ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'କୁ ନେଇ ଶିରୋନାମାରେ ରହିଛନ୍ତି। ଫିଲ୍ମର ପ୍ରମୋସନ ଆରମ୍ଭ ହୋଇସାରିଛି। ଚେନ୍ନାଇରେ ଗ୍ରାଣ୍ଡ ପ୍ରି-ରିଲିଜ୍ ଇଭେଣ୍ଟ ପରେ ଆଜି ସକାଳେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା। ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଟ୍ରେଣ୍ଡିଂ କରୁଥିବା ବେଳେ ବର୍ତ୍ତମାନ ଦୁବାଇରେ ଜବାନ ପ୍ରମୋସନ ପାଇଁ ପହଞ୍ଚିଛନ୍ତି ଶାହାରୁଖ। ବୁର୍ଜ ଖଲିଫାରେ 'ଜବାନ'ର ଶାହରୁଖ ଖାନ ଟ୍ରେଲର ଲଞ୍ଚ କରାଯିବ। ଏନେଇ ସୋସିଆଲ ମିଡିଆରେ ତାରିଖ ଏବଂ ସମୟ ସହ ଶାହାରୁଖ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି।
ଶାହାରୁଖ ନିଜ ଟ୍ବିଟରରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଛନ୍ତି, ଜବାନର ସେଲିବ୍ରେସନ ମୁଁ ଆପଣଙ୍କ ସହ ନ ପାଲନ କରିବି ଏହା ଅସମ୍ଭବ କଥା। ଆସୁଛି ମୁଁ ବ୍ରୁଜ ଖଲିଫା 31 ଅଗଷ୍ଟ ରାତି 9ଟାରେ, ମୋ ସହ ଜବାନ ସେଲିବ୍ରେସନ କରନ୍ତୁ। ତେବେ ଫିଲ୍ମର ଟ୍ରେଲର ଆଜି ୟୁଟ୍ୟୁବରେ ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ବିଶ୍ୱର ସର୍ବବୃହତ ବିଲ୍ଡିଂ ବ୍ରୁଜ ଖଲିଫାରେ ରାତି 9ଟାରେ ଜବାନ ଟ୍ରେଲର ପ୍ରଦର୍ଶିତ ହେବ। ଏନେଇ ଶାହାରୁଖ ବର୍ତ୍ତମାନ ଦୁବାଇ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।
- " class="align-text-top noRightClick twitterSection" data="">
ସୂଚନା ଥାଉ କି, ଏହି ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନ ପ୍ରଥମେ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ। ଗତ 9 ମାସ ମଧ୍ୟରେ ବୈଷ୍ଣୋ ଦେବୀଙ୍କ 2ୟ ଗସ୍ତ କରିଛନ୍ତି ଶାହାରୁଖ। ପୂର୍ବରୁ ଅଭିନେତା ପଠାନ ପାଇଁ ଏଠାକୁ ଯାଇଥିବା ବେଳେ ବର୍ତ୍ତମାନ ଜବାନ ରିଲିଜ ପୂର୍ବରୁ ମା'ଙ୍କ ଦର୍ଶନ କରିଛନ୍ତି। ଜବାନ ପାଇଁ ଏଥି ସହିତ ଗତକାଲି ଚେନ୍ନାଇରେ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା। ଯେଉଁଠି ଏହି ଫିଲ୍ମକୁ ବ୍ୟାପକ ପ୍ରମୋଟ କରାଯାଇଥିଲା। ସେଠାରେ ଥିବା ଦର୍ଶକମାନେ କିଙ୍ଗ ଖାନଙ୍କୁ ଦେଖି ପାଗଳ ହୋଇଯାଇଥିଲେ। ବର୍ତ୍ତମାନ ଶାହରୁଖ ଖାନ ଫିଲ୍ମର ପ୍ରମୋସନ ଦୁବାଇରେ କରିବେ।
ଏହା ମଧ୍ୟ ପଢନ୍ତୁ: 'ବେଟେ କୋ ହାଥ୍ ଲଗାନେ ସେ ପେହେଲେ..' ସମୀର ୱାଙ୍ଖଡେଙ୍କୁ ଚେତାବନୀ ଦେଉଛନ୍ତି କି ଶାହାରୁଖ ?
ଆଜି ରିଲିଜ ହୋଇଥିବା ଜବାନର ଟ୍ରେଲର 2.45 ମିନିଟର ଅଟେ, ଯାହା ଆକ୍ସନ୍ ଦୃଶ୍ୟରୁ ଆରମ୍ଭ ହେଉଛି । ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ଏହା ମୁମ୍ବାଇରେ ଏକ ମେଟ୍ରୋ ଟ୍ରେନର ଏକ ବ୍ୟସ୍ତବହୁଳ ସ୍ଥାନରୁ ଆରମ୍ଭ ହୋଇଛି । ଏହା ପରେ ଶାହାରୁଖ ଖାନ ଟ୍ରେଲରରେ ଖାକି ୟୁନିଫର୍ମରେ ନଜର ଆସିଛନ୍ତି । ଏହି ସମୟରେ ଶାହାରୁଖ ଖାନଙ୍କ ଟ୍ରେଲରରେ ଅନେକ ଚରିତ୍ର ଦେଖିବାକୁ ମିଳୁଛି । ଟ୍ରେଲରରେ ବାଲ୍ଡ ଲୁକରେ ଶାହାରୁଖଙ୍କ ଏକ ଭିଲେନ୍ ଲୁକ୍ ଅଛି ଏବଂ ଅନ୍ୟ ପଟେ ସେ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ପରି ଦେଖାଯାଉଛନ୍ତି । ଗୋଟିଏ ଦୃଶ୍ୟରେ ସେ ଦୀପିକା ପାଦୁକୋନଙ୍କ ସହ କୁସ୍ତି କରୁଥିବା ଦେଖିବାକୁ ମିଳିଛି । ଟ୍ରେଲରର ଶେଷରେ, ଶାହାରୁଖ ଖାନ ଏକ ସଂଳାପ କୁହନ୍ତି ଯାହା ଫ୍ୟାନ୍ସଙ୍କ ହୋସ୍ ଉଡାଇଦେବ ।