ETV Bharat / entertainment

୨୦୦କୋଟିର ଏତିକି ନିକଟତର 'ଡଙ୍କି', ୩୫୦ କୋଟି ଛୁଇଁବ 'ସାଲାର'

author img

By ETV Bharat Odisha Team

Published : Jan 1, 2024, 1:01 PM IST

Dunki Vs Salaar Bo Collection: ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ସାଲାର ବକ୍ସ ଅଫିସ୍‌ରେ ୩୦୦ କୋଟି୩୫୦ କୋଟି ପାର୍ କରିଛି । ସେପଟେ ଏହି ଫିଲ୍ମ ଅପେକ୍ଷା ଡଙ୍କି କଲେକ୍ସନ କମ ରହିଥିଲେ ସୁଦ୍ଧା ବର୍ତ୍ତମାନ ଫିଲ୍ମ ୨୦୦କୋଟି ପାଖାପାଖି ଆୟ କଲାଣି । ଅଧିକ ପଢନ୍ତୁ,

୨୦୦କୋଟିର ଏତିକି ନିକଟତର 'ଡଙ୍କି', ୩୫୦ କୋଟି ଛୁଇଁବ 'ସାଲାର'
୨୦୦କୋଟିର ଏତିକି ନିକଟତର 'ଡଙ୍କି', ୩୫୦ କୋଟି ଛୁଇଁବ 'ସାଲାର'

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ଏବଂ ପ୍ରଭାସଙ୍କ ଫିଲ୍ମ 'ସାଲାର' ମଧ୍ୟରେ ବର୍ତ୍ତମାନ କଡା ଟକ୍କର ଦେଖିବାକୁ ମିଳିଛି । ପ୍ରଭାସଙ୍କ ଫିଲ୍ମର କ୍ରେଜ ଅଧିକ ରହିଥିବା ବେଳେ 'ଡଙ୍କି' ଲୋକଙ୍କୁ ଆକୃଷ୍ଟ କରିବାରେ ଅପେକ୍ଷାକୃତ ଫଛରେ ରହିଛି । 'ଡଙ୍କି' ଡିସେମ୍ବର ୨୧ରେ ରିଲିଜ ହୋଇଥିବା ବେଳେ 'ସାଲାର' ଡିସେମ୍ବର ୨୨ ରେ ପ୍ରେକ୍ଷାଳୟକୁ ଆସିଥିଲା । ତେବେ ସାଲାର ରିଲିଜର ୧୦ଦିନରେ ପହଞ୍ଚିଥିବା ବେଳେ ଫିଲ୍ମ ୩୫୦ କୋଟି ପାଖାପାଖି ଆୟ କରିସାରିଲାଣି । ସେପଟେ ଡଙ୍କି ବର୍ତ୍ତମାନ ରିଲିଜର ୧୧ଦିନ ବିତିଥିବା ବେଳେ ଫିଲ୍ମ ୨୦୦ କୋଟି ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ରହିଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, ସାଲାର ୯୦ କୋଟି ଟଙ୍କା ସହ ଓପନିଂ କରିଥିଲା । ଏହିପରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା । ଆଦିପୁରୁଷ ଫ୍ଲପ୍‌ ପରେ ପ୍ରଭାସଙ୍କ ଏହି ଫିଲ୍ମ ପୁଣି ହିଟ୍‌ ହେବା ସହ ଲୋକପ୍ରିୟତା ହାସଲ କଲା । ପ୍ରଥମ ଦିନରେ ସାଲାର୍‌ ୯୦ କୋଟି, ୨ୟ ଦିନରେ ୫୬.୩୫ କୋଟି, ୩ୟ ଦିନରେ ୬୨.୦୫ କୋଟି, ୪ର୍ଥ ଦିନରେ ୪୬.୩ କୋଟି, ୫ମ ଦିନରେ ୨୪.୯ କୋଟି, ୬ଷ୍ଠ ଦିନରେ ୧୫.୬ କୋଟି, ୭ମ ଦିନରେ ୧୨.୧ କୋଟି, ୮ମ ଦିନରେ ୯.୬୨ କୋଟି ଏବଂ ୯ମ ଦିନରେ ୧୨.୫୫ କୋଟି ଆୟ କରିଥିଲା । ତେବେ ଫିଲ୍ମ ରିଲିଜ୍‌ର ୧୦ମ ଦିନରେ ୧୪.୫୦ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୩୪୪.୬୭ କୋଟିକୁ ବୃଦ୍ଧି ପାଇଛି ।

ସେପଟେ ଡଙ୍କି ବିଷୟରେ କହିବାକୁ ଗଲେ, ୨୦୨୩ରେ ଶାହାରୁଖଙ୍କ ଏହା ୩ୟ ଫିଲ୍ମ । ଏହି ଫିଲ୍ମ ଅଭିନେତାଙ୍କ ପୂର୍ବ ଫିଲ୍ମ ପରି କମାଲ ଦେଖାଇ ପାରିନଥିବା ବେଳେ କିନ୍ତୁ ଫିଲ୍ମକୁ ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଏହି ଫିଲ୍ମ ପ୍ରଥମ ଦିନରେ ୨୯.୨ କୋଟି, ଦ୍ୱିତୀୟ ଦିନରେ ୨୦.୧୨ କୋଟି, ତୃତୀୟ ଦିନରେ ୨୫.୬୧ କୋଟି, ଚତୁର୍ଥ ଦିନରେ ୩୦.୭ କୋଟି, ପଞ୍ଚମ ଦିନରେ ୨୪.୩୨ କୋଟି, ଷଷ୍ଠ ଦିନରେ ୧୧.୫୬ କୋଟି, ସପ୍ତମ ଦିନରେ ୧୦.୫ କୋଟି, ଅଷ୍ଟମ ଦିନରେ ୯ କୋଟି, ୯ମ ଦିନରେ ୯କୋଟି ଆୟ କରିଥିବା ବେଳେ କିନ୍ତୁ ୧୦ମ ଦିନର ଆୟରେ ପୁଣି ବୃଦ୍ଧି ଘଟିଛି । ଫିଲ୍ମ ୧୦ମ ଦିନରେ ୧୨ କୋଟି ଆୟ କରିଛି । ଫଳରେ ଫଲ୍ମର ମୋଟ କଲେକ୍ସନ ୧୮୮.୨୨ କୋଟିରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ଡଙ୍କି କିପରି ସାଇନ କଲେ ଶାହାରୁଖ ? ଫ୍ୟାନ୍ସଙ୍କୁ ମଜାଳିଆ ଢଙ୍ଗରେ ଉତ୍ତର ଦେଲେ କିଙ୍ଗ ଖାନ

'ସାଲାର' ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଅନ୍ୟପଟେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ଡଙ୍କି'ରେ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.