

author img

By

Published : Aug 13, 2023, 6:38 PM IST

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଯବାନର କ୍ଲିପ୍‌ ଫିଲ୍ମ ରିଲିଜ ହେବା ପୂର୍ବରୁ ଲିକ୍ ହୋଇଛି । ଏହା ଟ୍ୱିଟରରେ ଭାଇରାଲ ହୋଇଛି । ତେବେ ରେଡ ଚିଲିସ୍ ଏଣ୍ଟରଟେନମେଣ୍ଟ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଛି । ଅଗଷ୍ଟ 10ରେ ସାଣ୍ଟାକ୍ରୁଜ୍ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି ।

ରେଡ୍‌ ଚିଲିସ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ମୁଖ୍ୟ ଅଧିକାରୀ ପ୍ରଦୀପ ନିମାନି ସାଣ୍ଟାକ୍ରୁଜ୍ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ପଞ୍ଜିକୃତ ହୋଇଛି । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଯବାନର ଏକ କ୍ଲିପ୍‌ ଟ୍ୱିଟରରେ ଭାଇରାଲ ହୋଇଛି । ଏହା କପିରାଇଟ୍ ଉଲ୍ଲଂଘନର ଏକ ମାମଲା, ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ ସୁଟିଂ ସମୟରେ ମୋବାଇଲ୍ ଫୋନ୍ ଏବଂ ରେକର୍ଡିଂ ଉପକରଣ ଆଣିବାକୁ ବାରଣ କରିଥିଲା, କିନ୍ତୁ ଏହା ସତ୍ତ୍ବେ ଚଳଚ୍ଚିତ୍ରର କିଛି ଦୃଶ୍ୟ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଲିକ୍ ହୋଇଯାଇଥିଲା । ଯେଉଁଥିପାଇଁ ରେଡ୍‌ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ ସାଣ୍ଟା କ୍ରୁଜ ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣି ମାମଲା ରୁଜୁ ହୋଇଛି । ତେବେ ଏହା କମ୍ପାନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ କରାଯାଇଥିବା ଅଭିଯୋଗରେ କୁହାଯାଇଛି ।

ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ ଅନୁଯାୟୀ, 'ଯବାନ୍' ଫିଲ୍ମର କ୍ଲିପ୍ସ ପାଞ୍ଚଟି ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏହି ଟ୍ୱିଟର ହ୍ୟାଣ୍ଡେଲଗୁଡିକୁ ଏକ ଆଇନଗତ ନୋଟିସ୍ ମଧ୍ୟ ପଠାଯାଇଛି । ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର ରାଜେନ୍ଦ୍ର କେନ୍ ସୂଚନା ଦେଇଛନ୍ତି ଯେ, ଧାରା 379 ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର 43B ଅନୁଯାୟୀ ସାନ୍ତାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଧୀନରେ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବଂ ଗୌରବ ବର୍ମା ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆ ଗୀତ 'ଚଲେୟା' ଟିଜର ରିଲିଜ, ନୟନତାରାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଲେ ଶାହାରୁଖ

ସୂଚନା ଥାଉ କି, ଯବାନ ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନ୍‌ମେଣ୍ଟ୍‌ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ସାଉଥ ଅଭିନେତ୍ରୀ ନୟନତାରା, ବିଜୟ ସେତୁପତି, ଦୀପିକା ପାଦୁକୋନ ନଜର ଆସିବେ । ନୟନତାରା ଏବଂ ବିଜୟ ସେତୁପତିଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ଶାହାରୁଖ । ଦୀପିକା ଏହି ଫିଲ୍ମର କ୍ୟାମିଓ ରୋଲରେ ନଜର ଆସିବେ । 'ଯବାନ' ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର-7ରେ ରିଲିଜ ହେବ । ନିର୍ଦ୍ଦେଶକ ଅଟ୍‌ଲିଙ୍କ ସହ ଶାହାରୁଖ ଖାନ୍‌ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.